Entrepreneurship: ଉଦ୍ୟମିତାରେ ବାଧକ ସାଜୁଛି ଇଣ୍ଟର୍‌ନେଟ୍‌ ଦର

Advertisment

ଅନ୍‌ଲାଇନ୍‌ ଅର୍ଥନୀତି ସହ ସଂଯୋଗର ଲାଭ ଉଠାଇ ଅନେକ ମହିଳା ସ୍ବାବଲମ୍ବୀ ହୋଇଥିବା ବେଳେ ଆଜି ବି ଅନେକ ମହିଳା ଉଦ୍ୟୋଗୀ ଆର୍ଥିକ କାରଣରୁ ଇଣ୍ଟର୍‌ନେଟ୍‌ରୁ ଦୂରେଇ ରହିଛନ୍ତି। ବିକାଶଶୀଳ ଦେଶମାନଙ୍କରେ ମହିଳା ଉଦ୍ୟୋଗୀଙ୍କ ସଫଳତାରେ ଦକ୍ଷତା....

ଅନ୍‌ଲାଇନ୍‌ ଅର୍ଥନୀତି ସହ ସଂଯୋଗର ଲାଭ ଉଠାଇ ଅନେକ ମହିଳା ସ୍ବାବଲମ୍ବୀ ହୋଇଥିବା ବେଳେ ଆଜି ବି ଅନେକ ମହିଳା ଉଦ୍ୟୋଗୀ ଆର୍ଥିକ କାରଣରୁ ଇଣ୍ଟର୍‌ନେଟ୍‌ରୁ ଦୂରେଇ ରହିଛନ୍ତି। ବିକାଶଶୀଳ ଦେଶମାନଙ୍କରେ ମହିଳା ଉଦ୍ୟୋଗୀଙ୍କ ସଫଳତାରେ ଦକ୍ଷତା....

dgdagdgdzvc

ଅନ୍‌ଲାଇନ୍‌ ଅର୍ଥନୀତି ସହ ସଂଯୋଗର ଲାଭ ଉଠାଇ ଅନେକ ମହିଳା ସ୍ବାବଲମ୍ବୀ ହୋଇଥିବା ବେଳେ ଆଜି ବି ଅନେକ ମହିଳା ଉଦ୍ୟୋଗୀ ଆର୍ଥିକ କାରଣରୁ ଇଣ୍ଟର୍‌ନେଟ୍‌ରୁ ଦୂରେଇ ରହିଛନ୍ତି। ବିକାଶଶୀଳ ଦେଶମାନଙ୍କରେ ମହିଳା ଉଦ୍ୟୋଗୀଙ୍କ ସଫଳତାରେ ଦକ୍ଷତା, ମହତ୍ତ୍ବାକାଂକ୍ଷା ବା ଯୋଜନାର ଅଭାବ ବାଧକ ସାଜୁ ନାହିଁ ବରଂ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ଦର ସେ ଦିଗରେ ପଥରୋଧ କରୁଛି। ୯୬ଟି ନିମ୍ନ ଓ ମଧ୍ୟ ବିତ୍ତ ଦେଶର ମହିଳା ଉଦ୍ୟୋଗୀଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ବ୍ୟବସାୟ କରୁଥିବା ୪୫% ମହିଳା ଉଚ୍ଚ ଦର ଓ ଦୁର୍ବଳ ନେଟ୍‌ଵର୍କ କାରଣରୁ ନିରବଚ୍ଛିନ୍ନ ଇଣ୍ଟର୍‌ନେଟ୍‌ ସେବା ପାଇପାରୁ ନାହାନ୍ତି। 

Road accident: ସଡ଼କ ଦୁର୍ଘଟଣାରେ କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ

ଏହି ମହିଳାମାନେ ମୁଖ୍ୟତଃ ଖାଦ୍ୟ, ଫ୍ୟାସନ୍‌ ଓ କୃଷି ଭଳି ଶିଳ୍ପରେ ବ୍ୟବସାୟ କରିଥାନ୍ତି। ଏମାନେ ଗ୍ରାହକଙ୍କ ସହ ବାର୍ତ୍ତା ଆଦାନପ୍ରଦାନ, ଡିଜିଟାଲ୍‌ ପେମେଣ୍ଟ ଓ ନିଜ ବ୍ୟବସାୟର ପ୍ରଚାର ପାଇଁ ସ୍ମାର୍ଟଫୋନ୍‌ ବ୍ୟବହାର କରନ୍ତି। ସେମାନଙ୍କ ମଧ୍ୟରୁ ୯୨%ଙ୍କ ପାଖରେ ସ୍ମାର୍ଟଫୋନ ଥିବା ବେଳେ ଅନେକ ମହିଳା ଅବାଧ ଇଣ୍ଟର୍‌ନେଟ୍‌ ସେବାର ଦେୟ ଦେବାକୁ ଅସମର୍ଥ। ସେହିପରି ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୫୭% ମହିଳା ଅନ୍‌ଲାଇନ୍‌ ବ୍ୟବସାୟ କରିବା ସମୟରେ ଉତ୍ପୀଡ଼ନର ଶିକାର ହୋଇଥିବା ପ୍ରକାଶ କରିଛନ୍ତି।  ଡିଜିଟାଲ୍‌ ଅର୍ଥନୀତି ମହିଳା ଉଦ୍ୟୋଗୀଙ୍କ ପାଇଁ ଅନେକ ନୂଆ ସମ୍ଭାବନାର ଆଧାର ହୋଇଥିବା ବେଳେ ସୁଲଭ, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ଇଣ୍ଟର୍‌ନେଟ୍‌ ବିନା ମହିଳାମାେନ ପଛରେ ପଡ଼ିଯାଉଛନ୍ତି। ମୋବାଇଲ୍‌ ଡାଟାର ମୂଲ୍ୟ କମ୍‌ ମନେ ହେଉଥିଲେ ବି କୋଟି କୋଟି ମହିଳା ଉଦ୍ୟୋଗୀ ଏହାକୁ ବହନ କରିବାକୁ ଅସମର୍ଥ। ତେଣୁ ସରକାରମାନେ ଇଣ୍ଟର୍‌ନେଟ୍‌ ଭିତ୍ତିଭୂମିରେ ବିକାଶ କରିବା ସମେତ ଦର ହ୍ରାସ ଦିଗରେ ଉଦ୍ୟମ କରିବା ଉଚିତ। ସେହିପରି ଟେକ୍‌ କମ୍ପାନିମାନେ ମହିଳାଙ୍କ ଅନ୍‌ଲାଇନ୍‌ ଉତ୍ପୀଡ଼ନର ମୁକାବିଲା କରିବା ପାଇଁ କଠୋର ସୁରକ୍ଷା ନୀତି ଅବଲମ୍ବନ କରିବା ଜରୁରି।

Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe