ପିତା ଓ ପତିଙ୍କ ହାତ ଧରି ସଂଗୀତ ଉତ୍ସବକୁ ପ୍ରବେଶ କଲେ ଈଶା ଅମ୍ବାନୀ

Advertisment
ପିତା ଓ ପତିଙ୍କ ହାତ ଧରି ସଂଗୀତ ଉତ୍ସବକୁ ପ୍ରବେଶ କଲେ ଈଶା ଅମ୍ବାନୀ

ମୁମ୍ବାଇ: ବର-କନ୍ୟାଙ୍କ ପ୍ରଥମ ଝଲ୍‌କ। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା ଆମ୍ବାନୀ ସର୍ବଦା ନିଜ ଭାବି ସ୍ୱାମୀ ଆନନ୍ଦ ପିରାମିଲଙ୍କ ସହ କୌତୁକିଆ ଦିଶନ୍ତି। କନ୍ୟା ସାଜିବାକୁ ଥିବା ୨୭ ବର୍ଷୀୟା ନୀତା ଏକ ସୁନ୍ଦର ଗୋଲାପୀ ରଂଗର ଲେହେଙ୍ଗା ପରିଧାନ କରିଥିବାର ଦେଖିବାକୁ ମିଳିଛି। ପ୍ରଥମ ଲୁକ୍‌ରେ ତାଙ୍କ ସହ ଅଛନ୍ତି ବାପା ମୁକେଶ ଅମ୍ବାନୀ। ତେବେ, ଆନନ୍ଦ ଓ ଈଶାଙ୍କ ସଂଗୀତର ଫଟୋ ଏହାଠାରୁ ଅଧିକ ସୁନ୍ଦର ଆଦୌ ବି ହୋଇ ପାରିନଥାନ୍ତା! ଈଶା ତାଙ୍କ ସଂଗୀତରେ ତାଙ୍କ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ ପୁରୁଷ ବାପା ଓ ସ୍ୱାମୀଙ୍କ ହାତକୁ ଧରି ପ୍ରବେଶ କରିଥିବାର ଦୃଶ୍ୟର ଖୁବ୍‌ ମନୋରମ।

ଉଦୟପୁରଠାରେ ଆନନ୍ଦ ଓ ଈଶାଙ୍କ ପ୍ରି-େଓ୍ଵଡିଂ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ ଡିସେମ୍ବର ୮ ଓ ୯ ତାରିଖରେ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଯୋଡ଼ି ଦୀପିକା ପାଦୁକୋନ- ରଣବୀର ସିଂହ ଓ ନିକ୍‌ ଜୋନ୍‌ସ- ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ସଭିଙ୍କ ଦୃଷ୍ଟି ଆନନ୍ଦ ପିରାମିଲ ଓ ଈଶା ଅମ୍ବାନୀଙ୍କ ବିବାହ ଉପରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe