ଆଇରନ୍ ବିମ୍: ଇସ୍ରାଏଲ ନିୟୋଜିତ କଲା ବିଶ୍ୱର ପ୍ରଥମ ଲେଜର୍‌ ଇଣ୍ଟରସେପ୍ଟର

ବିଜ୍ଞାନର ଏକ କଳ୍ପନାକୁ ବାସ୍ତବରେ ପରିଣତ କରିଛି ଇସ୍ରାଏଲ। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଯୁଦ୍ଧ-ପରୀକ୍ଷିତ ଉଚ୍ଚ-ଶକ୍ତିସମ୍ପନ୍ନ ଲେଜର ଇଣ୍ଟରସେପ୍ସନ୍ ସିଷ୍ଟମ୍ ନିୟୋଜିତ କରିଥିବା ଘୋଷଣା କରିଛି, ଯାହାକୁ ଆଇରନ୍ ବିମ୍ କୁହାଯାଉଛି।

dgdgdgcvcv

ତେଲ୍ ଅଭିଭ୍: ବିଜ୍ଞାନର ଏକ କଳ୍ପନାକୁ ବାସ୍ତବରେ ପରିଣତ କରିଛି ଇସ୍ରାଏଲ। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଯୁଦ୍ଧ-ପରୀକ୍ଷିତ ଉଚ୍ଚ-ଶକ୍ତିସମ୍ପନ୍ନ ଲେଜର ଇଣ୍ଟରସେପ୍ସନ୍ ସିଷ୍ଟମ୍ ନିୟୋଜିତ କରିଥିବା ଘୋଷଣା କରିଛି, ଯାହାକୁ ଆଇରନ୍ ବିମ୍ କୁହାଯାଉଛି। ବାୟବୀୟ ଅସ୍ତ୍ରଶସ୍ତ୍ରକୁ ରୋକିବା ପାଇଁ ଏହା ପାଖରେ ପୂର୍ବରୁ ଥିଲା ଆଇରନ ଡୋମ୍, ଏବେ ଆଇରନ ବିମ୍ ପରବର୍ତ୍ତୀ ପିଢ଼ିର ଅସ୍ତ୍ରଶସ୍ତ୍ର ସହିତ ସାମରିକ ପ୍ରତିରକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ୍ ଏହି ସପ୍ତାହରେ ଆନୁଷ୍ଠାନିକ ଭାବରେ ଆଇରନ୍ ବିମ୍ ଲେଜର ସିଷ୍ଟମ୍ ପ୍ରତିଷ୍ଠା କରିଛି, ଯାହା ଆଧୁନିକ ସାମରିକ ଯୁଦ୍ଧକୁ ସବୁଦିନ ପାଇଁ ବଦଳାଇ ଦେଇପାରେ। ପାରମ୍ପରିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ଦ୍ବାରା ଗୋଟିଏ ଇଣ୍ଟରସେପ୍ସନ୍ ପାଇଁ ପ୍ରାୟ ୬୦,୦୦୦ ଡଲାର ଖର୍ଚ୍ଚ ହୁଏ କିନ୍ତୁ ଆଇରନ୍ ବିମ୍‌ର ଲେଜର ଟେକ୍ନୋଲୋଜି ଦ୍ବାରା ଆସୁଥିବା ରକେଟ୍, ୟୁଏଭି ଓ ମୋର୍ଟାରକୁ ନଷ୍ଟ କରିବା ପାଇଁ ମାତ୍ର ୨ ଡଲାର ଖର୍ଚ୍ଚ ହୋଇଥାଏ। ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ କହିଛନ୍ତି, ଆମେ ଏବେ କୌଣସି ଅସ୍ତ୍ର ବାୟୁମାର୍ଗରେ ଆସୁଥିବା ଦେଖିବା କ୍ଷଣି ଏହାକୁ ନଷ୍ଟ କରିପାରିବୁ, ଏଥିରେ ଆଦୌ ବିଳମ୍ବ ହେବ ନାହିଁ। ଏହି ବ୍ୟବସ୍ଥା ଅଗଣିତ ଜୀବନ ବଞ୍ଚାଇପାରିବ ଏବଂ ଯୁଦ୍ଧର ଅର୍ଥନୀତି ଓଲଟପାଲଟ ହୋଇଯିବା ସହିତ ଶତ୍ରୁମାନଙ୍କୁ ଦେବାଳିଆ କରିଦେବ।

ଆଇରନ୍‌ ବିମ୍ କ’ଣ?
ଆଇରନ୍ ବିମ୍ ଇସ୍ରାଏଲର ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା କବଚ ଆଇକନିକ୍ ଆଇରନ୍ ଡୋମ୍, ଡେଭିଡସ୍ ସ୍ଲିଙ୍ଗ୍ ଓ ତୀର ପ୍ରଣାଳୀର ପରିପୂରକ। ଏହା ରକେଟ୍, ମୋର୍ଟାର, ୟୁଏଭି ଓ କମ୍ ଉଚ୍ଚତାରେ ଉଡ଼ୁଥିବା ବିମାନ ପରି ଛୋଟ, ସ୍ୱଳ୍ପ-ଦୂରଗାମୀ ବିପଦକୁ ଟାର୍ଗେଟ୍ କରେ, ଯାହା ଅଧିକ ମହଙ୍ଗା କାଇନେଟିକ୍ ଇଣ୍ଟରସେପ୍ଟର ଉପରେ ଭାରକୁ ହାଲୁକା କରିଥାଏ ଏବଂ ସମଗ୍ର କଭରେଜ୍ ବୃଦ୍ଧି କରିଥାଏ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ଆର୍ ଆଣ୍ଡ ଡି ୟୁନିଟ୍, ଇସ୍ରାଏଲ ବାୟୁସେନା, ରାଫେଲ ଓ ଏଲ୍‌ବିଟ୍ ସିଷ୍ଟମ୍‌ର ସହଯୋଗରେ ବିକଶିତ ହୋଇଥିବା ଆଇରନ୍ ବିମ୍ ଦକ୍ଷିଣ ଇସ୍ରାଏଲରେ ସପ୍ତାହେ ଧରି କଠୋର, ଯୁଦ୍ଧ-ସିମୁଲେଟେଡ୍ ପରୀକ୍ଷଣ ସମାପ୍ତ କରିଛି। ଏହା ବିଭିନ୍ନ ପ୍ରକାରର ଆକାଶ ବିପଦକୁ ରୋକିବାର କ୍ଷମତାକୁ ପ୍ରମାଣିତ କରିଥିଲା। ଆଗକୁ ଇସ୍ରାଏଲ ପ୍ରତିରକ୍ଷା ଅଧିକାରୀମାନେ ବିମ୍ ଶକ୍ତି ଓ ରେଞ୍ଜରେ ଉନ୍ନତି ଆଣିବାକୁ ଯୋଜନା କରିଛନ୍ତି। ଉନ୍ନତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଯୋଗାଇବା ପାଇଁ ମହାକାଶରେ ମଧ୍ୟ ଲେଜର ଇଣ୍ଟରସେପ୍ଟର ନିୟୋଜିତ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା ‘ଷ୍ଟାର୍ ୱାର୍ସ’ କ୍ଷେପଣାସ୍ତ୍ର ସିଲ୍ଡ ଧାରଣା ପରି ଏକ ସ୍ୱପ୍ନକୁ ସାକାର କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe