ଏହି ସେଲ୍‌ଫିରେ ଏମିତି କ’ଣ ଅଛି ଯେ ସୋସିଆଲ୍‌ ମିଡିଆରେ ଚହଳ ପକାଇଛି? ଫଟୋ ପଛର କାଚକୁ ଦେଖନ୍ତୁ

ଏହି ସେଲ୍‌ଫିରେ ଏମିତି କ’ଣ ଅଛି ଯେ ସୋସିଆଲ୍‌ ମିଡିଆରେ ଚହଳ ପକାଇଛି? ଫଟୋ ପଛର କାଚକୁ ଦେଖନ୍ତୁ

ଫଟୋଟି ଦେଖି ପାରୁଛନ୍ତି? ତେବେ ଫଟୋ ପଛରେ ଥିବା କାଚକୁ ଦେଖନ୍ତୁ। ଆପଣ ଦେଖିପାରୁଥିବେ ନିଶ୍ଚୟ ଯେ କାଚ ଆଡ଼କୁ ଦମ୍ପତି ପଛ କରି ଠିଆ ହୋଇଥିବା ସତ୍ତ୍ୱେ କାଚରେ ମହିଳାଙ୍କ ମୁହଁ ଦେଖିବାକୁ ମିଳୁଛି। କେହି କେହି ଏହାକୁ ଭୌତିକ କାଣ୍ଡ ବୋଲି କହୁଥିବା ବେଳେ କେହି କେହି କହିଛନ୍ତି ଦମ୍ପତିଙ୍କ ସାମ୍ନାରେ ଏକ କାଚ ରହିଥିବା ହେତୁ ସେ କାଚର ପ୍ରତିବିମ୍ବ ପଛ କାଚରେ ପଡ଼ିବାରୁ ଏପରି ଦିଶୁଛି। ଫଟୋଟିର ପଛରେ ବାସ୍ତବରେ କେଉଁ ରହସ୍ୟ ଲୁଚିଛି ତାହା ଆପଣ ଚିନ୍ତା କରନ୍ତୁ। ଆମେ ଜଣାଇ ଦେଉଛୁ ଫଟୋଟି ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ କେତେ ଲୋକପ୍ରିୟ।

publive-image

ଇଟ୍‌ସଦମ୍ୟାନ୍ସ ନାମକ ଜଣେ ଟୁଇଟର୍‌ ବ୍ୟବହାରକାରୀ ଏହି ଫଟୋଟିକୁ ତାଙ୍କ ଆକାଉଣ୍ଟ୍‌ରେ ପୋଷ୍ଟ କରିବା ପରେ ପ୍ରାୟ ୧୬,୦୦୦ ଥର ଏହି ପୋଷ୍ଟ୍‍ଟି ସେୟାର୍‌ ହୋଇସାରିଲାଣି। ଏହି ପୋଷ୍ଟ୍‍ଟିକୁ ୯.୭ ହଜାର ଲାଇକ୍‌ ମିଳିସାରିଛି ଇତିମଧ୍ୟରେ। ପୋଷ୍ଟ୍‍ଟିରେ ମଜାଦାରିଆ ରିଟୁିଟ୍‌ ସବୁ ଦେଖିବାକୁ ମିଳିଛି। କେହି କେହି ଏହା ରୋଲିଂ କ୍ୟାମେରା ହେତୁ ସମ୍ଭବ ବୋଲି ମତ ରଖିଛନ୍ତି ତ ଆଉ କେହି ସେହି ମତକୁ କାଟିଛନ୍ତି। ତେବେ ଏହା ଫଟୋସପ୍‌ ବି ହୋଇଥାଇପାରେ ବୋଲି କଥା ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe