ପୁଣି ଚାଲିବ ବନ୍ଦ ହୋଇଥିବା ୧୦୦୦ ଟଙ୍କିଆ ନୋଟ୍‌, ବ୍ୟାଙ୍କ୍‌ ଫେରିଯିବ ୨୦୦୦ ଟଙ୍କିଆ ନୋଟ୍‌! ଦୃଷ୍ଟିରେ ପଡ଼ିଛି କି ଏମିତି ଖବର?

Advertisment
ପୁଣି ଚାଲିବ ବନ୍ଦ ହୋଇଥିବା ୧୦୦୦ ଟଙ୍କିଆ ନୋଟ୍‌, ବ୍ୟାଙ୍କ୍‌ ଫେରିଯିବ ୨୦୦୦ ଟଙ୍କିଆ ନୋଟ୍‌! ଦୃଷ୍ଟିରେ ପଡ଼ିଛି କି ଏମିତି ଖବର?

ସୋସିଆଲ୍‌ ମିଡିଆରେ ନିକଟରେ ଭାଇରାଲ୍‌ ହୋଇଥିବା ଦୁଇଟି ଭିଡିଓ ଲୋକଙ୍କ ହୋସ୍‌ ଉଡ଼ାଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ବନ୍ଦ ହୋଇ ଯାଇଥିବା ୧୦୦୦ ଟଙ୍କିଆ ନୋଟ୍‌ ପୁଣି ଥରେ ବଜାରକୁ ଆସିବ ଓ ନୂଆ କରି ବଜାରକୁ ଆସିଥିବା ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ। ଯଦିଓ ଆର୍‌ବିଆଇ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ, ତଥାପି ‘ଏବିପି ନ୍ୟୁଜ୍‌’ ପରି ଏକ ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥାର ଲୋଗୋ ଥିବା ଏହି ଭିଡିଓଟି ସଭିଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।

ଆପଣ ଦେଖିପାରୁଥିବେ ଯେ, ଭିଡିଓଟିରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି କି ଜାନୁଆରି ପହିଲାରୁ ନୂଆ ନୋଟ୍‌ ଆସିବାକୁ ଯାଉଛି। ୨୦୦୦ ନୋଟ୍‌ଗୁଡ଼ିକ ଫେରସ୍ତ ବ୍ୟାଙ୍କ୍‌ ପଳାଇବ। ଆପଣଙ୍କୁ ସର୍ବାଧିକ ୫୦ ହଜାଟ ଟଙ୍କା ଜମା କରିବାର ଅନୁମତି ମିଳିବ। ଏହି ଅନୁମତି କେବଳ ୧୦ ଦିନ ପର୍ଯ୍ୟନ୍ତ। ଏହାପରେ ୨୦୦୦ ଟଙ୍କିଆ ନୋଟ୍‌ର କୌଣସି ମୂଲ୍ୟ ରହିବ ନାହିଁ। ଏଥିପାଇଁ ବେଶି ୨୦୦୦ ଟଙ୍କିଆ ନୋଟ୍‌ ନିଜ ପାଖରେ ରଖନ୍ତୁ ନାହିଁ। ଏବିପି ପକ୍ଷରୁ ଏହି ଖବରକୁ ‘ଭାଇରାଲ୍‌ ମେସେଜ୍‌’ ବୋଲି ଲେଖାଯାଇ ଉପସ୍ଥାପିତ କରାଯାଇଛି। ତେବେ ସେହିପରି ଅନ୍ୟ ଏକ ଭିଡିଓରେ ବି ଦେଖିବାକୁ ମିଳିଛି ଯେ ୨୦୦୦ ନୋଟ୍‌ର ବିଦାୟ ଓ ୧୦୦୦ ଟଙ୍କିଆ ନୋଟ୍‌ର ଘର ଲେଉଟା।

ସତ କଥାଟି ହେଉଛି, ଏହି ଭିଡିଓଗୁଡ଼ିକ ବହୁ ମାସ ତଳର। ମାତ୍ର ତାହା ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଆପଣଙ୍କ ସୂଚନା ସକାଣେ ଜଣାଇ ଦେଉଛୁ ଯେ, ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ସ୍ପଷ୍ଟ ହୋଇଛି ଯେ ଏପରି କୌଣସି ଘୋଷଣା କରିବାର ଥିଲେ ତାହା ଆର୍‌ବିଆଇର ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌, ସୋସିଆଲ୍‌ ମିଡିଆ କିମ୍ବା ଗଣମାଧ୍ୟମରେ ସ୍ପଷ୍ଟ ଭାବେ ସୂଚନା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe