କିଛି ଘଣ୍ଟା ମଧ୍ୟରେ ଚମକି ଉଠିଲା ଦିନମଜୁରିଆଙ୍କ ଭାଗ୍ୟ

ପଞ୍ଜାବର ମୋଗାରେ ବସବାସ କରୁଥିବା ଜସମେଲ ସିଂହ ନାମକ ଜଣେ ବ୍ୟକ୍ତି ନିକଟରେ ଲଟରି ଜିତି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜସମେଲ ପେସାରେ ଦିନ ମଜୁରିଆ ଭାବରେ କାମ କରନ୍ତି। 

eb36e2e4-b29d-4d3a-b62b-083de9080f92

ପଞ୍ଜାବ:କାହାର ଭାଗ୍ୟ କେବେ ଓ କେତେବେଳେ ବଦଳିଯିବ ତାହା କହିବା ଅସମ୍ଭବ। ସିନେମା ଓ କାହାଣୀରେ ଅନେକ ଥର ଦେଖିବାକୁ ମିଳିଛି ଗରିବଲୋକ ଜଣକ କିଛି କ୍ଷଣ ମଧ୍ୟରେ କୋଟିପତି ହୋଇଯାଇଥାଆନ୍ତି। ଏମିତି ଅନେକ ଘଟଣା ବାସ୍ତବଜୀବନରେ ବି ଘଟିଛି। ନିକଟରେ ପଞ୍ଜାବରୁ ସାମାନ ଘଟଣା ସାମ୍ନାକୁ ଆସିଛି।

ପଞ୍ଜାବର ମୋଗାରେ ବସବାସ କରୁଥିବା ଜସମେଲ ସିଂହ ନାମକ ଜଣେ ବ୍ୟକ୍ତି ନିକଟରେ ଲଟେରି ଜିତି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜସମେଲ ପେସାରେ ଦିନ ମଜୁରିଆ ଭାବରେ କାମ କରନ୍ତି। 

ପ୍ରକାଶିତ ରିପୋର୍ଟ ଅନୁସାରେ, ଜସମେଲ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ତାଙ୍କର ଲକ୍ଷଲକ୍ଷ (୨୫/୩୦ଲକ୍ଷ ଟଙ୍କା) ଟଙ୍କାର ଋଣ ଭାର ଅଛି। ଏହି ଋଣଭାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜସମେଲ କିଛି ଉପାୟ ନପାଇ ଅନେକଥର ଜୀବନ ହାରିବାକୁ ଚିନ୍ତା ବି କରିଛନ୍ତି। 

କିନ୍ତୁ ବିଧାତା ତ ତାଙ୍କ ଭାଗ୍ୟରେ ଆଉ କିଛି ଲେଖିଥିଲା। ତାହାକୁ କିଏ ବା ଟାଳି ପାରିବ। ନିକଟରେ ଜସମେଲ ମାତ୍ର ୬ ଟଙ୍କାର ଲଟେରୀ ଟିକେଟ୍ କିଣି ରାତାରାତି ଧନୀମାନଙ୍କ ତାଲିକାରେ ସାମିଲ ହୋଇ ଯାଇଛନ୍ତି।

ଜସମେଲ ଏହି ଖୁସିର ମୁୂହୂର୍ତ୍ତକୁ ନେଇ କହିଛନ୍ତି, ‘ ମୁଁ କଦାପି ଲଟେରି ଉପରେ ବିଶ୍ବାସ କରେ ନାହିଁ। କେଜାଣି ମନକୁ କ’ଣ ଆସିଲା ଫିରୋଜପୁର ଜିଲ୍ଲାର ଜିରାରେ ମାତ୍ର ୬ଟଙ୍କା ଦେଇ ଏକ ଲଟେରି ଟିକେଟ୍ କିଣି ଦେଇଥିଲେ। ଟିକେଟ୍ କିଣିବାର କିଛି ସମୟ ପରେ ମୋ ପାଖକୁ ଏକ ଫୋନ୍ ଆସିଥିଲା।

ଫୋନ ଉଠାଇବା ପରେ ଅପରପାର୍ଶ୍ବରୁ ଜଣେ ଭଦ୍ର ବ୍ୟକ୍ତି ମୋତେ ଶୁଭେଚ୍ଛା ଜଣାଇବା ସହିତ ୧ କୋଟି ଟଙ୍କା ଜିତି ଯାଇଥିବା କହିଥିଲେ। ମୁଁ ପ୍ରଥମେ ରଙ୍ଗ ନମ୍ବର ଭାବି କାଟି ଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଲି ସତରେ ମୁଁ ୧କୋଟିର ଲଟେରି ଜିତିଛି।’

ରିପୋର୍ଟ ଅନୁସାରେ, ଏହା ଫିରୋଜପୁର ଜିଲ୍ଲାର ଚତୁର୍ଥ ବ୍ୟକ୍ତି ଯିଏ ରାଜ୍ୟ ଲଟେରି ମାଧ୍ୟମରେ କୋଟିପତି ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe