ଜୈସଲମେର: ରାଜସ୍ଥାନର ଜଣେ ବର ଯୌତୁକ ବିରୋଧରେ ସ୍ୱର ଉଠାଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।
ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜୈସଲମେର ଜିଲ୍ଲାର ଧୀରପୁରା ଗାଁର ବାସିନ୍ଦା ବର ପୃଥ୍ୱୀରାଜ ସିଂହ ଚୌହ୍ବାନ ଟିକା (ବିବାହରେ ବରକୁ ଦିଆଯାଉଥିବା ନଗଦ ଟଙ୍କା ବା ଯୌତୁକ) ଫେରାଇ ଦେବାର ଘଟଣା ଚର୍ଚ୍ଚାରେ ରହିଛି।
ବିବାହ ସମୟରେ ପୃଥ୍ୱୀରାଜ ସିଂହ ଚୌହ୍ବାନଙ୍କୁ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ୨ ଲକ୍ଷ ୫୧ ହଜାର ଟଙ୍କା ଦିଆଯାଇଥିଲା। ବର ଏହି ଟଙ୍କା ଦେଖିବା ପରେ ନିୟମ ଦୃ୍ଷ୍ଟିରୁ ୧୧ଟଙ୍କା ନିଜ ପାଖରେ ରଖି ବାକି ସମସ୍ତ ଟଙ୍କାକୁ ସେ ସମ୍ମାନର ସହିତ ଶ୍ୱଶୁରଙ୍କୁ ଫେରାଇ ଦେଇଥିଲେ ।
ପୃଥ୍ୱୀରାଜ ସିଂହଙ୍କ ଶ୍ୱଶୁର ନଖତ ସିଂହ ଜ୍ୱାଇଁଙ୍କ ଏହି ଆଚରଣ ଦେଖି ଭାବପ୍ରବଣ ହୋଇଯାଇଲେ। ସେ ଜ୍ବାଇଁଙ୍କୁ ହୃଦୟରୁ ଆଶୀର୍ବାଦ କରି କହିଲେ, ଦୀର୍ଘଜୀବି ହୁଅ ପୁଅ।’
ବିବାହ ସମୟରେ ବର ପୃଥ୍ୱୀରାଜ ସିଂହଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିବା ସହିତ କହିଛନ୍ତି, ‘ପୃଥ୍ୱୀରାଜ ସିଂହ ଭଳି କିଛି ଟା ଲୋକ ଯଦି ଏଭଳି ବାହାରିଯିବେ ତେବେ ସମାଜରୁ ଯୌତୁକ ପ୍ରଥା ଦିନେ ନା ଦିନେ ନିଶ୍ଚୟ ଲୋପ ପାଇଯିବ।।’
ରାଜସ୍ଥାନରେ ଗତ କିଛି ବର୍ଷ ମଧ୍ୟରେ, ଯୁବପିଢ଼ି ଯୌତୁକ ବିରୁଦ୍ଧରେ ଅନେକ ସକାରାତ୍ମକ ପଦକ୍ଷେପ ନେଇଛନ୍ତି। କେବଳ ଜୟସଲମେର ନୁହେଁ ବରଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବରମାନେ ଟିକା ଏବଂ ଯୌତୁକ ବିରୋଧୀ ହୋଇଥିବାର ଘଟଣା ସାମ୍ନାକୁ ଆସିଛି।
  
 Follow Us