ପୋଷା କୁକୁରକୁ ପଦାକୁ ଆଣିଲେ ତଣ୍ତ ଓ ଦଣ୍ତ!

ପୋଷା କୁକୁରକୁ ପଦାକୁ ଆଣିଲେ ତଣ୍ତ ଓ ଦଣ୍ତ!

ସହରାଞ୍ଚଳରେ ଘର ଭିତରେ ଅଧିକା˚ଶ ସମୟରେ ବନ୍ଦ ରହୁଥିବା ପୋଷା କୁକୁରଙ୍କୁ ରାସ୍ତାରେ ବୁଲାଇବାକୁ ନେବା ଏକ ଆବଶ୍ୟକତା ଏବ˚ କେତେକଙ୍କ ପାଇଁ ଏହା ଏକ ଅବସର ବିନୋଦନ, ପୁଣି କେତେକଙ୍କ ପାଇଁ ବ୍ୟାୟାମ। ତେବେ, ଇରାନର ରାଜଧାନୀ ତେହରାନ ମହାନଗରୀରେ ଏବେ ଏହାକୁ ନିଷିଦ୍ଧ କରାଯାଇଛି। ସେଠାକାର ଆଇନ ବିଭାଗ ପକ୍ଷରୁ ଏଥି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ବାନ ପାଳନକୁ ଯଦିଓ ଏ ଯାଏ ନିଷିଦ୍ଧ କରାଯାଇନାହିଁ, ଆଗକୁ କରାଯିବ ବୋଲି ଅନୁମାନ କରାଯାଉଛି। ସେଠାକାର ଧାର୍ମିକ ନେତୃବୃନ୍ଦଙ୍କ ପାଇଁ ଶ୍ବାନ ପାଳନ ଏକ କୁତ୍ସିତ ପାଶ୍ଚାତ୍ୟ ପର˚ପରା। ତେଣୁ, ସେମାନେ ଏହାକୁ ବନ୍ଦ କରାଇବା ପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ କୁକୁରଙ୍କୁ ବାହାରେ ବୁଲାଇବା ନିଷିଦ୍ଧ କରାଇବାରେ ସଫଳ ହୋଇଛନ୍ତି। ଏଣିକି ସେଠାରେ କେହି ପ୍ରଥମ ଥର ପାଇଁ କୁକୁରଙ୍କୁ ଘର ବାହାରକୁ ଆଣିଲେ ମୋଟା ଅଙ୍କର ଜରିମାନା ଗଣିବେ। ଦ୍ବିତୀୟ ଥର ଆଇନ ଭାଙ୍ଗିଲେ କୁକୁରକୁ ଜବତ କରିନିଆଯିବ ଏବ˚ ମାଲିକଙ୍କୁ ସଜା ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe