ଦୌଡ଼ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନରେ ଥିବା ରହିମ୍‌କୁ ପାର୍‌ କଲା ରାଜ୍‌, ତେବେ ରାଜ୍‌ କେଉଁ ସ୍ଥାନରେ ରହିବ? ଯଦି ପ୍ରଥମ ଭାବୁଛନ୍ତି ତେବେ ଭୁଲ୍‌

Advertisment
ଧନ୍ବନ୍ତରୀ ଜୟନ୍ତୀ ଅବସରରେ ଗଣଦୌଡ଼

ସ୍କୁଲ୍‌ କିମ୍ବା କଲେଜ୍‌ରେ ହେଉଥିବା ଦୌଡ଼ ପ୍ରତିଯୋଗିତାରେ ଆପଣ କେବେ ନା କେବେ ନିଶ୍ଚୟ ଭାଗ ନେଇଥିବେ। ସେ ଅନୁଭୂତି ନିଆରା ନିଶ୍ଚୟ। ଆଜି ସେ ସଂପର୍କରେ ଏକ କୁଇଜ୍‌ ଆମେ ଆପଣଙ୍କୁ ପଚାରିବୁ, ଆପଣ ନିଜର ଉତ୍ତର ରଖିବେ।

ପୂର୍ବରୁ ଅନେକ ରିଡିଲ୍‌ ପଜଲ୍‌ ଆମେ ଖେଳି ସାରିଛେ। ମଜା ମଜା ପ୍ରଶ୍ନର କୌତୂକିଆ ଉତ୍ତର ବି ପାଇଛେ। ସେ ସବୁ ମନୋରଞ୍ଜନ କରାଇବା ସହ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟ ହୋଇଛି ବୋଲି ଆପଣ ହୁଏତ ତାହା ଅସ୍ୱୀକାର କରିବେ ନାହିଁ। କେତେକ ପ୍ରଶ୍ନ ଆମେ ପଚାରିଛୁ। ତାହାର ଠିକ୍‌ ଉତ୍ତର ବି ଆପଣମାନେ ଦେଇଛନ୍ତି। କେତେକ ପ୍ରଶ୍ନର ଉତ୍ତର ଆଖି ସାମ୍ନାରେ ଥାଇ ବି ଆମକୁ ଦିଶେ ନାହିଁ। ଏହି ପରି ଖେଳ ଦ୍ୱାରା ଆମେ ଆମ ମସ୍ତିଷ୍କକୁ ଚଳଚଞ୍ଚଳ କରିପାରିବା।

publive-image

ଆଜି ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି ‘ଦୌଡ଼ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନରେ ଥିବା ରହିମ୍‌କୁ ପାର୍‌ କଲା ରାଜ, ତେବେ ରାଜ୍‌ କେଉଁ ସ୍ଥାନରେ ରହିବ?’

ଉତ୍ତର: ଆପଣ ଯଦି ରାଜ୍‌ର ସ୍ଥାନ ପ୍ରଥମ ବୋଲି ଭାବୁଛନ୍ତି ତେବେ ଏକଦମ ଭୁଲ୍‌ ଭାବୁଛନ୍ତି। ପ୍ରଶ୍ନଟି ପଢ଼ିଲା ପରେ ଯେ କେହି ବି ରାଜ୍‌ର ସ୍ଥାନ ପ୍ରଥମ ବୋଲି ହଠାତ ଚିନ୍ତା କରିପାରନ୍ତ। ମାତ୍ର ଉତ୍ତର ଦ୍ୱିତୀୟ। କାହିଁକି ନା, ରାଜ୍‌ ରହିମ୍‌କୁ ପାର୍‌ କଲା ମାନେ ରହିମ୍‌ର ସ୍ଥାନ ନେବ ଅର୍ଥାତ ଦ୍ୱିତୀୟ ସ୍ଥାନ। ପ୍ରଥମ ସ୍ଥାନରେ ଯେଉଁ ପ୍ରତିଯୋଗୀ ରହିଥିଲା ସେହି ସ୍ଥାନରେ ସେ ହିଁ ରହିଛି। କେବଳ ଦ୍ୱିତୀୟ ସ୍ଥାନରେ ପରିବର୍ତ୍ତନ ଘଟିଛି। ପୂର୍ବରୁ ଦ୍ୱିତୀୟରେ ଥିବା ରହିମର ସ୍ଥାନ ତୃତୀୟ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe