ନୂଆଦିଲ୍ଲୀ: କଥାରେ ଅଛି ମଣିଷ ଯେତେ ଦୂରକୁ ଗଲେ ବି ନିଜର ଜନ୍ମମାଟି ଓ ସଂସ୍କୃତିକୁ କଦାପି ଭୁଲି ପାରି ନଥାଏ। କେଉଁଠି ନା କେଉଁଠି ସେ ଏଥିପ୍ରତି ଯୋଡ଼ି ହୋଇ ରହିଥାଏ। ଏହି କ୍ରମରେ ବିଦେଶରେ ଥିବା ଅନେକ ଭାରତୀୟ ପ୍ରୟାଗରାଜରେ ଆୟୋଜିତ ହୋଇଥିବା କୁମ୍ଭମେଳାରେ ଯୋଗ ଦେବାପାଇଁ ପହଞ୍ଚିଛନ୍ତି।
ଅଧିକପଢ଼ନ୍ତୁ:ଏହି କାରଣରୁ ଶିବଲିଙ୍ଗକୁ ସ୍ପର୍ଶ କରିବାର ଅନୁମତି ଦିଆଯାଇ ନଥିଲା
ଏହି ତାଲିକାରେ ମୈସୁରର ମୂଳ ବାସିନ୍ଦା ଜିତେଶ ପ୍ରଭାକର ରହିଛନ୍ତି। ଯିଏକି ଜର୍ମାନରେ ବସବାସ କରନ୍ତି। ସେ ତାଙ୍କ ସ୍ତ୍ରୀ ସାସ୍କିୟା ନାଫ ଓ ପୁଅ ଆଦିତ୍ୟଙ୍କ ସହ ମହାକୁମ୍ଭରେ ପହଞ୍ଚିଛନ୍ତି।
ମହାକୁମ୍ଭରେ ପହଞ୍ଚିବା ପରେ ଜିତେଶ ନିଜର ଅନୁଭୂତି ବଖାଣି କହିଛନ୍ତି, ‘ମୁଁ ଭାରତରେ ଅଛି କି ବିଦେଶରେ ଅଛି ଏନେଇ କିଛି ଫରକ ପଡ଼ି ନଥାଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆପଣ ଆପଣଙ୍କ ଜନ୍ମମାଟି ସହିତ କେତେ ଜଡ଼ିତ ଅଛନ୍ତି। ମହାକୁମ୍ଭରେ ସାମିଲ ହେବାର ଅନୁଭୂତି ଖୁବ ନିଆରା ରହିଛି। ଏହି ସ୍ଥାନ ଶକ୍ତିରେ ଭରି ରହିଛି।
ଅଧିକପଢ଼ନ୍ତୁ:ବିରାଟଙ୍କ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ଥିଲେ ଅନୁଷ୍କା
ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଏକ ଦିବ୍ୟ ଉତ୍ସବ । ବିଶ୍ୱାସ ରହିଛି ଯେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମୋକ୍ଷ ମିଳିଥାଏ । ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ ବୋଲି କୁହାଯାଏ।