ଆପଣ ଖାଉଥିବା ଅଟା ଭେଜାଲ ନୁହେଁ ତ?

Advertisment

ସମ୍ପ୍ରତି ଖାଦ୍ୟ ଅପମିଶ୍ରଣ ସମଗ୍ର ବିଶ୍ବରେ ଏକ ଉଦ୍‌ବେଗଜନକ ସମସ୍ୟା। ‌ଜାଣତରେ କିଂବା ଅଜାଣତରେ ଖାଦ୍ୟ ଅପମିଶ୍ରିତ ହୋଇଥାଏ। ଆର୍ଥିକ ଫାଇଦା ନିମନ୍ତେ ଖାଦ୍ୟ ଉତ୍ପାଦନକାରୀ ଜାଣିଶୁଣି ଖାଦ୍ୟ ସାମଗ୍ରୀରେ ଅନ୍ୟ କିଛି ମିଶାଇଥାଏ ଅଥବା ପୋଷକତତ୍ତ୍ବ କାଢ଼ି ନେଇଥାଏ।

Updated On

ସମ୍ପ୍ରତି ଖାଦ୍ୟ ଅପମିଶ୍ରଣ ସମଗ୍ର ବିଶ୍ବରେ ଏକ ଉଦ୍‌ବେଗଜନକ ସମସ୍ୟା। ‌ଜାଣତରେ କିଂବା ଅଜାଣତରେ ଖାଦ୍ୟ ଅପମିଶ୍ରିତ ହୋଇଥାଏ। ଆର୍ଥିକ ଫାଇଦା ନିମନ୍ତେ ଖାଦ୍ୟ ଉତ୍ପାଦନକାରୀ ଜାଣିଶୁଣି ଖାଦ୍ୟ ସାମଗ୍ରୀରେ ଅନ୍ୟ କିଛି ମିଶାଇଥାଏ ଅଥବା ପୋଷକତତ୍ତ୍ବ କାଢ଼ି ନେଇଥାଏ।

ଅଦ୍ୟତନ ହୋଇଛି
GCùù

ସମ୍ପ୍ରତି ଖାଦ୍ୟ ଅପମିଶ୍ରଣ ସମଗ୍ର ବିଶ୍ବରେ ଏକ ଉଦ୍‌ବେଗଜନକ ସମସ୍ୟା। ‌ଜାଣତରେ କିଂବା ଅଜାଣତରେ ଖାଦ୍ୟ ଅପମିଶ୍ରିତ ହୋଇଥାଏ। ଆର୍ଥିକ ଫାଇଦା ନିମନ୍ତେ ଖାଦ୍ୟ ଉତ୍ପାଦନକାରୀ ଜାଣିଶୁଣି ଖାଦ୍ୟ ସାମଗ୍ରୀରେ ଅନ୍ୟ କିଛି ମିଶାଇଥାଏ ଅଥବା ପୋଷକତତ୍ତ୍ବ କାଢ଼ି ନେଇଥାଏ। ସେମିତି ଖାଦ୍ୟଶସ୍ୟ ପ୍ରକ୍ରିୟାକରଣ ବେଳେ ଅବହେଳା କାରଣରୁ ଆକସ୍ମିକ ଭାବେ ସେଥିରେ ଅନ୍ୟ କିଛି ପଡ଼ି ତାହା ଅପମିଶ୍ରିତ ହୋଇଥାଏ। ସେ ଯାହାହେଉ, ଶେଷରେ ଖାଉଟି ହିଁ ଏସବୁ ଅପମିଶ୍ରିତ ଖାଦ୍ୟ କିଣି ଖାଇଥାଏ। ଫଳସ୍ବରୂପ ସ୍ବାସ୍ଥ୍ୟ ସମସ୍ୟା ଭୋଗିଥାଏ। ତେଣୁ, ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଖାଦ୍ୟ ସୁରକ୍ଷା ପ୍ରତି ବିପଦ କହିଲେ ଅତ୍ୟୁକ୍ତି ହେବନାହିଁ।

ତେଲ ମସଲାଠାରୁ ଆରମ୍ଭ କରି ଚାଉଳ ଅଟା ପର୍ଯ୍ୟନ୍ତ ପ୍ରାୟ ସବୁ ଖାଦ୍ୟ ସାମଗ୍ରୀ କାହିଁ କେତେକାଳରୁ ଅସାଧୁ ବ୍ୟବସାୟୀଙ୍କ ଦ୍ବାରା ଅପମିଶ୍ରିତ ହୋଇଆସୁଛି। ପୁଣି କେଉଁ ସାମଗ୍ରୀ ଭେଜାଲ କେଉଁଟା ନିର୍ଭେଜାଲ ତାହା ଜାଣିବା ମଧ୍ୟ କାଠିକରପାଠ। ସେମିତି ଗୋଟାଏ ସବୁଦିନିଆ ଖାଦ୍ୟ ସାମଗ୍ରୀ ହେଉଛି ଅଟା। ସାଧାରଣତଃ ମଇଦା, ସରୁବାଲି, ଚକ୍‌ଗୁଣ୍ଡ, ଟାଲ୍‌କମ୍‌ ପାଉଡର୍‌, କରତଗୁଣ୍ଡ, ଚୋକଡ଼, ପାଳୁଅ ବା ମକାଗୁଣ୍ଡ ମିଶାଇ ଅଟା ଅପମିଶ୍ରଣ କରାଯାଇଥାଏ। କିନ୍ତୁ, ଅଟାରେ ‘ଆଲାବାଷ୍ଟାର୍‌’ ନାମରେ ଗୋଟାଏ ଧଳାପଥର ଗୁଣ୍ଡ ମିଶାଯାଉଥିବା କଥା କେତେକ ସ୍ଥାନରେ ଚଢ଼ଉ କରି ‘ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର କର୍ତ୍ତୃପକ୍ଷ ଜାଣିପାରିଛନ୍ତି। ପୁଣି ବେନ୍‌ଜୋଏଲ୍‌ ପିରୋକ୍‌ସାଇଡ୍‌ ଭଳି ବିପଜ୍ଜନକ ରାସାୟନିକ ପଦାର୍ଥ ବି ମିଶୁଛି ବୋଲି କେତେକ କହୁଛନ୍ତି। ପ୍ରତିଦିନ ଏଭଳି ଅପମିଶ୍ରିତ ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ହଜମକ୍ରିୟା ସମସ୍ୟା, ଶ୍ବାସପ୍ରଶ୍ବାସ ସମସ୍ୟା ଦେଖାଦିଏ। ତେଣୁ, ଖାଇବା ଆଗରୁ ଅଟା ଅପମିଶ୍ରିତ କି, ନୁହେଁ, ପରୀକ୍ଷା କରିନେବା ଉଚିତ। ଅଟା ପରୀକ୍ଷା ପାଇଁ ନିମ୍ନୋକ୍ତ ସାଧାରଣ ଉପାୟ ରହିଛି।

କାଗଜି ଲେମ୍ବୁ ପରୀକ୍ଷା
ସାମାନ୍ୟ ଅଟାରେ ଅଳ୍ପ କେତେ ବୁନ୍ଦା କାଗଜି ଲେମ୍ବୁ ରସ ପକାନ୍ତୁ। ଯଦି ଫୋଟକା ହୁଏ ଜାଣିବେ ସେଥିରେ ଚକ୍‌ଗୁଣ୍ଡ ମିଶିଛି। ଭଲ ଅଟାରେ ‌କାଗଜି ଲେମ୍ବୁ ରସ ପଡ଼ିଲେ ଫୋଟକା ହୁଏନାହିଁ।

ଜଳ ପରୀକ୍ଷା
ଗ୍ଲାସେ ପାଣିରେ ଅଟା ମିଶାଇ ଦିଅନ୍ତୁ। ଯଦି ପାଣି ଉପରେ କିଛି ଗୁଣ୍ଡ ଭାସେ ଜାଣିବେ ସେଥିରେ ଚୋକଡ଼ ମିଶିଛି। ଶୁଦ୍ଧ ଅଟା ପାଣିରେ ସମ୍ପୂର୍ଣ୍ଣ ମିଳେଇ ଯିବ ଏବଂ ପାଣି ନିର୍ମଳ ଦିଶିବ।

ସ୍ବାଦ ପରୀକ୍ଷା
ଚିମୁଟାଏ କଞ୍ଚା ଅଟା ଚାଖନ୍ତୁ। ତାହା ପିତୁଳିଆ ଲାଗିଲେ ଜାଣିବେ ସେଥିରେ ରାସାୟନିକ ପଦାର୍ଥ ମିଶିଛି। ଭଲ ଅଟା ସ୍ବାଦହୀନ, ପିତୁଳିଆ ଲାଗେନାହିଁ।

ହାଇଡ୍ରୋକ୍ଲୋରିକ୍‌ ପରୀକ୍ଷା
ଅଟାରେ ପାଣି ମିଶାଇ ଗୋଳାନ୍ତୁ। ତା’ପରେ ସେଥିରେ ଅଳ୍ପ କେତେ ବୁନ୍ଦା ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ ମିଶାନ୍ତୁ। ସେହି ମିଶ୍ରଣ ଉପରେ ଖଣ୍ଡେ ହଳଦୀ ଲେସା ହୋଇଥିବା କାଗଜ ରଖନ୍ତୁ। ଯଦି ସେ କାଗଜ ଲାଲ୍‌ ପଡ଼ିଯାଏ, ଜାଣିବେ ଅଟାରେ ବୋରିକ୍‌ ଏସିଡ୍‌ ମିଶିଛି। ଭଲ ଅଟା ମିଶ୍ରଣ ସଂସ୍ପର୍ଶରେ ଆସିଲେ ହଦଳୀ-କାଗଜ ରଙ୍ଗ ବଦଳାଏ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe