ଭାରତ ବିଷୟରେ କିଛି ରୋଚକ ତଥ୍ୟ!

ଭାରତ ବିଷୟରେ କିଛି ରୋଚକ ତଥ୍ୟ!

ଦେଶ ସ୍ୱାଧୀନ ହେବା ପରେ ଭାରତରେ ଅନେକ ପରିବର୍ତ୍ତନ ଘଟିଛି। ପ୍ରଗତି ପଥରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି। କିନ୍ତୁ ଏପରି ଅନେକ ଜିନିଷ ଅଛି ଯାହା ଆମ ଦେଶରୁ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ଏପରି କିଛି ରୋଚକ ତଥ୍ୟ ବିଷୟରେ ।

ଇଣ୍ଡିଆ ନାମର ଉତ୍ପତି : ଇଣ୍ଡିଆର ନାମ ଇଡ୍ଡ୍ୟୁସ ନାମକ ନଦୀରୁ ଉତ୍ପତି ହୋଇଛି। ଯାହା ଇଡ୍ଡ୍ୟୁସ ବେଲ୍ଲିର ଘାଟିରେ ପ୍ରବାହିତ ହେଉଥିଲା। ହିନ୍ଦୁସ୍ତାନର ସଂସ୍କୃତ ନାମ ଭାରତ ଗଣରାଜ୍ୟ ଅଟେ। ଯାହାକୁ ଆଧାର କରି ଲୋକମାନେ ଆଜି ଭାରତ କହୁଛନ୍ତି। ସବୁଠାରୁ ବଡ କଥା ହେଉଛି ବିଶ୍ୱରେ ଥିବା ସବୁଠାରୁ ବଡ ଆକାର ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଭାରତ ନବମ ସ୍ଥାନରେ ରହିଛି।

publive-image

ରାଷ୍ଟ୍ରିୟ ଭାଷା : ବାସ୍ତବରେ ଭାରତର କୌଣସି ରାଷ୍ଟ୍ରଭାଷା ନାହିଁ। ହିନ୍ଦୀ ଏକ ଆନୁଷ୍ଠାନିକ ଭାଷା ଯାହା ଦେଶର ଅନେକ ରାଜ୍ୟରେ ବ୍ୟବହାର କରାଯାଇଥାଏ। ଏହାକୁ ଛାଡି ଇଂରାଜି ମଧ୍ୟ ଦେଶର ଅନେକ ରାଜ୍ୟରେ କୁହାଯାଇଥାଏ। ହିନ୍ଦୀ, ଇଂରାଜି ଛାଡି ଅନ୍ୟ ଭାଷା ମଧ୍ୟ ଦେଶରେ ଶୁଣିବାକୁ ମିଳିଥାଏ ଯେପରିକି, ତାମିଲ, ତେଲୁଗୁ, ମଲାୟାଲମ, ମରାଠି ଭଳି ଅନେକ ଭାଷା ଦେଶର ୨୨ଟି ରାଜ୍ୟରେ ଶୁଣିବାକୁ ମିଳିଥାଏ। ଭାରତରେ ପ୍ରାୟ ୧,୬୫୨ ଗୋଟି ଭାଷା ପ୍ରୟୋଗ ହୋଇଥାଏ।

ଡାକ ବ୍ୟବସ୍ଥା : ଅନ୍ୟ ଦେଶ ଅପେକ୍ଷା ଭାରତରେ ଅନେକ ଜିନିଷ ଆରମ୍ଭ ହୋଇଛି। ସେଥି ମଧ୍ୟରୁ ଡାକ ବ୍ୟବସ୍ଥା ଅନ୍ୟତମ। ଅନ୍ୟ ଦେଶମାନଙ୍କରେ ମଧ୍ୟ ଡାକ ବ୍ୟବସ୍ଥାର ସୁବିଧା ରହିଛି। କିନ୍ତୁ ବିଶ୍ୱର ସବୁଠାରୁ ବଡ ଡାକ ବ୍ୟବସ୍ଥା ଆମ ଦେଶ ଭାରତ ପାଖରେ ରହିଛି।

publive-image

ଆଗ୍ରାର ତାଜମହଲ : ଆଗ୍ରାରେ ଅବସ୍ଥିତ ତାଜମହଲ ବିଶ୍ୱର ୭ଟି ଆକର୍ଷଣୀୟ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ। ଏହାକୁ ମୋଗଲ ସରକାର ଶାହାଜାନ ନିଜ ପତ୍ନୀ ମୁମତାଜଙ୍କ ପାଇଁ ତିଆରି କରିଥିଲେ।

ଖେଳ : ସତରଞ୍ଜ, ସାପ ଓ ସିଡି, ଲୁଡୋ, ହକି ଭଳି ରୋଚକ ଖେଳ ମଧ୍ୟ ଭାରତରୁ ଆରମ୍ଭ ହୋଇଛି।

ଧର୍ମ : ଭାରତରେ ସର୍ବାଧିକ ହିନ୍ଦୁ ଧର୍ମର ଲୋକ ବାସ କରନ୍ତି। ଏଥିସହିତ ସବୁଠାରୁ ଅଧିକ ପର୍ବପର୍ବଣି ମଧ୍ୟ ଭାରତରେ ପାଳନ କରାଯାଇଥାଏ। ୧୨ ବର୍ଷରେ ଥରେ ଆଲାହାବାଦରେ କୁମ୍ଭମେଳାର ଆୟୋଜନ କରାଯାଇଥାଏ। ଏହି ମେଳା ବିଶ୍ୱର ସବୁଠାରୁ ବଡ ମେଳା ହୋଇଥିବା ବେଳେ ଏଠାକୁ ସବୁଠାରୁ ଅଧିକ ଲୋକ ଏହି ମେଳାକୁ ଉପଭୋଗ କରିବା ପାଇଁ ଆସିଥାନ୍ତି। ଏଥି ସହିତ ତିରୁପତି ବିଷ୍ଣୁ ମନ୍ଦିର ମଧ୍ୟ ବିଶ୍ୱରେ ଏକମାତ୍ର ବଡ ମନ୍ଦିର ଭାବେ ପରିଗଣିତ। ଏଠାକୁ ପ୍ରତିଦିନ ଅନେକ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଥାନ୍ତି।

publive-image

ସବୁଠାରୁ ବଡ ଲୋକତନ୍ତ୍ର : ବିଶ୍ୱରର ସବୁଠାରୁ ବଡ ଲୋକତନ୍ତ୍ର ଭାରତରେ ଅବସ୍ଥିତ। ଭାରତରେ ସବୁଠାରୁ ଅଧିକ ମତଦାତା ରହିଛନ୍ତି ଏବଂ ନିର୍ବାଚନରେ ସବୁଠାରୁ ଅଧିକ ଖର୍ଚ୍ଚ ଭାରତରେ ହିଁ ହୋଇଥାଏ।

ସବୁଠାରୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି : ବିଶ୍ୱର ସବୁଠାରୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି ଭାରତରେ ରହିଛି। ପ୍ରତିବର୍ଷ ଯେତିକି ଫିଲ୍ମ ବଲିଉଡରେ ତିଆରି ହେଉଛି ତାହା ଅନ୍ୟ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରିିରେ ସମ୍ଭବ ହୋଇପାରି ନାହିଁ।

ଶୁନର ନିର୍ମାଣ : ଗଣିତରେ ସର୍ବାଧିକ ମହତ୍ୱପୂର୍ଣ୍ଣ ସଂଖ୍ୟା ଶୁନକୁ ଭାରତ ନିର୍ମାଣ କରି ବିଶ୍ୱକୁ ପ୍ରଦାନ କରିଛି। କେବଳ ସେତିକି ନୁହେଁ ଟ୍ରିଗୋନମେଟ୍ରି, କାଲକୁଲସ ଏବଂ ବିଜଗଣିତ ପାଇଁ ମଧ୍ୟ ଭାରତର ବଡ ଅବଦାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe