ଏକ ଆକଳନ ଅନୁଯାୟୀ, ବିଭିନ୍ନ କାରଣରୁ ସମାଜରେ ହତ୍ୟା ଅପେକ୍ଷା ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ବଞ୍ଚିବା ପାଇଁ କୌଣସି ବିକଳ୍ପ ନଥିବା ଅନୁଭବ କରି ଆତ୍ମହତ୍ୟାକୁ କେହି କେହି ଆପଣେଇଥା’ନ୍ତି। ଅନେକ ମଧ୍ୟ ଜୀବନକୁ ଦୁର୍ମୂଲ୍ୟ ମନେ କରି ତାହାକୁ ବଜାୟ ରଖିବା ପାଇଁ ସଂଘର୍ଷ ଜାରି ରଖିଥା’ନ୍ତି। ତେବେ ଆତ୍ମହତ୍ୟାକାରୀମାନେ ନିଜର ଜୀବନକୁ ଶେଷ କରିଦେବା ପରି ଆତ୍ମାପରାଧ ରଚାଇବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥା’ନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାର ବିଭିନ୍ନ ଉପାୟ ସମ୍ପର୍କରେ ଉଲ୍ଲେଖ କରିବା ଆଦୌ ସମୀଚୀନ ନୁହେଁ। ତେବେ ଏ ବାବଦରେ ଯେହେତୁ ଶ୍ବାସକ୍ରିୟା ସହ ଜୀବନଧାରଣ ଜଡ଼ିତ, ତେଣୁ ଜଣେ ନିଜର ଶ୍ବାସକ୍ରିୟା ବନ୍ଦ କରି ଆତ୍ମହତ୍ୟା କରିପାରିବ ବୋଲି କଳ୍ପନା କରାଯାଇପାରେ। ମାତ୍ର ବିଜ୍ଞାନ ଅନୁସାରେ ଜଣେ କେବେ ବି ନିଜର ଶ୍ବାସକ୍ରିୟା ବନ୍ଦ କରି ମୃତ୍ୟୁବରଣ କରିପାରିବ ନାହିଁ। କାରଣ ଜଣେ ସଂଯମ ଧାରଣ ପୂର୍ବକ ନିଜର ଶ୍ବାସକ୍ରିୟାକୁ ବନ୍ଦ ରଖିବା ମାତ୍ରେ ସେ ଅଚେତ ହୋଇଯାଇପାରେ। ଫଳରେ ପରବର୍ତ୍ତୀ ପ୍ରଶ୍ବାସ ବନ୍ଦ ପ୍ରକ୍ରିୟାକୁ ସେ ଆଉ ନିୟନ୍ତ୍ରଣ କରିପାରେ ନାହିଁ। ଏତିକି ବେଳେ ଫୁସ୍ଫୁସ୍ ସ୍ବୟଂକ୍ରିୟ ଭାବେ ତାହାର କାର୍ଯ୍ୟ କରିବା ଆରମ୍ଭ କରିଥାଏ ଏବଂ ଶରୀରକୁ ତାଜା ଅମ୍ଳଜାନ ପ୍ରବେଶ କରି ତାହା ପୁଣି ସ୍ବାଭାବିକ ହୋଇପଡ଼ିଥାଏ। ତେଣୁ କୌଣସିମତେ ନିଜର ଶ୍ବାସକ୍ରିୟାକୁ ନିଜେ ଏପରି ବନ୍ଦ କରି ମୃତ୍ୟୁ ପାଖରେ ନିଜକୁ ସମର୍ପି ଦେଇହେବନାହିଁ। ବଡ଼ ବିଚିତ୍ର ଆମ ଶରୀରର ସ୍ବୟଂକ୍ରିୟ ଆତ୍ମରକ୍ଷା ପ୍ରକ୍ରିୟା।
ସ୍ବେଚ୍ଛାରେ ଅଣନିଃଶ୍ବାସୀ ହେବା ସମ୍ଭବ କି?
Advertisment
Follow Us