ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ଆଜି

ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ଆଜି

Sadhan Mukherjee

୨୦୧୨ ମସିହାରେ ଜାତିସଂଘର ସାଧାରଣ ସଭା ଦ୍ବାରା ଘୋଷଣା କରାଯାଇଥିଲା ଯେ ପ୍ରତି ବର୍ଷ ମାର୍ଚ୍ଚ ୨୧ ତାରିଖକୁ ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ରୂପେ ପାଳନ କରାଯିବ। ସବୁ ପ୍ରକାର ଜଙ୍ଗଲର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ। ଜଙ୍ଗଲ ଦିବସରେ ପୃଥିବୀର ଦେଶମାନଙ୍କୁ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବୃକ୍ଷରୋପଣ ଭଳି ଜଙ୍ଗଲ ସମ୍ପର୍କିତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଉତ୍ସାହିତ କରାଯାଇଥାଏ। ସୁସ୍ଥ ଜଙ୍ଗଲ ଓ ଆମ ସ୍ବାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଉତ୍‌ଥାପନ କରିବା ପାଇଁ ଏ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରଖାଯାଇଛି: ଜଙ୍ଗଲ ଓ ସ୍ବାସ୍ଥ୍ୟ। ଜଙ୍ଗଲ ଆମ ସ୍ବାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ। ଏହା ଜଳ ବିଶୋଧନ କରିଥାଏ, ବାୟୁମଣ୍ଡଳକୁ ବିଶୁଦ୍ଧ କରିଥାଏ, କାର୍ବନ ସଂରକ୍ଷକ ସାଜି ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବାରେ ସହାୟକ ହୋଇଥାଏ, ବିଭିନ୍ନ ଔଷଧ ପ୍ରଦାନ କରିଥାଏ ଏବଂ ଆମ ସର୍ବାଙ୍ଗୀଣ ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe