Asianet News Hindi
ଆଜି ପବିତ୍ର ଜନ୍ମାଷ୍ଟମୀ। ଆଜିର ପୁଣ୍ୟ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଲାଭ କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିର୍ସୁତ ବାଣୀ ଗୀତାରେ ଜୀବନର ସାରମର୍ମ ରହିଛି। ଗୀତାର ପ୍ରତ୍ୟେକ ଶ୍ଳୋକରେ ଭରି ରହିଛି ଜୀବନ ପାଇଁ ଉପଦେଶ। କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ବାଣୀ ନୁହେଁ ବରଂ ତାଙ୍କ ଆଚରଣକୁ ଗୁଡ଼ାଏ କଥା ଆମେ ଶିଖିବା ଉଚିତ। ତେବେ, ଚାଲନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ କେଉଁ କାମରୁ ଆମରୁ କି ଶିକ୍ଷା ଗ୍ରହଣ କରିବା ଉଚିତ।
: ଷୋଳ ସହସ୍ର ଗୋପ ନାରୀ, ପ୍ରେୟସୀ ରାଧା, ମାଆ ଯଶୋଧା ଲକ୍ଷେ ବାରଣ କରିବା ପରେ ବି ଗୋପ ଛାଡ଼ି ମଥୁରା ଚାଲି ଯାଇଥିଲେ କୃଷ୍ଣ, ସଂପର୍କକୁ ପଛ କରି। ଏଥିରୁ ଶିକ୍ଷା ମିଳେ ଯେ କର୍ତ୍ତବ୍ୟ ଆଗରେ ସଂପର୍କ ବି ଛୋଟ।
: ଭଗବାନ ଗୀତର ଏକ ଶ୍ଳୋକରେ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଥମେ ନିଜକୁ ଭଲପାଇବା ଉଚିତ। ନିଜକୁ ଭଲପାଉନଥିବା ବ୍ୟକ୍ତିଟି କେବେ ବି ଅନ୍ୟକୁ ଭଲପାଇ ପାରେନା କି ସେହି ବ୍ୟକ୍ତିକୁ ଆଉ କେହି ବି ଭଲପାଏନା।
NDTV Khabar: ଅର୍ଜୁନ ରଥରେ କୃଷ୍ଣ ସାରଥୀ ହେଇ ପ୍ରମାଣ କରିଛନ୍ତି ଯେ ଜଣେ ଉତ୍ତମ ବନ୍ଧୁ ପାଇଁ କୌଣସି ବି ପ୍ରକାର ସାହାଯ୍ୟ କଲେ ସମ୍ମାନହାନୀ ଘଟେନା। ବନ୍ଧୁତ୍ୱ ନିଭାଇବାକୁ ଜଣେ ବ୍ୟକ୍ତିକୁ ଉତ୍ସର୍ଗୀକୃତ ମନୋଭାବ ରଖିବା ଉଚିତ।
: ରାଧାଙ୍କୁ ଅନେକ ଭଲପାଉଥିବା ସତ୍ତ୍ୱେ ସେ ତାଙ୍କୁ ନିଜର କରିପାରିନଥିଲେ। କର୍ତ୍ତବ୍ୟର ଦ୍ୱାହି ଦେଇ ଅଧାରୁ ଛାଡ଼ି ଚାଲି ଯାଇଥିଲେ। ତା’ପରେ ବି ସେ ରାଧାଙ୍କୁ ପୂର୍ବ ପରି ସ୍ନେହ କରୁଥିଲେ। କୃଷ୍ଣଙ୍କର ଏହି ଗୁଣ କୁହେ ବିନା କୌଣସି ଆଶା ରଖି ପ୍ରେମ କରିବା ଉଚିତ।
Follow Us