ଚର୍ଚ୍ଚାରେ ୩୬ ଇଞ୍ଚ୍‌ର ବର ଓ ୩୧ ଇଞ୍ଚ୍‌ର କନ୍ୟା‌ଙ୍କ ବିବାହ, ଇଣ୍ଟର୍‌ନେଟ୍‌ରେ ବୁଲୁଛି ଫଟୋ

Advertisment
ଚର୍ଚ୍ଚାରେ ୩୬ ଇଞ୍ଚ୍‌ର ବର ଓ ୩୧ ଇଞ୍ଚ୍‌ର କନ୍ୟା‌ଙ୍କ ବିବାହ, ଇଣ୍ଟର୍‌ନେଟ୍‌ରେ ବୁଲୁଛି ଫଟୋ

www.aajtak.in

ଜଲଗାଓଁ: ମହାରାଷ୍ଟ୍ରର ଜଲଗାଓଁର ଏକ ବିବାହ ଏବେ ଖୁବ୍‌ ଜୋର୍‌‌ରେ ଚର୍ଚ୍ଚା ପାଲଟିଛି। ଏହି ବିବାହରେ ବରର ଉଚ୍ଚତା ୩୫ ଇଞ୍ଚ୍‌ ହୋଇଥିବା ବେଳେ କନ୍ୟାର ଉଚ୍ଚତା ୩୧ ଇଞ୍ଚ୍‌। ଦୁଇ ଜଣଙ୍କୁ ମଣ୍ଡପରେ ଦେଖିବା ପରେ ସଭିଙ୍କୁ ମୁହଁରେ ବାସ୍‌ ଗୋଟାଏ କଥା ‘ରବ୍‌ ନେ ବନାଦି ଯୋଡ଼ି’। ବରଙ୍କର ନାମ ହେଉଛି ସନ୍ଦୀପ ସପକାଲେ ଓ କନ୍ୟାଙ୍କ ନାମ ଉଜ୍ଜ୍ବଳା। ଦୁଇ ଜଣଙ୍କ ବିବାହ ଗୁରୁବାର ଦିନ ହୋଇଯାଇଛି।

ସନ୍ଦୀପଙ୍କର ଅନ୍ୟ କେହି ଭାଇଭଉଣୀ ନାହାନ୍ତି। ଉଜ୍ଜ୍ବଳାଙ୍କର ଆହୁରି ୩ ଭଉଣୀ ଓ ଜଣେ ଭାଇ ଅଛନ୍ତି। ଉଭୟ ପରିବାରର ସଦସ୍ୟ ଝିଅ ଓ ପୁଅଙ୍କ ବିବାହକୁ ନେଇ ଖୁବ୍ ଚିନ୍ତିତ ଥିଲେ। ଦୁହିଁଙ୍କ ଉଚ୍ଚତ କମ୍‌ ହୋଇଥିବାରୁ କେଉଁଠି ବିବାହ ସ୍ଥିର ହୋଇ ପାରୁନଥିଲା।

ହେଲେ ଆପଣ ତ ଜାଣିଥିବେ ‌ଯେ ବିବାହ ସ୍ବର୍ଗରୁ ସ୍ଥିରିକୃତ ହୋଇଥାଏ। ପୁଅଟିଏ ଅଛି ମାନେ କୋଉଠି ନା କୋଉଠି ତାପାଇଁ ଝିଅଟିଏ ବି ଥାଏ। ଝିଅଟିଏ ଅଛିମାନେ ତାପାଇଁ ପୁଅଟିଏ ନଶ୍ଚୟ ଜନ୍ମ ନେଇଥାଏ। ସନ୍ଦୀପ ଓ ଉଜ୍ଜ୍ବଳାଙ୍କ ବିବାହ ତା’ର ଏକ ବଡ଼ ଉଦାହରଣ।

ତେବେ ବିବାହ ଯେଉଁଭଳି ସହଜରେ ହୋଇଥାଏ ସନ୍ଦୀପ ଓ ଉଜ୍ଜ୍ବଳାଙ୍କ କ୍ଷେତ୍ରରେ ସେପରି ହୋଇନଥିଲା। ସନ୍ଦୀପଙ୍କ ବୃତ୍ତିକୁ ନେଇ ଉଜ୍ଜ୍ବଳାଙ୍କ ବାପାଙ୍କ ମନରେ ସନ୍ଦେହ ଉପୁଜିବାରୁ ଥରେ ବିବାହ ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ସବୁ ଠିକ୍‌ ହୋଇ ଯାଇଥିଲା। ଏବେ ଏହି ଯୋଡ଼ିଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe