କୀଟ ବଦଳାଉଛି ତାଜ୍‌ର ରଙ୍ଗ

କୀଟ ବଦଳାଉଛି ତାଜ୍‌ର ରଙ୍ଗ

କିଛି ବର୍ଷ ହେଲା ଆଗ୍ରାସ୍ଥିତ ବିଶ୍ବପ୍ରସିଦ୍ଧ ତାଜ ମହଲରେ ଦାଗ ଲାଗି ଏହାର ରଙ୍ଗ ବଦଳୁଥିବା ବିଷୟ ଏହାର ସଂରକ୍ଷକ ଦାୟିତ୍ବରେ ଥିବା ପ୍ରତ୍ନତତ୍ତ୍ବ ବିଭାଗକୁ ଚିନ୍ତିତ କରିଆସୁଛି। ତେବେ ତାଜ ମହଲ ଉପରେ ଆଉ ଏକ ବିପଦ ସୃଷ୍ଟିହୋଇଛି, ଯାହାର କାରଣ ଯମୁନା ନଦୀର ପ୍ରଦୂଷଣ ବୋଲି ପରିବେଶବିତ୍‌ମାନେ କହୁଛନ୍ତି। ପ୍ରଦୂଷଣ ଯୋଗୁଁ ତାଜ ମହଲର କେତେକ କାନ୍ଥ ଧୀରେ ଧୀରେ ସବୁଜ ପଡ଼ି ଯାଉଥିବାର ଦେଖିବାକୁ ମିଳିଛି। ଏହି ରଙ୍ଗ ପରିବର୍ତ୍ତନ ପାଇଁ ଯମୁନାରୁ ଆସିଥିବା ଏକ ଛୋଟ କୀଟ ଦାୟୀ ବୋଲି ଜଣାପଡ଼ିଛି। ଏହି କୀଟର ମଳ ଲାଗି ତାଜ ମହଲ କାନ୍ଥର ରଙ୍ଗ ବଦଳିଯିବା ସହିତ ଏହା ଦୁର୍ବଳ ହେବାରେ ଲାଗିଛି।

ଦାଗ ପାଇଁ ଦାୟୀ କୀଟ
ଏହି କ୍ଷୁଦ୍ର କୀଟର ନାମ ହେଉଛି ‘ଗୋଏଲ୍‌ଜଡିଚିରୋନମସ୍’। ମାର୍ଚ୍ଚ-ଏପ୍ରିଲ୍ ଓ ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହା ଯମୁନା ନଦୀରେ ଦେଖାଯାଏ, ଯେତେବେଳେ ପାଣିର ତାପମାତ୍ରା ଥାଏ ୨୮ରୁ ୩୫ ଡିଗ୍ରି ସେଲ୍‌ସିଲସ୍‌। ଏମାନେ ନଦୀର ଦୂଷିତ ପାଣିରେ ବଢ଼ିଥାନ୍ତି। ଶୈବାଳ ହେଉଛି ଏମାନଙ୍କର ଖାଦ୍ୟ। ସେମାନେ ଦ୍ରୁତଗତିରେ ବଂଶବୃଦ୍ଧି କରି ତାଜ ମହଲର ମାର୍ବଲ କାନ୍ଥମାନଙ୍କରେ ଯାଇ ମଳତ୍ୟାଗ କରିଥାନ୍ତି, ଯାହା କଳା ଅଥବା ସବୁଜ ରଙ୍ଗର ଦାଗ ସୃଷ୍ଟି କରିଥାଏ।

୨୦୧୫ ମସିହାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରତ୍ନତତ୍ତ୍ବ ବିଭାଗର ବୈଜ୍ଞାନିକମାନେ କହିଛନ୍ତି ଯେ ସାତ ବର୍ଷ ତଳୁ ପ୍ରତି ବର୍ଷ ଏହି ପ୍ରକ୍ରିୟା ଦେଖିବାକୁ ମିଳିଥିବା ବେଳେ ବିଶେଷ କରି ୨୦୨୩ରେ ତାଜ ମହଲର ଉତ୍ତର ପାର୍ଶ୍ବ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ଗତ ବର୍ଷର ବୈଜ୍ଞାନକ ପ୍ରକ୍ରିୟାରେ ସେହି ଦାଗଗୁଡ଼ିକୁ ଲିଭାଯାଇଥିଲା। ଏକ ରିପୋର୍ଟ ଅନୁସାରେ ଯମୁନାର ଜଳ ସ୍ତର କମ୍‌ ରହିବା, ଅତ୍ୟଧିକ ବାଲି ଓ ଆବର୍ଜନା ଜମିବା ଯୋଗୁଁ ଏହି କୀଟଗୁଡ଼ିକ ତାଜ ମହଲରେ ଜମା ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe