ଆଜି ଇଣ୍ଟର୍‌ନେଟ୍‌ ଡେ: ଏହି ମାଧ୍ୟମରେ ପହଞ୍ଚୁଥିବା ୫୧ ପ୍ରତିଶତ ଖବର ମିଥ୍ୟା !

Advertisment
ଆଜି ଇଣ୍ଟର୍‌ନେଟ୍‌ ଡେ: ଏହି ମାଧ୍ୟମରେ ପହଞ୍ଚୁଥିବା ୫୧ ପ୍ରତିଶତ ଖବର ମିଥ୍ୟା !

Beattractive

ନୂଆଦିଲ୍ଲୀ:  ପ୍ରତି ବର୍ଷ ଅକ୍‌ଟୋବର ୨୯ରେ ପାଳନ କରାଯାଉଛି ‘ଇଣ୍ଟର୍‌ନେଟ୍‌ ଡେ’। ଅତ୍ୟାଧୁନିକ ଡିଜିଟାଲ୍‌ ଯୋ‌ଗାଯୋଗ ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ‘ଇଣ୍ଟର୍‌ନେଟ୍‌’ର ସୃଷ୍ଟି ୧୯୬୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିଲା। ୧୯୭୦ ପର୍ଯ୍ୟନ୍ତ ଏହା ଉପରେ ଗ‌ବେଷଣା ହୋଇଥିଲା। ଏବେ ସାରା ବିଶ୍ବ ‘ଇଣ୍ଟର୍‌ନେଟ୍‌’ ମାଧ୍ୟମରେ ସଂଯୁକ୍ତ। ଏହା ଅତ୍ୟାଧୁନିକ ମଣିଷ ଜୀବନର ଏକ ଅପରିହାର୍ଯ୍ୟ ଆବଶ୍ୟକତା ପାଲଟିଯାଇଛି।

ସାରା ବିଶ୍ବରେ ପ୍ରାୟ ୪୫୦ କୋଟି ଲୋକ ‘ଇଣ୍ଟର୍‌ନେଟ୍‌’ ବ୍ୟବହାର କରୁଛନ୍ତି। ଅବଶିଷ୍ଟଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ଉଦ୍ୟମ ଚାଲିଛି। ‘ଇଣ୍ଟର୍‌ନେଟ୍‌’ ମାଧ୍ୟମରେ ମଣିଷ ପାଖରେ ପହଞ୍ଚୁଥିବା ୫୧ ପ୍ରତିଶତ ଖବର ମିଥ୍ୟା। ଏଥିରେ ଥିବା ମୋଟ ଫଟୋର ୮୦ ପ୍ରତିଶତ, ମହିଳାଙ୍କ ନଗ୍ନ ଚିତ୍ର। ଏହା ମାଧ୍ୟମରେ ପ୍ରତି ଦିନ ୨୫୦୦୦ କୋଟିରୁ ଅଧିକ ଇ-ମେଲ୍‌ ପ୍ରେରିତ ହେଉଛି। ସଂପ୍ରତି ବିଶ୍ବରେ ୱେବ୍‌ସାଇଟ୍‌ ସଂଖ୍ୟା ଶହେ କୋଟିରୁ ଅଧିକ। ବିଶ୍ବର ପ୍ରଥମ ୱେବ୍‌ସାଇଟ୍‌ ଏବେ ବି କାର୍ଯ୍ୟ କରୁଛି। ପ୍ରତି ଦିନ ୩୦ ହଜାରରୁ ଅଧିକ ୱେବ୍‌ସାଇଟ୍‌ ହାକ୍‌ ହେଉଛି। ପ୍ରତି ଘଣ୍ଟାରେ ୫ ହଜାର ଡୋମେନ୍‌ର ନାମ ପଂଜିକୃତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe