ବିମାନବନ୍ଦରରେ ଏହି ଆଇପିଏସ୍‌ ଅଧିକାରୀଙ୍କ ବ୍ୟାଗ୍‌ ଖୋଲିଲେ ସିକ୍ୟୁରିଟି, ମିଳିଲା ଏପରି ଜିନିଷ

ବିମାନବନ୍ଦରରେ ଏହି ଆଇପିଏସ୍‌ ଅଧିକାରୀଙ୍କ ବ୍ୟାଗ୍‌ ଖୋଲିଲେ ସିକ୍ୟୁରିଟି, ମିଳିଲା ଏପରି ଜିନିଷ

Lokmat

ଜୟପୁର: ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋ‌ଥ୍ରା ନିକଟରେ ଟ୍ବିଟର୍‌ରେ ଏକ ଏପରି ପୋଷ୍ଟ୍‌ କରିଛନ୍ତି, ଯାହାକୁ ଦେଖିବା ପରେ ଟ୍ବିଟରିଆନମାନେ ନିଜ ହସକୁ ରୋକିପାରିନାହାନ୍ତି। ସେ ବୁଧବାର ନିଜର ଏକ ସୁଟ୍‌କେସ୍‌ର ଫଟୋ ଟ୍ବିଟର୍‌ରେ ପୋଷ୍ଟ୍‌ କରିଛନ୍ତି, ଯାହା ଭିତରେ କେବଳ ମଟର ଛୁଇଁ ଥିବା ଦେଖିବାକୁ ମିଳିଛି।

ଫଟୋଟି ଜୟପୁରୁ ବିମାନବନ୍ଦରରେ ଉଠାଯାଇଛି। ସେ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ଜୟପୁର ସିକ୍ୟୁରିଟି ତାଙ୍କ ବ୍ୟାଗ୍‌ରେ କିଛି ଭିନ୍ନ ସାମଗ୍ରୀ ଅଛି ବୋଲି ସନ୍ଦେହ କରି ତାଙ୍କୁ ବ୍ୟାଗ୍‌ ଖୋଲିବାକୁ କହିଥିଲେ। ବ୍ୟାଗ୍‌ ଖୋଲିବାରୁ ବାହାରିଥିଲା ମଟର ଛୁଇଁ।

ଆଇପିଏସ୍‌ ବୋଥ୍ରା ଯେତେବେଳେ ବ୍ୟାଗ୍‌ ଖୋଲିଦେଲେ ସିକ୍ୟୁରିଟି ଜଣକ ତାହାକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ବୋଥ୍ରା କିଲୋ ପିଛା ୪୦ ଟଙ୍କା ଲେଖାଏ ଦେଇ ଏହି ମଟର ସବୁ କିଣି କରି ଆଣିଥିବା ଜାଣିବାକୁ ମିଳିଛି।

ବୋଥ୍ରା ଟ୍ବିଟ୍‌ କରିବା ପରେ ପୋଷ୍ଟ୍‌ଟିକୁ ୬୮,୫୦୦ ଲାଇକ୍‌ ମିଳି ସାରିଲାଣି। ୪୦୦୦ ଥର ରି-ଟ୍ବିଟ୍‌ ହୋଇଛି। ଏହାକୁ ନେଇ ଟ୍ବିଟରିଆନ୍‌ମାନେ ମଜା ମଜା କମେଣ୍ଟ୍‌ ସବୁ ଲେଖିଛନ୍ତି।

ଏହି ପୋଷ୍ଟ୍‌କୁ ଦେଖିବା ପରେ ଆଇଏଏସ୍‌ ଅଫିସର୍‌ ଅଶ୍ବିନୀ ସରଣ ମଧ୍ୟ ନିଜର ଏକ ଅଭିଜ୍ଞତା ବାଣ୍ଟିଛନ୍ତି। ସେ କହିଛନ୍ତି କି ‘ମୁଁ ଥରେ ଘରୁ ଲାଉ ଓ ବାଇଗଣ ନେଉଥିବାରୁ ବିମାନବନ୍ଦରରେ ୨୦୦୦ ଟଙ୍କା ଦେଇଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe