ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଖଟିଆରେ ଡାକ୍ତରଖାନା ପହଞ୍ଚାଇ ହିରୋ ପାଲଟିଲେ ଏହି ଯବାନ

Advertisment
ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଖଟିଆରେ ଡାକ୍ତରଖାନା ପହଞ୍ଚାଇ ହିରୋ ପାଲଟିଲେ ଏହି ଯବାନ

ndtv

ଛତିଶଗଡ଼ : ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଖଟିଆରେ ଡାକ୍ତରଖାନା ପହଞ୍ଚାଇ ହିରୋ ପାଲଟିଲେ ଯବାନ। ଯାତାୟତ ସୁବିଧା ନଥିବା ସ୍ଥାନରୁ ରୋଗୀ ଖଟିଆରେ ବୁହାହେବାର ଘଟଣା ନୂଆ ହୋଇନଥିଲେ ବି ଯବାନଙ୍କ ଏଭଳି କାମ ଏବେ ଲୋକଙ୍କ ମନ କିଣିନେଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଯବାନଙ୍କ ଭିଡିଓଟି ଖୁବ ଭାଇରାଲ ହେଉଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ତାଙ୍କ ଭିଡିଓକୁ ଦେଖିବାପରେ ସମସ୍ତେ ଯବାନଙ୍କର ଖୁବ ପ୍ରଶଂସା କରିବା ସହ ତାଙ୍କୁ ଅସଲ ହିରୋ ବୋଲି କହୁଛନ୍ତି ।

ହାତରେ ବନ୍ଧୁକ ଧରି କାନ୍ଧରେ ଖଟିଆ କାନ୍ଧେଇବାର ଏଦୃଶ୍ୟ ଦେଖିବାପରେ ଆପଣବି କହିବେ ସତରେ ଇଏ ଜଣେ ହିରୋ । ତେବେ ଆଗରୁ ମଧ୍ୟ ଏଠାକାର ବାସିନ୍ଦାଙ୍କୁ ଏଠାରେ ନିୟୋଜିତ ଯବାନମାନେ ସାହାଯ୍ୟ କରିଛନ୍ତି ବୋଲି କୁହାଯାଉଛି ।

ସୂଚନା ମୁତାବକ, ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଥିବା ଦନ୍ତେୱାଡ଼ା ଜିଲ୍ଲାର ରିୱାଲି ଗ୍ରାମରେ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ମହିଳାଙ୍କ ସ୍ୱାମୀ ଆମ୍ବୁଲାନ୍ସକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ବି ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଆସିପାରିନଥିଲା । ନକ୍ସଲମାନେ ରିୱାଲି ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାକୁ ବିଭିନ୍ନ ସ୍ଥାନରେ ନଷ୍ଟ କରିଦେଇଥିବାରୁ ଆମ୍ବୁଲାନ୍ସ ଚାଳକ ଗାଁକୁ ଯାଇପାରିବେ ନାହିଁ ବୋଲି କହିଥିଲେ । ଏହି ଖବର ପାଇ ସେଠାରେ ନିୟୋଜିତ ଥିବା ଡିଆର୍‌ଜିର ଜଣେ ଯବାନ ଉକ୍ତ ମହିଳାଙ୍କୁ ଖଟିଆରେ ବୋହି ବୋହି ପ୍ରାୟ ୩ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ତାଙ୍କ ପେଟ୍ରୋଲିଂ ଗାଡ଼ି ନିକଟରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ପାଖାପାଖି ୯୦ କିଲୋମିଟର ଦୂରରେ ଥିବା ଡାକ୍ତରଖାନା ନିଆଯାଇଥିଲା। ପ୍ରସବ ପରେ ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe