ଅନ୍ତର୍ଜାତୀୟ ମହିଳା ଦିବସର ଇତିହାସ; ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା

Advertisment
ମହିଳାଙ୍କ ପାଇଁ ଦରଦ ଏମିତି: ଅସୁରକ୍ଷିତ ରାଜରାସ୍ତା, କୋମାରେ ଯୋଜନା

ଲିଙ୍ଗକୁ ଭିତ୍ତି କରି ମହିଳାଙ୍କ ବିରୋଧରେ ହେଉଥିବା ପକ୍ଷପାତ ଓ ଭେଦଭାବରୁ ମୁକ୍ତ ପୃଥିବୀ ଗଢ଼ିବାର ଆହ୍ବାନ ନେଇ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏହି ଦିନ ମହିଳାଙ୍କ ସାଂସ୍କୃତିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଉପଲବ୍ଧିଗୁଡ଼ିକୁ ସ୍ମରଣ କରିବାର ଦିନ। ଲିଙ୍ଗ ସମାନତା ହାସଲ ଦିଗରେ ହୋଇଥିବା ଉନ୍ନତି ଓ ମହିଳା ସଶକ୍ତୀକରଣର ସମୀକ୍ଷା କରି ବିଶ୍ବବ୍ୟାପୀ ମହିଳାଙ୍କ ସମାନ ଅଧିକାର ପ୍ରଦାନକୁ ତ୍ବରାନ୍ବିତ କରିବା ଏହି ଦିବସର ମହତ ଉଦ୍ଦେଶ୍ୟ।

ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ଅନୁଷ୍ଠାନ(ୟୁନେସ୍କୋ)ର ତଥ୍ୟ ଅନୁଯାୟୀ ୧୯୦୯ ଫେବ୍ରୁଆରି ୨୮ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଥର ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା। ୧୯୧୭ରେ ରୁଷିଆର ମହିଳାମାନେ ମାର୍ଚ୍ଚ ୮ରେ ନିଜର ଅଧିକାର ପାଇଁ ଆନ୍ଦୋଳନ କରିଥିଲେ ଯାହାର ଫଳସ୍ବରୂପ ସେମାନଙ୍କୁ ଭୋଟଦାନର ଅଧିକାର ମିଳିଥିଲା। ତେବେ ୧୯୭୫ରେ ଅନ୍ତର୍ଜାତୀୟ ମହିଳା ବର୍ଷ ପାଳନ ଅବସରରେ ମାର୍ଚ୍ଚ ୮ରେ ଜାତିସଂଘ ପ୍ରଥମ ଥର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲା। ୧୯୭୭ରେ ଜାତିସଂଘର ସାଧାରଣ ସଭାରେ ଏହି ଦିବସକୁ ଅନ୍ତର୍ଜାତୀୟ ଦିବସର ଆନୁଷ୍ଠାନିକ ସ୍ବୀକୃତି ମିଳିବା ପରେ ଅନେକ ଦେଶରେ ଏହା ଏକ ଛୁଟିଦିନ ଭାବେ ପାଳିତ ହେଉଛି।

ବାଇଗଣୀ ରଙ୍ଗ ମହିଳା ଦିବସର ପ୍ରତୀକ। ଏ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ପ୍ରସଙ୍ଗ ହେଉଛି- ‘ଧାରଣକ୍ଷମ ଆସନ୍ତାକାଲି ପାଇଁ ଆଜି ଲିଙ୍ଗ ସମାନତା’। ଜଳବାୟୁ ପରିବର୍ତ୍ତନର ମୁକାବିଲା ଦ୍ବାରା ସଭିଙ୍କ ଲାଗି ଅଧିକ ଧାରଣକ୍ଷମ ଭବିଷ୍ୟତ ଗଢୁଥିବା ମହିଳାଙ୍କ ଭୂମିକକୁ ସମ୍ମାନ ଜଣାଇ ଏଥର ଏହି ପ୍ରସଙ୍ଗ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe