ଆମେରିକାରେ ଅଛି ଏମିତି ଦ୍ବୀପ, ଯେଉଁଠି ଗାଡ଼ିମଟର ନିଷିଦ୍ଧ

Advertisment
ଆମେରିକାରେ ଅଛି ଏମିତି ଦ୍ବୀପ, ଯେଉଁଠି ଗାଡ଼ିମଟର ନିଷିଦ୍ଧ

ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଇନ୍ଧନ ଚାଳିତ ଗାଡ଼ିମଟରର ଲୋକପ୍ରିୟତା ଓ ବ୍ୟାପକତା ଦିନକୁ ଦିନ ବଢ଼ିଚାଲିଛି। ତେବେ ଯୁକ୍ତରାଷ୍ଟ୍ର ଆମେରିକାର ହୁରନ୍‌ ହ୍ରଦରେ ରହିଥିବା ମାକିନା ଦ୍ବୀପ ଏଭଳି ଏକ ସ୍ଥାନ, ଯେଉଁଠି ତଥାକଥିତ ଆଧୁନିକତାର ସଂକେତ ଗାଡ଼ିମଟରକୁ ନିଷିଦ୍ଧ କରାଯାଇଛି। ତେଣୁ ସେଠାରେ ଗାଡ଼ିମଟର ଜନିତ ପ୍ରଦୂଷଣ ଆଦୌ ନାହିଁ। ୧୮୯୮ ଜୁଲାଇ ୬ରେ ଉକ୍ତ ଦ୍ବୀପର ଗ୍ରାମ୍ୟ କମିଟି କୌଣସି ପ୍ରକାର ଅଶ୍ବବିହୀନ ଗାଡ଼ିକୁ ଗ୍ରାମର ପରିସୀମା ଭିତରେ ନିଷେଧ କରିବା ଲାଗି ଏକ ସଂକଳ୍ପ ପାରିତ କରିଥିଲା। ସେବେଠାରୁ ତାହା ବଳବତ୍ତର ରହି ଆସିଛି। ଫଳରେ କୌଣସି ପ୍ରକାର ଆଧୁନିକ ଗାଡ଼ି ସେଠାରେ ଦେଖିବାକୁ ମିଳେନାହିଁ। ତେବେ ସମୟାନୁକ୍ରମେ ଯଦିଓ ସାଇକେଲ ପରି ଇନ୍ଧନରହିତ ଯାନକୁ ଅନୁମତି ମିଳିଥିଲା, ମୋଟରସାଇକେଲ, ସ୍କୁଟର, କାର୍‌ ଆଦି ଯାନ ଆଜି ପର୍ଯ୍ୟନ୍ତ ନିଷେଧ ରହିଛି। ୩.୮ ବର୍ଗମାଇଲ୍‌ ପରିମିତ ଏହି ଦ୍ବୀପଟି ଆମେରିକାର ଅନ୍ୟତମ ଜାତୀୟ ଐତିହାସିକ ସ୍ମାରକୀ ଭାବେ ପରିଚିତ। ସେଠାରେ ଥିବା ଏକ ହୋଟେଲରେ ଏକଦା ପାଞ୍ଚ ଜଣ ପ୍ରାକ୍ତନ ରାଷ୍ଟ୍ରପତିଙ୍କ ରହଣି ହୋଇଥିଲା।

ଉଦ୍ଭାବକ ଥମାସ ଏଡିସନ୍‌ ତାଙ୍କର ପ୍ରଥମ ସାର୍ବଜନୀନ ଫୋନୋଗ୍ରାଫ ପ୍ରଦର୍ଶନ ଏହି ଦ୍ବୀପରେ ହିଁ ସଂପନ୍ନ କରିଥିଲେ। ଦ୍ବୀପଟିର ୮୦ ପ୍ରତିଶତ ଅଞ୍ଚଳ ହେଉଛି ଜାତୀୟ ଉଦ୍ୟାନ ଅନ୍ତର୍ଗତ ଯେଉଁଥିରେ ୭୦ ମାଇଲର ସାଇକେଲ ଓ ପାଦଚଲା ରାସ୍ତା ରହିଛି। ସେଠାରେ ଏବେ ପ୍ରାୟ ୫୦୦ ସ୍ଥାୟୀ ବାସିନ୍ଦା ରହୁଥିବା ବେଳେ ପାଖାପାଖି ୧୫ ହଜାର ପର୍ଯ୍ୟଟକ ତାହାର ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥା’ନ୍ତି। ତେବେ ଏହି ଋତୁକାଳୀନ ପର୍ଯ୍ୟଟକମାନେ ସେଠାରେ ପାଦରେ ଚାଲି ଚାଲି କିମ୍ବା ସାଇକେଲ ଅଥବା ଘୋଡ଼ାଟଣା ଗାଡ଼ିରେ ପରିଭ୍ରମଣ କରିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe