ଆମେରିକାର ଜଣେ ନାଗରିକର ସହର

Advertisment
ଆମେରିକାର ଜଣେ ନାଗରିକର ସହର

ମାନବ ଇତିହାସରେ ଏକାଧିକ ସମ୍ରାଟଙ୍କ ନାମ ଆସିବ ଯେଉଁମାନେ ବିଶ୍ବବିଜୟର ଆକାଂକ୍ଷା ରଖିଥା’ନ୍ତି। ଏପରିକି ବର୍ତ୍ତମାନ ଅନେକ ରାଷ୍ଟ୍ର ମଧ୍ୟ ବିସ୍ତାରବାଦକୁ ନିଜର ଗୌରବ ବୋଲି ମନେ କରନ୍ତି। ସୀମାକୁ କେନ୍ଦ୍ର କରି ପଡ଼ୋଶୀ ରାଷ୍ଟ୍ରମାନଙ୍କ ଭିତରେ ବିବାଦ ଲାଗି ରହିବା କିଛି ନୂଆ କଥା ନୁହେଁ। ତେବେ ଏତେ ସବୁ ଘଟଣା ଭିତରେ ଆମେରିକାର ନେବ୍ରାସ୍କା ପ୍ରଦେଶ ଅନ୍ତର୍ଗତ ମନୋଵି ସହରର ଏକମାତ୍ର ନାଗରିକ ତଥା ଅଧିପତି ଜଣେ ମହିଳା ରହିବା କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସେ ହେଉଛନ୍ତି ୮୬ ବର୍ଷର ଏଲ୍‌ସି ଏଇଲର ନାମ୍ନୀ ଜଣେ ବିଧବା। ଗତ ଶତାବ୍ଦୀର ତୃତୀୟ ଦଶକରେ ଏକ ରେଳ ପ୍ରକଳ୍ପର ବିସ୍ଥାପିତମାନଙ୍କୁ ଥଇଥାନ କରିବା ପାଇଁ ନିଓବ୍ରାରା ନଦୀ ଓ ମିସୋରି ନଦୀ ମଧ୍ୟସ୍ଥ ୦.୫୪ ବର୍ଗ କିଲୋମିଟର ପରିମିତ ଉକ୍ତ ସହରର ସ୍ଥାପନ କରାଯାଇଥିଲା।

ସେତେବେଳେ ସେଠାରେ ୧୫୦ ପରିବାର ବସବାସ କରିବା ଆରମ୍ଭ କରିଥିଲେ। ତେବେ କାଳକ୍ରମେ ଉନ୍ନତ ଶିକ୍ଷା, ସ୍ବାସ୍ଥ୍ୟସେବା ଓ କର୍ମସଂସ୍ଥାନ ପାଇଁ ସହରବାସୀ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଲାଗିଥିଲେ। ଅଷ୍ଟମ ଦଶକ ବେଳକୁ ସେଠାକାର ଲୋକସଂଖ୍ୟା ମାତ୍ର ୧୮ ଥିବା ବେଳେ ଗତ ୨୦୧୦ ଜନଗଣନା ଅନୁସାରେ ଏଲ୍‌ସି ହେଉଛନ୍ତି ଏକମାତ୍ର ବାସିନ୍ଦା। ଏଲ୍‌ସିଙ୍କୁ ୧୯ ବର୍ଷ ବେଳେ ସେ ଜଣେ ବାୟୁସେନା ଅଧିକାରୀଙ୍କୁ ବିବାହ କରିଥିଲେ ଏବଂ ଉକ୍ତ ସହରରେ ଏହି ଦମ୍ପତି ରହିବା ଆରମ୍ଭ କରିଥିଲେ। ୨୦୦୪ରେ ସ୍ବାମୀଙ୍କ ମୃତ୍ୟୁ ପର ଠାରୁ ଏଲ୍‌ସି ସେଠାରେ ଏକାକୀ ରହି ଆସୁଛନ୍ତି ଏବଂ ସହରର ଏକକ ନାଗରିକ ଭାବେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏକମାତ୍ର ସହରବାସୀ ଭାବେ ସେ ମଧ୍ୟ ସେଠାକାର ମେୟର ଓ ଗ୍ରନ୍ଥାଗାରିକ। ଏପରିକି ତାଙ୍କ ନାମରେ ସେଠାରେ ଏକ ମଦ୍ୟଶାଳା ସ୍ଥାପନ ପାଇଁ ଅନୁମତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe