ଜିଓର ଫେଷ୍ଟିଭ ବୋନାଞ୍ଜା, ନୂଆ ବାର୍ଷିକ ପ୍ଲାନ ଓ ୧୦୦% କ୍ୟାସ-ବ୍ୟାକ ଅଫର  ଘୋଷଣା

Advertisment
ଓଡ଼ିଶାରେ ଡିସେମ୍ବର ତ୍ରୈମାସିକ ଏଜିଆରରେ ଜିଓର ୫୦% ରୁ ଅଧିକ ବଜାରଅଂଶ ହାସଲ

ମୁମ୍ବଇ :   ପାର୍ବଣର ଉତ୍ସବକୁ ଅଧିକ ଆକର୍ଷଣୀୟ କରି ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ନେଟୱର୍କ ଜିଓ ପକ୍ଷରୁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର ଘୋଷଣା କରାଯାଇଛି ।  ଜିଓ ଦୀପାବଳି

ଟ.୧୪୯ ଓ ଅଧିକ ମୂଲ୍ୟର ସମସ୍ତ ରିଚାର୍ଜ ଉପରେ ୧୦୦% କ୍ୟାସବ୍ୟାକ ଅଫର ପାଇପାରିବେ । ଏଥି ସହିତ ଜିଓ ପକ୍ଷରୁ ଟ.୧୬୯୯ ଟଙ୍କା ମୂଲ୍ୟର ଏକ ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ୧୨ ମାସ ପାଇଁ ଅନଲିମିଟେଡ଼ ସୁବିଧା ଯେପରିକି ପ୍ରତ୍ୟେକ ଦିନ ୧.୫ ଜିବି ହାଇସ୍ପୀଡ଼ ଡାଟା, ଅସୀମିତ ଭଏସ କଲ ସୁବିଧା, ପ୍ରତିଦିନ ୧୦୦ ଏସଏମଏସ ଏବଂ ଜିଓ ଟିଭି, ଜିଓ ସିନେମା, ଜିଓ ମ୍ୟୁଜିକ ଭଳି ଜିଓର ସମସ୍ତ ପ୍ରିମିଅମ ଆପ୍ଲିକେସନର ଲାଭ ନେଇପାରିବେ ।

ଜିଓ ଦୀପାବଳି ୧୦୦% କ୍ୟାସବ୍ୟାକ ଅଫରରେ ଗ୍ରାହକମାନେ ଟ.୧୪୯ କିମ୍ବା ଅଧିକ ମୂଲ୍ୟର ସମସ୍ତ ରିଚାର୍ଜ ଉପରେ ମାଇଁ ଜିଓ ଆପର ମାଇଁ କୁପନ ଜରିଆରେ ୧୦୦% କ୍ୟାସବ୍ୟାକ ପାଇପାରିବେ । ଉପଭୋକ୍ତାମାନେ ଏହିଭଳି ପ୍ରତିଟି ରିଚାର୍ଜ ଉପରେ ଏକ ୧୦୦% କ୍ୟାସବ୍ୟାକ କୁପନ ପାଇପାରିବେ। ଏକାଧିକ ଏହିଭଳି ରିଚାର୍ଜରେ ଏକାଧିକ କୁପନ ହାସଲ କରାଯାଇପାରିବ । ଏହି ଅଫର ନୂଆ ଏବଂ ବର୍ତ୍ତମାନର ସମସ୍ତ ଜିଓ ଉପଭୋକ୍ତାଙ୍କ ପାଇଁ ପ୍ରି-ପେଡ଼ ରିଚାର୍ଜରେ ଉପଲବ୍ଧ । ପ୍ରତିଟି କୁପନ ରିଲାଏନ୍ସ ଡିଜିଟାଲ କିମ୍ବା ମାଇଁ ଜିଓ ଷ୍ଟୋର ଗୁଡିକରେ ଟ. ୫୦୦୦ କିମ୍ବା ତଦୁର୍ଦ୍ଧ ମୂଲ୍ୟର କ୍ରୟ ଉପରେ ଏହି କୁପନ ଗୁଡିକର ଉପଯୋଗ କରିପାରିବେ । ଏହି ଅଫର ୩୦ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ଏବଂ ଏହି ଅଫର ଅବଧିରେ ହାସଲ କରାଯାଇଥିବା ସମସ୍ତ କୁପନ ଡିସେମ୍ବର ୩୧, ୨୦୧୮ କିମ୍ବା ପୂର୍ବରୁ ହିଁ ବ୍ୟବହାର କରାଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe