ଆନ୍ତର୍ଜାତିକ ଯୌନ କର୍ମୀ ଦିବସ ଆଜି

Advertisment
ଆନ୍ତର୍ଜାତିକ ଯୌନ କର୍ମୀ ଦିବସ ଆଜି

ଆଜି ବିଶ୍ବର ବିଭିନ୍ନ ସ୍ଥାନରେ ‘ଆନ୍ତର୍ଜାତିକ ଯୌନକର୍ମୀ ଦିବସ’ ପାଳନ କରାଯାଉଛି। ଯୌନକର୍ମୀମାନଙ୍କ ଲାଗି ଉନ୍ନତ କାର୍ଯ୍ୟ ପରିବେଶ ଦାବି କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ। ଫ୍ରାନ୍‌ସର ଲିଅନ୍‌ ଠାରେ ୧୯୭୫ ଜୁନ୍‌ ୨ରେ ଶତାଧିକ ଗଣିକା ସେମାନଙ୍କର ‘ଅମାନୁଷିକ’ କାର୍ଯ୍ୟ ପରିବେଶ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଲାଗି ଆନ୍ଦୋଳନ ପୂର୍ବକ ସେଣ୍ଟ୍‌-ନିଜିଅର ଚର୍ଚ୍ଚ ଦଖଲ କରିଥିଲେ। ଉକ୍ତ ଦିନକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇ ଆସୁଛି। ଅତ୍ୟନ୍ତ ହୀନ ଦୃଷ୍ଟିରେ ଦେଖାଯାଉଥିବା ଯୌନ କାର୍ଯ୍ୟ ପରି ଏକ ଐତିହାସିକ ବୃତ୍ତି ସହ ଜଡ଼ିତ କଳଙ୍କକୁ ଏହି ଦିବସ ଚ୍ୟାଲେଞ୍ଜ୍‌ କରିବା ସହ ଯୌନକର୍ମୀଙ୍କ ପାଇଁ ଉନ୍ନତ କାର୍ଯ୍ୟ ପରିବେଶ ଦାବି କରିଥାଏ।

ଏପରି ଏକ ପୁରାତନ ବୃତ୍ତିରେ ସାମିଲ ହୋଇ ସୁଦ୍ଧା ଯୌନକର୍ମୀମାନେ ଅନେକ ସାମାଜିକ କଳଙ୍କ ଓ ପକ୍ଷପାତିତାର ସମ୍ମୁଖୀନ ହୋଇଥା’ନ୍ତି। ଅନେକ ଯୌନକର୍ମୀ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରନ୍ତି। ତେବେ ଲକ୍ଷ ଲକ୍ଷ ଲୋକ ଏହି ବୃତ୍ତିରେ ନିୟୋଜିତ ଥିବାରୁ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଉପରେ ଗୁରୁତ୍ବାରୋପ କରାଯାଉଛି। ତେଣୁ ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ନ୍ୟାୟ ପାଇବାର ସୁବିଧା’। ଏହାର ଉଦ୍ଦେଶ୍ୟ ହେଉଛି ଯୌନକର୍ମୀଙ୍କ ପାଇଁ ଅଧିକାର ଓ ନ୍ୟାୟ ଦାବି କରିବା ଦିଗରେ ଆମେ ସାମୂହିକ ଭାବେ କାର୍ଯ୍ୟ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe