ଜାନୁଆରି ୩୧ରେ ଦେଖିବାକୁ ମିଳିବ ‘ସୁପର୍‌ ବ୍ଲଡ୍‌ ମୁନ୍‌’, ଜାଣନ୍ତୁ ଏହାକୁ ନେଇ ଲୋକମାନଙ୍କ ମନରେ କ’ଣ ରହିଛି ଭ୍ରମ

Advertisment
ଜାନୁଆରି ୩୧ରେ ଦେଖିବାକୁ ମିଳିବ ‘ସୁପର୍‌ ବ୍ଲଡ୍‌ ମୁନ୍‌’, ଜାଣନ୍ତୁ ଏହାକୁ ନେଇ ଲୋକମାନଙ୍କ ମନରେ କ’ଣ ରହିଛି ଭ୍ରମ

ନୂଆଦିଲ୍ଲୀ: ଜାନୁଆରି ମାସ ଶେଷ ଅର୍ଥାତ୍‌ ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୁପ ଦେଖିବାକୁ ମିଳିବ। ଏହାକୁ ବୈଜ୍ଞାନିକମାନେ ‘ସୁପର୍‌ ବ୍ଲଡ୍‌ ମୁନ୍‌’ ବୋଲି କହୁଛନ୍ତି। ନାସା ପକ୍ଷରୁ ଏହି ସୂଚନା ମିଳିଛି। ନାସା ବୈଜ୍ଞାନିକମାନଙ୍କ ମୁତାବକ, ସୁପରମୁନ୍‌ କାରଣରୁ ଚନ୍ଦ୍ର ପ୍ରତିଦିନ ଅପେକ୍ଷା ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ଜ୍ବଳ ରହିବ। ଏହି ମାସର ପହିଲାରେ ବି ସୁପର ମୁନ୍‌ ଦେଖିବାକୁ ମିଳିଥିଲା। ଚଳିତମାସରେ ଦ୍ୱିତୀୟ ଥର ପୁଣି ଥରେ ଚନ୍ଦ୍ରର ଏକ ଭିନ୍ନ ରୁପ ଦେଖିବାକୁ ମିଳିବ ।

publive-image

ଏହି ଦିନ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ବି ପଡ଼ୁଛି। ଏଥିପାଇଁ ଏହାକୁ ‘ସୁପର ବ୍ଲୁ ମୁନ୍‌ ଗ୍ରହଣ’ ବୋଲି କୁହାଯାଉଛି। ଭାରତୀୟ ସମୟ ଅନୁସାରେ ଜାନୁଆରି ୩୧ ତାରିଖ ସନ୍ଧ୍ୟା ୫ଟା ୧୮ମିନିଟ୍‌ରୁ ନେଇ ରାତି ୮ଟା ୪୨ମିନିଟ୍‌ ପର୍ଯ୍ୟନ୍ତ ଲୋକମାନେ ଚନ୍ଦ୍ରର ଏହି ଦୁର୍ଲଭ ଦୃଶ୍ୟକୁ ଦେଖି ପାରିବେ। ୨୦୧୮ର ଏହା ପ୍ରଥମ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣର ବିଶେଷ କଥା ହେଉଛି ଚନ୍ଦ୍ର କଳା ଦେଖାଯିବା ପରିବର୍ତ୍ତେ ଲାଲ ରଙ୍ଗର ଦେଖାଯିବ।

ତେବେ ଏହି ଘଟଣାକୁ ନେଇ ଜବାହାର ଲାଲ ନେହେରୁ ପ୍ଲେନିଟୋରିୟମର ଏଚ ଆର ଅଫିସର ଡାକ୍ତର.ଏଚ. ଆର ମଧୁସୂଦନଙ୍କ କହିବାନୁସାରେ, ଗ୍ରହଣ ସର୍ବଦା ଖାସ୍‌ ହୋଇଥାଏ। ସୁପରମୁନ୍‌ ସମୟରେ ଚନ୍ଦ୍ର ବଡ଼ ହୋଇ ନ ଥାଏ ବରଂ ପୃଥିବୀର ନିକଟବର୍ତ୍ତୀ ହୋଇଯାଇଥାଏ। ଏଥିପାଇଁ ଚନ୍ଦ୍ରର ଆକୃତି ବଡ଼ ଦେଖାଯାଇଥାଏ। ଚନ୍ଦ୍ର ପୃଥିବୀର ବିଭିନ୍ନ ପୃଷ୍ଠରୁ ବିଭିନ୍ନ ରଙ୍ଗ ଦେଖାଯିବ। ତେବେ ଲାଲ ରଙ୍ଗ ଦେଖାଯିବାର କାରଣ ବାତାବରଣରେ ଧୂଳିକଣା ଓ ପ୍ରଦୂଷଣ ଭରି ରହିଛି। କେଉଁକେଉଁ ସ୍ଥାନରେ ରକ୍ତ ଭଳି ଲାଲ ଓ କେତେକ ସ୍ଥାନରେ କପର ରେଡ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ।

publive-image

ତେବେ ବ୍ଲଡ ମୁନ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ଏପରି ରହିଛି ଭ୍ରାନ୍ତ ଧାରଣା

୧. କେତେକଙ୍କ କହିବାନୁସାରେ ‘ସୁପର ବ୍ଲଡ୍‌ ମୁନ୍‌’ ପ୍ରଳୟର ଚିହ୍ନ। ଏଭଳି ହେବା ଅଶୁଭ ହୋଇପାରେ।

୨. ଆଉ କେତେକ କହୁଛନ୍ତି, ଏହା ଭୂକମ୍ପ, ବନ୍ୟା, ଭୂସ୍ଖଳନ, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟର ସଙ୍କେତ।

୩. ଏହି ଥରର ଅସାଧାରଣ କଥା ହେଉଛି ‘ସୁପରମୁନ୍‌ ’ ସହିତ ଚନ୍ଦ୍ରଗ୍ରହଣ ବି ପଡ଼ିଛି।

୪. ଏହି ପ୍ରକାର ଘଟଣା ୧୯୦୦ମସିହାରେ ପରେ ୬ଥର ୧୯୧୦,୧୯୨୮,୧୯୬୪,୧୯୮୨ ଓ ୨୦୧୫ରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe