ନିଆରା ବିବାହ କାର୍ଡ: ଅତିଥିଙ୍କୁ ଏପରି ସମ୍ବୋଧନ, ଉତ୍ସବଗୁଡ଼ିକର ନାମ ବି ରହିଛି ଏପରି...

Advertisment
ନିଆରା ବିବାହ କାର୍ଡ: ଅତିଥିଙ୍କୁ ଏପରି ସମ୍ବୋଧନ, ଉତ୍ସବଗୁଡ଼ିକର ନାମ ବି ରହିଛି ଏପରି...

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଛି। ନିଜ ବିବାହକୁ ନିଆରା କରିବାର ସ୍ବପ୍ନ କିଏ ବା ଦେଖି ନଥାଏ?  ନିମନ୍ତ୍ରଣ କାର୍ଡ ଛପାରୁ ଆରମ୍ଭ ହୋଇଥାଏ ବିବାହ କାର୍ଯ୍ୟ। ବିବାହ ନିମନ୍ତ୍ରଣ କାର୍ଡକୁ ଆକର୍ଷଣୀୟ କରିବାକୁ ଲୋକେ ବିଭିନ୍ନ ଉପାୟ ଆପଣେଇଥାନ୍ତି।

ନିକଟରେ ଏକ ଯୋଡ଼ି ସେମାନଙ୍କ ନିମନ୍ତ୍ରଣ କାର୍ଡକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୋସିଆଲ ମିଡିଆରେ କାର୍ଡଟିର ଫଟୋ ଭାଇରାଲ ହେବା ପରେ ବ୍ୟବହାରକାରୀ ବିଭିନ୍ନ ପ୍ରକାରର ମତ ରଖିଛନ୍ତି।

କାର୍ଡଟିକୁ ଷ୍ଟକ୍ ମାର୍କେଟ୍ ତରିକାରେ ଡିଜାଇନ୍ କରାଯାଇଛି। କାର୍ଡର ପୂରା ଉପରେ ଇନଭେଷ୍ଟର ଝୁନଝୁନୱାଲା, ୱାରେନ୍ ବାଫେଟ୍ ଓ ହର୍ଷଦୟାଲ ମେହେତାଙ୍କ ନାମ ଲେଖାଯାଇଛି। ଆମନ୍ତ୍ରିତ ଅତିଥିଙ୍କୁ ବି ଇନଭେଷ୍ଟର ଭାବେ ସମ୍ବୋଧନ କରାଯାଇଛି। ବିବାହର ବିଭିନ୍ନ ରୀତିକୁ ସେୟାର ମାର୍କେଟରେ ବ୍ୟବହୃତ ଶବ୍ଦ ଆକାରରେ ଦର୍ଶାଯାଇଛି। ଏହାକୁ ଦେଖି କିଛି ବ୍ୟବହାରକାରୀ ମତ ରଖିଛନ୍ତି ଯେ ଅତିଥି ଏହି କାର୍ଡକୁ ବୁଝିପାରିବେ ତ?

କାର୍ଡ ମୁତାବକ, ଏହି ଦମ୍ପତି ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାର ବାସିନ୍ଦା। ବରଙ୍କ ନାମ ଡକ୍ଟର ସନ୍ଦେଶ ଓ କନ୍ୟାଙ୍କ ନାମ ଡକ୍ଟର ଦିବ୍ୟା। କାର୍ଡରେ ବରଙ୍କ ନାମ ଆଗରେ ମେଡିସିନ ଲିମିଟେଡ ଓ କନ୍ୟାଙ୍କ ନାମ ଆଗରେ ଆନାସ୍ତେସିଆ ଲିମିଟେଡ ଲେଖାଯାଇଛି।

କାର୍ଡରେ ବନ୍ଧୁ ଓ ପରିଜନମାନଙ୍କୁ ରିଟେଲ ଇନ୍ଭେଷ୍ଟର ଭାବେ ଉଲ୍ଲେଖ କରାଯାଇଛି। ସଂଗୀତ ଉତ୍ସବକୁ ରିଙ୍ଗିଂ ବେଲ୍, ରିସେପ୍ସନକୁ ଇନ୍ଟରିଂ ଡିଭିଡେଣ୍ଟ ପେଆଉଟ୍ ଓ ଫେରେକୁ ଲିଷ୍ଟିଂ ସେରିମୋନି ଲେଖାଯାଇଛି। ସେହିପରି ୱେଡିଂ ଭେନ୍ୟୁକୁ  ଷ୍ଟକ୍ ଏକ୍ସଚେଞ୍ଜର ନାମ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe