Rajya Sabha TV ( File Photo)
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଜଳ ସଂରକ୍ଷଣ ଓ ଶୁଦ୍ଧିକରଣ ଜିପ୍ ଉପହାର ଦେଇଛନ୍ତି। ଅତ୍ୟାଧୁନିକ ଇସ୍ରାଏଲୀ ଜ୍ଞାନ-କୌଶଳରେ ନିର୍ମିତ ଏହି ଜିପ୍ ‘ଦ ଗାଲ୍ ମୋବାଇଲ୍’ ଭାବେ ନାମିତ। ଓଜନ ୧,୫୪୦ କିଗ୍ରା ଓ ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା। ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଯାନ ଅତ୍ୟନ୍ତ ଉପଯୋଗୀ। ଲୁଣି ପାଣି କିଂବା ଗୋଳିଆ ପାଣିକୁ ଏହି ଯାନ ଦ୍ୱାରା ବିଶୁଦ୍ଧ କରି, ପାନୀୟ ଉପଯୋଗୀ କରାଯାଇପାରିବ। ଚାଷ ଜମିରେ ବି ବ୍ୟବହାର କରିହେବ। ଦିନକୁ କୋଡ଼ିଏ ହଜାର ଲିଟର୍ ସମୁଦ୍ର ପାଣି ଓ ଅଶୀ ହଜାର ଲିଟର୍ ମଇଳା ପାଣିକୁ ‘ଦ ଗାଲ୍ ମୋବାଇଲ୍’ ବିଶୁଦ୍ଧ କରିବାକୁ ସକ୍ଷମ। ଘଣ୍ଟା ପ୍ରତି ଏହାର ବେଗ ୧୨୦ କିଲୋମିଟର୍। ପ୍ରତିକୂଳ ପାଗରେ ବି ଏହା କାମ କରିପାରିବ। ‘ଦ ଗାଲ୍ ମୋବାଇଲ୍’ର ଆଉ ଏକ ବିଶେଷତ୍ୱ ହେଉଛି ଜଳ ସଂରକ୍ଷଣ। ଏକ ହଜାରରୁ ଦଶ ହଜାର ଲିଟର୍ ପର୍ଯ୍ୟନ୍ତ ଜଳକୁ ଏହି ଯାନ ସଂରକ୍ଷିତ କରି ରଖିପାରିବ ଏବଂ ଅଧିକ ଦିନ ପର୍ଯ୍ୟନ୍ତ ତାହାକୁ ବ୍ୟବହାର କରିହେବ।
Follow Us