ବଡ଼ଦିନରେ ବଜାରକୁ ଆସିବ ସୁନା ଓ ହୀରା ଖଚିତ ଆଇଫୋନ-୧୧ପ୍ରୋ: ଦାମ୍ ଜାଣି ଉଡ଼ିଯିବ ହୋସ୍

Advertisment
ବଡ଼ଦିନରେ ବଜାରକୁ ଆସିବ ସୁନା ଓ ହୀରା ଖଚିତ ଆଇଫୋନ-୧୧ପ୍ରୋ: ଦାମ୍ ଜାଣି ଉଡ଼ିଯିବ ହୋସ୍

bhaskar.com

ନୂଆଦିଲ୍ଲୀ: ଆପଲ କମ୍ପାନିର ଆଇଫୋନ-୧୧ ପ୍ରୋର ଗୋଲ୍ଡ ଓ ଡାଇମଣ୍ଡ ଏଡିସନ ବଡ଼ଦିନ ଅବସରରେ ବଜାର ପ୍ରବେଶ କରାଯିବ। ସାରା ବିଶ୍ବ‌ରେ ଏହାର ଡେଲିଭରି ମାଗଣାରେ କରାଯିବା ସହ ଏହାର ଦାମ୍ ଏବେ କିଛି ଲୋକଙ୍କ ହୋସ୍ ଉଡ଼ାଇଛି। ଆଇଫୋନ-୧୧ ପ୍ରୋର ଦାମ୍ ୯୧ଲକ୍ଷ ଟଙ୍କା ରହିଥିବା ବେଳେ ଆଇଫୋନ-୧୧ ପ୍ରୋ ମାକ୍ସର ଦାମ୍ ୯୯ଲକ୍ଷ ଟଙ୍କା ରହିଛି। ଏଥିରେ ୭୫୦କ୍ୟାରେଟ୍ ସୁନା ଓ ୩ କ୍ୟାରେଟ୍ ହୀରା ଲାଗିଥିବା ଜଣାପଡ଼ିଛି।

ଏହାକୁ ରୁଷର ଡିଜାଇନର କମ୍ପାନି କେଭିୟର ଡିଜାଇନ୍ କରିଥିବା ବେଳେ ଏହାର ନାଁ ରହିଛି କ୍ରେଡୋ ଖ୍ରୀଷ୍ଟମାସ ଷ୍ଟାର ଡାଇମଣ୍ଡ ଆଇଫୋନ-୧୧। ଚଳିତ ବର୍ଷ ଲଞ୍ଚ ହୋଇଥିବା ଆଇଫୋନ-୧୧ ପ୍ରୋରେ ସୁନା ଓ ହୀରା ଲଗାଇ ନୂଆ ଋପ ଦେଇଛି ଡିଜାଇନର କମ୍ପାନି କେଭିୟର। କମ୍ପାନି ଏହାକୁ ଖୁବ୍ ସୁନ୍ଦର ଭାବେ ଡିଜାଇନ୍ କରିଥିବା ବେଳେ ଫୋନର ପଛ ପଟରେ ଜେସସ୍, ମେରୀ ଓ ଜୋସେଫଙ୍କୁ ରଖାଯାଇଛି।

NBT navbharattimes.indiatimes.com

ତେବେ ସୁନା ଓ ହୀରା ଲାଗିଥିବା ଏହି ଫୋନର ଦାମ୍ ୯୧ଲକ୍ଷ ୨୦ହଜାର ଟଙ୍କା ରହିଥିବା ବେଳେ ଯଦି ଏହି ଦାମ୍ କାହାକୁ ଅଧିକ ଲାଗୁଛି, ତେବେ ସେ କେବଳ ସୁନା ଲାଗିଥିବା ଆଇଫୋନ-୧୧ ପ୍ରୋ ଫୋନ କିଣି ପାରିବ। ଏହାର ଦାମ୍ ରଖାଯାଇଛି ୪ଲକ୍ଷ ୨୪ହଜାର ଟଙ୍କା। ଏହା ସହ ଆପଣ କେବଳ ରୁପା ବ୍ୟବହାର କରାଯାଇଥିବା ଆଇଫୋନ-୧୧ ପ୍ରୋ ମଧ୍ୟ କିଣି ପାରିବେ। ଯାହାର ଦାମ୍ ୬ଲକ୍ଷ ୩୬ହଜାର ଟଙ୍କା ରହିଛି। ତେବେ ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେ‌ଳେ ଡିଜାଇନ ସମସ୍ତଙ୍କୁ ପସନ୍ଦ ଆସୁଥିବା ଦେଖାଯାଇଛି। ଖାସ୍ କରି ଫୋନର ପଛ ପଟେ କମ୍ପାନି ସୁନା, ରୁପା ଓ ହୀରା ସାହାଯ୍ୟରେ ଯେଉଁ ଡିଜାଇନ କରିଛି, ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe