ମୁମ୍ବାଇ: ମହାରାଷ୍ଟ୍ରର ସିକ୍ୟୁରିଟି ଫୋର୍ସର ଜଣେ ଯବାନ ପ୍ଳାଟଫର୍ମରୁ ଖସି ଚଳନ୍ତା ଟ୍ରେନ୍ର ଚକା ତଳକୁ ଚାଲି ଯାଉଥିବା ଶିଶୁର ଜୀବନ ବଞ୍ଚାଇଛନ୍ତି। ମୁମ୍ବାଇର ମହାଲକ୍ଷ୍ମୀ ରେଲେଓ୍ଵ ଷ୍ଟେସନ୍ରେ ନିଜ ପରିବାର ସହିତ ଆସୁଥିବା ଶିଶୁଟି ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍ ପ୍ଲାଟଫର୍ମରୁ ତାର ଗୋଡ ଖସି ଯିବା ହେତୁ ଟ୍ରେନ୍ ଚକା ତଳକୁ ଚାଲି ଯାଉଥିଲା। ଏହି ସମୟରେ ପ୍ଲାଟଫର୍ମରେ ଥିବା ଜଣେ ଯବାନ ତତ୍କ୍ଷଣାତ୍ ଶିଶୁଟିକୁ ଟ୍ରେନ୍ ତଳକୁ ଟାଣି ଆଣି ତାର ଜୀବନ ବଞ୍ଚାଇ ଥିଲେ। ମିନିଟିଏ ବି ବିଳମ୍ବ ହୋଇଥିଲେ ଟ୍ରେନ ଚକା ତଳେ ଚାପି ହୋଇ ଶିଶୁଟିର ମୃତ୍ୟୁ ହୋଇଯିବାର ଅନେକ ସମ୍ଭାବନା ଥିଲା ବୋଲି ସେଠାରେ ଥିବା ଲୋକମାନେ କୁହାକୁହି ହେଉଛନ୍ତି। ଏହି ସମୟର ଦୃଶ୍ୟ ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି ଫୁଟେଜର କୈଦ୍ ହୋଇ ଯାଇଥିଲା। ଯାହାକି ଏବେ ଭାଇରାଲ ହୋଇଛି।
/sambad/media/post_attachments/wp-content/uploads/2018/05/mumbai-local-accident-piyush-goyal_625x300_1526362607780-300x185.jpg)
ଟୁଇଟରରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ଘଟଣାର ଭିଡିଓକୁ ସେୟାର କରି ଯବାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ରେଳମନ୍ତ୍ରୀ ଯବାନଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସିକ କାର୍ଯ୍ୟକୁ ଦେଖି ଖୁସି ହୋଇଛନ୍ତି। ମହାରାଷ୍ଟ୍ରର ସିକ୍ୟୁରିଟି ଫୋର୍ସ ଉପରେ ଗର୍ବ ଅନୁଭବ କରିଛନ୍ତି ବୋଲି କହିଛନ୍ତି।
ଶିଶୁଟିର ଜୀବନ ବଞ୍ଚାଇ ଥିବା ଯବାନଙ୍କ ନାମ ସଚିନ୍ ପୋଲ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଶିଶୁଟିକୁ ସାମାନ୍ୟ ଆଘାତ ଲାଗିଥିଲା। ଷ୍ଟେସନ୍ର ମେଡିକାଲ ରୁମ୍ରେ ଚିକିତ୍ସା କରାଯିବା ପରେ ଶିଶୁକୁ ଛାଡ଼ି ଦିଆଯାଇଛି।
Follow Us