ଏହି କାରଣରୁ ରାସ୍ତାରେ ଭିକ ମାଗୁଥିବା ବୃଦ୍ଧ ଦିବ୍ୟାଙ୍ଗ ଭିକାରି ବିବାହ ବନ୍ଧନରେ ବାନ୍ଧି ହେଲେ

Advertisment
ଏହି କାରଣରୁ ରାସ୍ତାରେ ଭିକ ମାଗୁଥିବା ବୃଦ୍ଧ ଦିବ୍ୟାଙ୍ଗ ଭିକାରି ବିବାହ ବନ୍ଧନରେ ବାନ୍ଧି ହେଲେ

ନୂଆଦିଲ୍ଲୀ: ବିହାରର ସୁପୋଲରେ ବୃଦ୍ଧ ଦିବ୍ୟାଙ୍ଗ ଭିକାରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ସୁ‌ପୋଲ ନିର୍ମଳି ଅନୁମଣ୍ଡଳୀୟ ହସ୍ପିଟାଲର ମୁଖ୍ୟ ଫାଟକ ନିକଟରେ ସ୍ଥାନୀୟଲୋକେ ବୃଦ୍ଧ ଦିବ୍ୟାଙ୍ଗ ଭିକାରିଙ୍କ ବିବାହ କରାଇ ଦେଇଛନ୍ତି। ଏହି ଦିବ୍ୟାଙ୍ଗ ବୃଦ୍ଧ ଓ ବୃଦ୍ଧା ଉଭୟ ଭିକ ମାଗି ପେଟ ପୋଷନ୍ତି।

୫୪ ବର୍ଷୀୟ ଦିବ୍ୟାଙ୍ଗ ନଥୁନି ଯାଦବ ମଧୁବନୀ ଜିଲ୍ଲାର ରାଜବଲିଗଢ଼ ଗ୍ରାମରେ ବସବାସ କରନ୍ତି। ନଥୁନି ସହରର ନିର୍ମଳିରେ ଭିକ ମାଗି ଥାଆନ୍ତି। ସେହିପରି ୫୦ବର୍ଷୀୟ ଗଙ୍ଗୀୟା ଦେବୀ ଔରଙ୍ଗାବାଦ ଜିଲ୍ଲାରେ ବସବାସ କରନ୍ତି। ଗଙ୍ଗୀୟା ବି ଭିକ ମାଗି ନିଜ ପେଟ ପୋଷି ଥାଆନ୍ତି।

ନଥୁନିଙ୍କ ଏଯାବତ ବିବାହ ହୋଇ ନଥିବା ବେଳେ ଗଙ୍ଗୀୟାଙ୍କ ବିବାହର ଦୁଇବର୍ଷ ପ‌ରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେ ଠାରୁ ସେ ଭିକ ମାଗି ଚଳି ଆସିଛନ୍ତି। ସ୍ଥାନୀୟଲୋକେ ଗଙ୍ଗୀୟ ଓ ନଥୁନିଙ୍କ ବିବାହ କରାଇ ଦେବାକୁ ସ୍ଥିର କରିଥିଲେ। ଏ ପ୍ରସଙ୍ଗରେ ଦୁହିଁଙ୍କ ସହିତ ଆଲୋଚନା ବି କରିଥିଲେ। ଦୁହେଁ ଏ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପରେ ନଥୁନି ଓ ଗଙ୍ଗୀୟଙ୍କୁ ବର ଓ ବଧୂ ଭଳି ସଜାଇ ସ୍ଥାନୀୟ‌ଲୋକେ ବିବାହ କରାଇଥିଲେ। ଏହି ବିବାହ ପରେ ବାକି ପଡ଼ିଥିବା ଜୀବନ କାଟିବାକୁ ସାଥୀ ମିଳି ଯାଇଥିବାରୁ ଖୁସି ହୋଇଯାଇଛନ୍ତି ନଥୁନି ଓ ଗଙ୍ଗୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe