ଆଇଟିବିପି ଯବାନ ଲତାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି, ଦେଖିଲେ ଆଖି ଲୁହରେ ଭରିଯିବ

Advertisment
ଆଇଟିବିପି ଯବାନ ଲତାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି, ଦେଖିଲେ ଆଖି ଲୁହରେ ଭରିଯିବ

ନୂଆଦିଲ୍ଲୀ: କୋକିଳକଣ୍ଠୀ ଲତା ମଙ୍ଗେସକର ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁରେ ସମଗ୍ର ଦେଶରେ ଶୋକରଛାୟା ଖେଳି ଯାଇଛି।

ଲତା ମଙ୍ଗେସକରଙ୍କ ମୃତ୍ୟୁ ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ନିଜନିଜ ଶୈଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଲତା ମଙ୍ଗେସକରଙ୍କ ମୃତ୍ୟୁରେ ଜଣେ ଆଇଟିବିପି ଯବାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଇଟିବିପି ଯବାନ ସେକ୍ସୋଫୋନ୍ ମାଧ୍ୟମରେ 'ଏ ମେରେ ବତନ କେ ଲୋଗୋ' ଗୀତ ବଜାଇ ନିଜର ଭଲପାଇବା ବ୍ୟକ୍ତ କରିଛନ୍ତି । ଏହାକୁ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିବ। ଏହି ଶୈଳୀରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଯବାନଙ୍କ ନାମ ମୁଜମ୍ମଲ ହକ ବୋଲି କୁହାଯାଉଛି। ଏହି ଯବାନ ଆଇଟିବିପିରେ ଜଣେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି ।

ଆଇଟିବିପି ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଯବାନଙ୍କ ଭିଡିଓ ସେୟାର କରିଛି । ଏହା ସହିତ, କ୍ୟାପସନରେ ଲେଖାହୋଇଛି, 'ଏ ମେରେ ବତନ କେ ଲୋଗୋ .. କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କୁ କନଷ୍ଟେବଳ ମୁଜମ୍ମଲ ହକଙ୍କ ହୃଦୟରୁ ଶ୍ରଦ୍ଧାଞ୍ଜଳି। ଏହି ଭିଡିଓଟି ୨ ମିନିଟ୍ ୧୯ ସେକେଣ୍ଡର ରହିଛି। ଭିଡିଓଟି ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe