‘ମହିଳା ସଶକ୍ତୀକରଣ ଉପରେ ନିବେଶ କରିବାକୁ ହେବ’

Advertisment

ଆଜିର ସମୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଗ୍ଲାମରର ବିଷୟ ହୋଇଛି। ସମାଜରେ ଏହି ଦୁଇ ବିଷୟର ଯେତିକି ଆବଶ୍ୟକତା ରହିଛି, ସାମାଜିକ ଇଞ୍ଜିନିୟରିଂ ମଧ୍ୟ ସମାନ ଆବଶ୍ୟକତା ରହିଛି। ଜଣେ ମହିଳା ନିଜକୁ ନିଜେ ଉତ୍ସାହିତ କରିବା ଆବଶ୍ୟକ।

ଆଜିର ସମୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଗ୍ଲାମରର ବିଷୟ ହୋଇଛି। ସମାଜରେ ଏହି ଦୁଇ ବିଷୟର ଯେତିକି ଆବଶ୍ୟକତା ରହିଛି, ସାମାଜିକ ଇଞ୍ଜିନିୟରିଂ ମଧ୍ୟ ସମାନ ଆବଶ୍ୟକତା ରହିଛି। ଜଣେ ମହିଳା ନିଜକୁ ନିଜେ ଉତ୍ସାହିତ କରିବା ଆବଶ୍ୟକ।

ssdcxcxd

ଭୁବନେଶ୍ବର: ଆଜିର ସମୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଗ୍ଲାମରର ବିଷୟ ହୋଇଛି। ସମାଜରେ ଏହି ଦୁଇ ବିଷୟର ଯେତିକି ଆବଶ୍ୟକତା ରହିଛି, ସାମାଜିକ ଇଞ୍ଜିନିୟରିଂ ମଧ୍ୟ ସମାନ ଆବଶ୍ୟକତା ରହିଛି। ଜଣେ ମହିଳା ନିଜକୁ ନିଜେ ଉତ୍ସାହିତ କରିବା ଆବଶ୍ୟକ। ନିଜେ କରିଥିବା କାମର ପ୍ରଶଂସା ନେବା କୌଣସି ଦୃଷ୍ଟିରୁ ଖରାପ ନୁହେଁ। ପୁରୁଷଙ୍କ ମାତ୍ରାଧିକ ଆତ୍ମବିଶ୍ବାସ ଓ ମହିଳାଙ୍କ ଆତ୍ମବିଶ୍ବାସରେ ରହିଥିବା ଅଭାବରେ ପରିବର୍ତ୍ତନ ଆସିବା ଦରକାର ବୋଲି କହିଛନ୍ତି ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ।

‘ସମ୍ବାଦ’ ପକ୍ଷରୁ ଆଜି ହୋଟେଲ ସ୍ବସ୍ତି ପ୍ରମିୟମ୍‌ରେ ‘ସି ହିରୋଜ୍‌’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଲେ, କେବଳ ଭିତ୍ତିଭୂମି ନୁହେଁ, ସାମାଜିକ କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ପୁରୁଷ ପ୍ରାଧାନ୍ୟ ସମାଜରେ ଛୋଟ ପରିବର୍ତ୍ତନ ଆଣିବା ପାଇଁ ଯେଉଁମାନେ ବି ଚେଷ୍ଟା କରୁଛନ୍ତି ସେମାନେ ସମସ୍ତେ ସାମାଜିକ ଇଞ୍ଜିନିୟରିଂ ବାର୍ତ୍ତାବହ। ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଏହି ମହିଳାଙ୍କୁ ‘ସମ୍ବାଦ’ ଏକ ପ୍ଲାଟଫର୍ମ ଯୋଗାଇଥିବାରୁ ପ୍ରଶଂସାର ପାତ୍ର ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ କହିଲେ, କଟକ, ଭୁବନେଶ୍ବର, ଅନୁଗୁଳ, ରାଉରକେଲା ଓ ବ୍ରହ୍ମପୁରକୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳ ଗୁଡ଼ିକରେ ଏକ ଜବରଦସ୍ତ ସାମାଜିକ ଆନ୍ଦୋଳନ ଗଢ଼ି ଉଠିଛି। ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ଶାନ୍ତଭାବେ ଏହି ବିପ୍ଲବ ଆରମ୍ଭ ହୋଇଛି। ଏଥିରେ ମହିଳାମାନେ ହିଁ ନେତୃତ୍ବ ନେଉଛନ୍ତି। ୨୦୦୦ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ବନଧନ ‌ବିକାଶ ଯୋଜନା’କୁ ନେଇ ଏକ ଖସଡ଼ା ପ୍ରସ୍ତୁତ ହୋଇଥିଲା। ଏହା ବ୍ୟାପକଭାବେ ଆଗକୁ ବଢ଼ିବାରେ ଲାଗିଛି। ସାମୂହିକ ବ୍ୟବସାୟ ଦ୍ବାରା ମହିଳାମାନେ ଆଗକୁ ବଢ଼ୁଛନ୍ତି। ଏଥିରେ କେବଳ ଲାଭ କରିବା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ନୁହେଁ, ବରଂ ଜଙ୍ଗଲକୁ ବଞ୍ଚାଇବା କାମରେ ସମସ୍ତେ ଲାଗିଛନ୍ତି। ସେ ଆହୁରିମଧ୍ୟ କହିଥିଲେ ଯେ ଏବେ ବହୁସଂଖ୍ୟାରେ ମହିଳା କୈନ୍ଦ୍ରିକ କୃଷି ଉତ୍ପାଦକ ସଂସ୍ଥା ଗଢ଼ି ଉଠିଲେଣି। ପାରମ୍ପରିକ କୃଷି ଭିତରେ ମିଲେଟ୍‌ ବହୁମାତ୍ରାରେ ଆଗରେ ରହିଛି। ବିନା ମ୍ୟାନେଜମେଣ୍ଟ ପାଠପଢ଼ାରେ ଅନେକ ସ୍ଥାନୀୟ ସିଇଓ ଓ ନିର୍ଦ୍ଦେଶକମାନେ ବାହାରିଲେଣି। ଏହା ସାମାଜିକ ଇଞ୍ଜିନିୟରିଂ ଏକ ବଡ଼ ଉପଲବ୍ଧୀ। ତେବେ ନୂଆ ଧରଣର ଉଦ୍ୟୋଗୀଙ୍କ ପାଇଁ ସଂସ୍ଥାଗତ ସମର୍ଥନ ଆବଶ୍ୟକ। ନିଜ ବ୍ୟବସାୟର ବୃଦ୍ଧି ପାଇଁ ଏହି ଉଦ୍ୟୋଗୀମାନଙ୍କୁ ନୂଆ ନୂଆ ସହଯୋଗର ଆବଶ୍ୟକତା ରହିଛି। ଅନ୍ତର୍ଭୁକ୍ତୀକରଣ ବିକାଶ ନ ହେଲେ ସେହି ବିକାଶର କୌଣସି ମୂଲ୍ୟ ନାହିଁ। ତେଣୁ କେବଳ ସଶକ୍ତୀକରଣ ଉପରେ ଆଲୋଚନା ନ କରି ଏହା ଉପରେ ନିବେଶ କରିବା ଜରୁରି ବୋଲି ସେ କହିଥିଲେ। 

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ମାନସିକତାରେ ପରିବର୍ତ୍ତନ ନ ହେଲେ ଲିଙ୍ଗଭେଦକୁ ନେଇ ଯେଉଁ ସମସ୍ୟା ଉପୁଜୁଛି ତାହାର ସମାଧାନ ହେବନାହିଁ। ବହୁବର୍ଷ ପୂର୍ବରୁ ବିପ୍ଲବୀ ଲେନିନ୍ ଏ କଥା ବୁଝିପାରିଥିଲେ। ବିଶ୍ବର ଅଧା ଜନସଂଖ୍ୟା ମହିଳାମାନେ ଯଦି କୌଣସି ସାମାଜିକ କ୍ରାନ୍ତିରେ ଭାଗ ନେବ ନାହିଁ, ତାହେଲେ ସେହି କ୍ରାନ୍ତିର ମୂଲ୍ୟ କ’ଣ ବୋଲି କହିଥିଲେ। ମହିଳାମାନେ ଆଜିର ସମୟରେ ବହୁ କ୍ଷେତ୍ରରେ ପୁରୁଷଙ୍କ ସମକକ୍ଷ ହୋଇପାରିଛନ୍ତି। ବହୁବର୍ଷ ଧରି ଆମ ସାହିତ୍ୟ, ସଂସ୍କୃତି ଓ ପାରିବାରିକ ବ୍ୟବସ୍ଥାରେ ନାରୀକୁ ଅବଳା କରି ରଖାଯାଇଛି। ସରକାରଙ୍କ ଉପରେ ନିର୍ଭର କରି ମହିଳାଙ୍କୁ ସମାଜରେ ଉପରକୁ ଉଠାଇବାକୁ ଚାହିଲେ ତାହା ହେବ ନାହିଁ। ମହିଳା ଯଦି ଶିକ୍ଷା ଓ ରୋଜଗାରରେ ଆତ୍ମନିର୍ଭରଶୀଳ ହୋଇପାରିବେ, ତାହାଲେ ଦୁନିଆ ସେମାନଙ୍କ ହାତ ମୁଠାରେ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହି‌ଲେ, ‘ସି ହିରୋଜ୍‌’ର ପ୍ରଥମ ସଂସ୍କରଣ ପାରାମେଡିକ୍‌ ଓ ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଓ ଦ୍ବିତୀୟ ସଂସ୍କରଣ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା। ତୃତୀୟ ସଂସ୍କରଣରେ ରାଜ୍ୟବ୍ୟାପୀ ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି। ମହିଳାଙ୍କ ନିକଟରେ ଯେଉଁ ଶକ୍ତି ରହିଛି ତାହାକୁ ବ୍ୟବହାର କରି ସେମାନେ ଘର କାମ ହେଉ ବା କର୍ପୋରେଟ୍‌ କାମ କରିପାରୁଛନ୍ତି। ମହିଳାଙ୍କ ସହ ଯୋଡ଼ି ହେବା ଲାଗି ସମ୍ବାଦ ଗ୍ରୁପ୍‌ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି ବୋଲି ସେ କହିଥିଲେ। 

ପ୍ରାରମ୍ଭରେ ସମ୍ବାଦ ଓ କନକ ନ୍ୟୁଜ୍‌ର ସଂପାଦିକା ତନୟା ପଟ୍ଟନାୟକ କହିଲେ, ମହିଳାମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ ଯେ କମ୍ ନୁହନ୍ତି ତାହା ପ୍ରମାଣିତ ହୋଇସାରିଛି। ହେଲେ ମହିଳାମାନଙ୍କ ଭିତରେ ଆତ୍ମବିଶ୍ବାସର ଅଭାବ ରହିଯାଉଛି। ସମସ୍ତଙ୍କ ସମ୍ମାନ ରଖନ୍ତୁ, ମତକୁ ଗ୍ରହଣ କରନ୍ତୁ ଓ ସହିଷ୍ଣୁ ହୁଅନ୍ତୁ, ମାତ୍ର ‘ନା’ କରିବାର ଅଧିକାରକୁ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ନିଜର ନମ୍ରତା ଓ ସରଳତାକୁ ନିଜର ଦୁର୍ବଳତା କରନ୍ତୁ ନାହିଁ। ଆଗକୁ ବଢ଼ିବାକୁ ହେଲେ ନିଜ ଉପରେ ଥିବା ବିଶ୍ବାସକୁ ଦୃଢ଼ ରଖିବାକୁ ହେବ। ନିଜ ଉପରେ ବିଶ୍ବାସ ନ ରହିଲେ ସାମ୍ନା ଲୋକ ଯେ ବିଶ୍ବାସ କରିବ ସେ ଆଶା ରଖିବା ଉଚିତ ନୁହେଁ। ପରିବାରର ସହଯୋଗ ରହିଲେ ମହିଳାଙ୍କ ପାଇଁ କୌଣସି କାମ ଅସମ୍ଭବ ନୁହେଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

‘ନାରୀମାନଙ୍କ ସମ୍ମାନ ପାଇଁ ପରିବାରରୁ ଉଦ୍ୟମ ଆରମ୍ଭ ହେଉ’

hhhfvbb

‘ସି ହିରୋଜ୍‌’ ତୃତୀୟ ସଂସ୍କରଣ ଆଲୋଚନାଚକ୍ରର ବିଷୟବସ୍ତୁ ରହିଥିଲା ‘ସମାଜ ନିର୍ମାଣରେ ମହିଳାମାନଙ୍କ ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ’। ଏହି ଆଲୋଚନ‌ାଚକ୍ରରେ ଓଡ଼ିଶା ମାନବାଧିକାର ପରିଷଦର ରାଜ୍ୟ ସଭାପତି ଅନୁଶ୍ରୀ ଦାଶ, ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ଏଆଇଡିଡବ୍ଲ୍ୟୁଏର ଜାତୀୟ ସମ୍ପାଦକ ତାପସୀ ପ୍ରହରାଜ, ଅର୍ଗାନେଲ ଫାର୍ମର ପରିଚାଳନା ନିର୍ଦ୍ଦେଶିକା ପୁନମ୍‌ ମହାପାତ୍ର ଅତିଥିଭାବେ ଯୋଗଦେଇଥିଲେ। 

ଅନୁଶ୍ରୀ କହିଲେ, ଏକବିଂଶ ଶତାବ୍ଦୀରେ ନାରୀମାନେ ନିଜର ଦକ୍ଷତା ଓ ପ୍ରତିଭା ବଳରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେଉଛନ୍ତି। ମହିଳାମାନଙ୍କୁ ଆଜି ବି କର୍ମକ୍ଷେତ୍ରରେ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି। ପୁରୁଷଙ୍କ ସମେତ ମହିଳାମାନେ ମଧ୍ୟ ନାରୀଙ୍କୁ ସମ୍ମାନ ଦେବା ଆବଶ୍ୟକ। ଉଭୟ ପୁରୁଷ ଓ ମହିଳାଙ୍କ ସହଯୋଗରେ ହିଁ ଏକ ଆଦର୍ଶ ସମାଜ ନିର୍ମାଣ ସମ୍ଭବ ବୋଲି। ତାପସୀ, କହିଥିଲେ, ପ୍ରତ୍ୟେକ କ୍ଷେତ୍ରରେ ଦଖଲ ହାସଲ କରିବା ଲାଗି ମହିଳାମାନେ ମାନସିକତା ରଖିବା ଦରକାର। ନିଜର ଅସ୍ତିତ୍ବକୁ ପ୍ରମାଣ କରିବା ଲାଗି ନାରୀଙ୍କୁ ସଂଘର୍ଷ କରିବାକୁ ହେବ। ବର୍ତ୍ତମାନ ପରିସ୍ଥିତିରେ ମହିଳାମାନଙ୍କୁ ସାଲିସ କରିବାକୁ ପଡ଼ୁଛି। ଏଣୁ ପୁରୁଷକେନ୍ଦ୍ରୀକ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। 

ଅନୁରାଧା କହିଲେ, ଆମେ ନିଜ ପରିବାରରୁ ବହୁତ କିଛି ଶିକ୍ଷା କରୁ। ଗୋଟିଏ ପରିବାରରେ ଘଟୁଥିବା ସମସ୍ତ ଘଟଣାବଳୀ ପାଇଁ ଘରର ମହିଳାମାନେ ଶ୍ରେୟ ନେଇଥାନ୍ତି। ମାତ୍ର ସାମାଜିକ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳେ ନାହିଁ। ଆଜି କର୍ମ କ୍ଷେତ୍ରରେ ଗର୍ଭବତୀ ତଥା ପ୍ରସୂତୀମାନଙ୍କୁ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି। ନାରୀମାନଙ୍କ ସମ୍ମାନ ଲାଗି ପରିବାରରୁ ଉଦ୍ୟମ ଆରମ୍ଭ ହେବା ଦରକାର। ଯେଉଁ ପର୍ଯ୍ୟନ୍ତ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିନାହିଁ, ସେ ପର୍ଯ୍ୟନ୍ତ ମହିଳାମାନଙ୍କୁ ସଂଘର୍ଷ କରିବାକୁ ହେବ। ପୁନମ୍‌ କହିଲେ, କର୍ମକ୍ଷେତ୍ରରେ ମହିଳାମାନଙ୍କୁ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ୁଛି। ପରିବାରର ଦାୟିତ୍ବ କେବଳ ମହିଳାଙ୍କ ଉପରେ ଛାଡ଼ିଦେଲେ ହେବ ନାହିଁ। ଉଭୟ ପୁରୁଷ ଓ ମହିଳାଙ୍କୁ ଏଥିପାଇଁ ପରିଶ୍ରମ କରିବାକୁ ହେବ। ଏଥିପାଇଁ ଆମ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହି ଅଧିବେଶନକୁ ସ୍ବସ୍ତିକା ପଣ୍ଡା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe