ବ୍ରତ ନକରି ବି ଏହି ସବୁ କାର୍ଯ୍ୟ କରି ପାଇହେବ କୃଷ୍ଣଙ୍କ କରୁଣା

ଆସନ୍ତାକାଲି ଜନ୍ମାଷ୍ଟମୀ। ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ସାରା ଦେଶ ଆସନ୍ତାକାଲି ଜନ୍ମାଷ୍ଟମୀ ପାଳନ କରିବ।

Untitled

ଆସନ୍ତାକାଲି ଜନ୍ମାଷ୍ଟମୀ। ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ସାରା ଦେଶ ଆସନ୍ତାକାଲି ଜନ୍ମାଷ୍ଟମୀ ପାଳନ କରିବ।

ଜନ୍ମାଷ୍ଟମୀରେ କିଛି ଏପରି କାମ ଅଛି, ଯାହାକୁ କଲେ ଶୁଭ ମନାଯାଏ। ଏହି ଦିନ କୃ‌ଷ୍ଣଙ୍କ ପୂଜାର ବି‌ଶେଷ ମହତ୍ବ ରହିଛି। ଆପଣ ଉପାସ ବ୍ରତ ନକଲେ ବି କୃଷ୍ଣଙ୍କ ଫଟୋ କିମ୍ବା ମୂର୍ତ୍ତି ପୂଜା କରନ୍ତୁ।

ଜନ୍ମାଷ୍ଟମୀରେ ଦକ୍ଷିଣବର୍ତ୍ତୀ ଶଙ୍ଖରେ ପାଣି ପୂରାଇ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରାନ୍ତୁ। ଏମିତି କରିବା ଦ୍ବାରା ଘ‌ରେ ମହାଲକ୍ଷ୍ମୀ ବାସ କରିଥାନ୍ତି ବୋଲି ଲୋକବିଶ୍ବାସ ରହିଛି।

ଜନ୍ମାଷ୍ଟମୀ ଦିନରେ ଲଡୁଗୋପାଳଙ୍କ ଆରାଧନା କରନ୍ତୁ। ସେଥିପାଇଁ ମୟୂରପଙ୍ଖ, ଗାଈ କ୍ଷୀର ଓ ମିଠା ଦେଇ ଲଡୁଗୋପାଳଙ୍କ ପୂଜା କରନ୍ତୁ। ଏମିତି କରିବା ଦ୍ବାରା ଘରର ସବୁ ସମସ୍ୟା ଦୂର ହୋଇଥାଏ ବୋଲି ମତ ରହିଛି।

ଜନ୍ମାଷ୍ଟମୀରେ ଚନ୍ଦନ କିମ୍ବା କେଶରରେ ଗୋଲାପ ଜଳ ମିଶାଇ ମଥାରେ ଲଗାନ୍ତୁ। ଏମିତି କରିବା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ମିଳେ ବୋଲି ବିଶ୍ବାସ କରାଯାଏ।

ଏହାସହିତ ଜନ୍ମାଷ୍ଟମୀରେ କୃ‌ଷ୍ଣଙ୍କୁ ଜଟ ଥିବା ନଡ଼ିଆ ଓ ୧୧ଟି ବାଦାମ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ବୋଲି କିଂବଦନ୍ତି ରହିଛି।

ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଜନ୍ମାଷ୍ଟମୀରେ ଘରକୁ ଆଣିଲେ ତାହା ଆପଣଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ଥ ହୋଇପାରେ। ସେଥିମଧ୍ୟରେ ରହିଛି ଗଙ୍ଗାଜଳ, ଚନ୍ଦନ, ମହୁ, ଧୂପ, ଝୁଣା । ଜନ୍ମାଷ୍ଟମୀ ଦିନରେ ଏହି ସବୁ ସାମଗ୍ରୀ ଘରକୁ ଆଣିଲେ ଶୁଭ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe