ପୁଷ୍କର: ରାଜସ୍ଥାନର ପୁଷ୍କରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ନବବିବାହିତା କନ୍ୟା ବିବାହର ୧୫ ଦିନ ମଧ୍ୟରେ ନିଜର ନାବାଳିକା ନଣନ୍ଦଙ୍କୁ ନେଇ କେଉଁଆଡ଼େ ଫେରାର୍ ହୋଇ ଯାଇଛନ୍ତି। ସୂଚନାରୁ ପ୍ରକାଶ ଯେ ଝାଡ଼ଖଣ୍ଡର ଜୁମ୍ମା ରାମଗଡ଼ର ବାସିନ୍ଦା ୨୫ ବର୍ଷୀୟା ପୂଜା ମେ ୨୭ ତାରିଖରେ ପୁଷ୍କରର ପଞ୍ଚକୁଣ୍ଡ୍ ରୋଡ୍ର ବାସିନ୍ଦା ୨୮ ବର୍ଷୀୟ ୟେତୁ ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ।
ବିବାହର କିଛି ଦିନ ପରେ ଶ୍ରୀବାସ୍ତବ ନିଜ କାମରେ ବାହାରକୁ ପଳାଇବା ପରେ ତାଙ୍କ ନବ ବିବାହିତା ପତ୍ନୀ ପୂଜା ଜୁନ୍ ୧୦ ତାରିଖରେ ନିଜ ନଣନ୍ଦଙ୍କୁ ନେଇ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି। ସେ ଘରୁ ପଳାଇବା ପରେ ପରିବାର ଲୋକ ପୁଲିସ୍ରେ ଅଭିଯୋଗ କରି ନିଜ ଝିଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଦାବି କରିଛନ୍ତି।
ପୂଜା ସାଥୀରେ ନେଇଥିବା ନଣନ୍ଦଙ୍କୁ ମାତ୍ର ୧୩ ବର୍ଷ ବୟସ। ତେବେ ସେ କେଉଁ କାରଣରୁ ତାଙ୍କ ନାବାଳିକା ନଣନ୍ଦଙ୍କୁ ସାଥୀରେ ନେଇ ଘର ଛାଡ଼ି ପଳାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ପୂଜା ନଣନ୍ଦଙ୍କୁ ନେଇ ଘରୁ ପଳାଇବା ସମୟରେ ନିଜ ଶାଶୂ ଓ ଶଶୁରଙ୍କୁ ଘରେ ପୂରାଇ କବାଟ ବନ୍ଦ କରି ଦେଇଥିଲେ। ଶଶୁର ଜୟପ୍ରକାଶ ବୋହୂ ଘରୁ ଗାଏବ ହେବା ପରେ ଘର ତଲାସ କରିବାକୁ ଅଳଙ୍କାର, ମୋବାଇଲ୍ ଓ କ୍ୟାମେରା ପାଇନଥିଲେ। ପରିବାର ଲୋକ ବୋହୂ ଓ ଝିଅଙ୍କୁ ପ୍ରଥମେ ନିଜ ହିସାବରେ ଖୋଜିଲେ। ଯେବେ ପାଇେଲେନି ତ ପୁଲିସ୍ରେ ଅଭିଯୋଗ ଆଣିଛନ୍ତି।
Follow Us