ଛାଡ଼ପତ୍ର ପାଇଁ ଆସିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ସାତଫେରା ମନେ ପକାଇ ପୁଣି ବିବାହ କରାଇଲେ ବିଚାରପତି

ଛତିଶଗଡ ବେମେଟାରାରେ ଛାଡ଼ପତ୍ରକୁ ଅସ୍ୱୀକାର କରି ବିଚାରପତି ପୁଣି ଦମ୍ପତିଙ୍କର ବିବାହ କରାଇ ଦେଇଛନ୍ତି। ପାରିବାରିକ କୋର୍ଟର ଜଜ୍ ନୀଲିମା ସିଂ ଛାଡ଼ପତ୍ର ପାଇଁ ଆସୁଥିବା ଅଧିକାଂଶ ଦମ୍ପତିଙ୍କୁ ଏକାଠି ରହିବାକୁ ପରାମର୍ଶ ଦେଇଥାନ୍ତି...

WhatsApp Image 2024-09-30 at 5.56.08 PM

ରାୟପୁର: ଛାଡ଼ପତ୍ର ବର୍ତ୍ତମାନ ଏକ ସାଧାରଣ କଥା ପାଲଟିଛି। କେବଳ ଭାରତରେ ନୁହେଁ ବିଶ୍ବର ସମସ୍ତ ଦେଶରେ ଛାଡ଼ପତ୍ର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ ବିବାହର କିଛି ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଉଛନ୍ତି। ଛାଡ଼ପତ୍ର ଦୁଇ ପରିବାରର ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ବିଶେଷକରି ଏହାର ଖରାପ ପ୍ରଭାବ ପିଲାମାନଙ୍କର ମାନସିକ ସ୍ଥିତି ଉପରେ ଦେଖାଯାଇଥାଏ।  କିନ୍ତୁ ଅନେକ ଥର ଦମ୍ପତି ପାରସ୍ପରିକ ଝଗଡା ଯୋଗୁ ପରିବାର ଏବଂ ପିଲାମାନଙ୍କୁ ଅଣଦେଖା କରିଥାନ୍ତି। ତେବେ ଛତିଶଗଡର ଏକ କୋର୍ଟରୁ ଆଶ୍ଚର୍ଯ୍ୟଜନକ ଖବର ବାହାରୁଛି। ଛାଡ଼ପତ୍ର ପାଇଁ କୋର୍ଟକୁ ଯାଉଥିବା ଦମ୍ପତିମାନେ ଖୁସି ହୋଇ କୋର୍ଟ ବାହାରକୁ ଆସୁଛନ୍ତି ଏବଂ ସବୁଦିନ ପାଇଁ ଏକାଠି ରହିବାକୁ ରାଜି ହେଉଛନ୍ତି। 

ଏହା ପଛରେ ଜଣେ  ବିଚାରପତି ଅଛନ୍ତି। ହଁ, ଲେଡି ଜଜ୍ ନୀଲିମା ସିଂ ବେମେଟାରାଙ୍କ ପରିବାର କୋର୍ଟରେ ଏହି ଚମତ୍କାର କରିଛନ୍ତି। ସେ ଅନେକ ଦମ୍ପତିଙ୍କୁ ପୁଣି ଏକାଠି ରହିବାକୁ ପରାମର୍ଶ ଦେଇଥାନ୍ତି । ଛାଡ଼ପତ୍ର ଉପରେ ଜିଦ୍ ଧରିଥିବା ଦମ୍ପତିମାନେ ସାଧାରଣତଃ କାହା କଥା ଶୁଣନ୍ତି ନାହିଁ, କିନ୍ତୁ ଜଜ୍ ନୀଲିମା ସିଂ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିଛନ୍ତି। ସେ ଛାଡ଼ପତ୍ର ପାଇଁ ଆସିଥିବା ଦମ୍ପତିଙ୍କୁ ବିବାହ ସମୟରେ ନିଆ ଯାଇଥିବା ସାତଫେରା ସମୟରେ ସପ୍ତପଦୀ ସମ୍ପର୍କରେ ମନେପକାଇ ଏହା ସମ୍ଭବ କରୁଛନ୍ତି। 

ବିବାହ ସମୟରେ ସ୍ୱାମୀ-ସ୍ତ୍ରୀ ଅଗ୍ନିଚାରିପଟେ ସାତଫେରା ନେବା ସମୟରେ ୭ଟି ଶପଥ ନେଇଥାନ୍ତି। ଏହାକୁ ସପ୍ତପଦୀ କୁହାଯାଏ। ସାଧାରଣତଃ ସଂସ୍କୃତରେ ଏହି ୭ଟି ବିବାହ ଶପଥ ଅଛି। କିନ୍ତୁ ଜଜ୍ ନୀଲିମା ସିଂ ସେମାନଙ୍କୁ ହିନ୍ଦୀରେ ଅନୁବାଦ କରିଛନ୍ତି ଏବଂ ଏହାକୁ  ଅଫିସରେ ଫ୍ରେମ୍ କରି ଲଗାଇଛନ୍ତି। ଏହା ବ୍ୟତୀତ ତାଙ୍କ ପାଖରେ ସପ୍ତପଦୀର ଏକ ଫଟୋଗ୍ରାଫ ମଧ୍ୟ ଅଛି, ଯାହା ସେ ଦମ୍ପତିମାନଙ୍କୁ ପଢ଼ିବାକୁ ଦିଅନ୍ତି। ଏହି କୌଶଳ ଦ୍ବାରା ଜଜ୍ ନୀଲିମା ସିଂ ସେପ୍ଟେମ୍ବର ୨୧ରେ ୨୪ରୁ ଅଧିକ ମାମଲାର ସମାଧାନ କରିଥିଲେ।

ରିପୋର୍ଟ ଅନୁଯାୟୀ, ୫୮ ବର୍ଷ ବୟସ୍କା ମହିଳା ଦୀର୍ଘ ବର୍ଷ ଧରି ସ୍ୱାମୀଙ୍କ ସହ ଗୋଟିଏ କୋଠରୀରେ ରହୁ ନ ଥିଲେ। ଉଭୟ ୪୦ ବର୍ଷ ଧରି ବିବାହ କରିଥଃଲେ। କିନ୍ତୁ ମହିଳା ଜଣକ ଗୋଟିଏ ଘରର ଅଲଗା କୋଠରୀରେ ରହୁଥିଲେ। ବର୍ତ୍ତମାନ ସେମାନଙ୍କ ଜୀବନର ଶେଷ ପର୍ଯ୍ୟାୟରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ।

ପାରିବାରିକ କୋର୍ଟରେ ଶୁଣାଣି ସମୟରେ ଜଜ୍ ନୀଲିମା ସିଂ ଉଭୟ ଦମ୍ପତିଙ୍କୁ ସପ୍ତପଦୀ ପୁନରାବୃତ୍ତି କରିବାକୁ କହିଥିଲେ। ଏହାକୁ ପଢ଼ିବା ପରେ ଉଭୟ ଦମ୍ପତି ଭାବପ୍ରବଣ ହୋଇ ଛାଡ଼ପତ୍ର ନେବାକୁ ମନା କରିଦେଇଥିଲେ। ଏହା ସହିତ ପୁଣି ବିବାହ କରି ଘରକୁ ଫେରିଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ଛାଡପତ୍ର ମଧ୍ୟରେ ୬ମାସର କୁଲିଂ ପରିୟଡ଼ ରହିବା ଉଚିତ୍। ଯାହାଫଳରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବାର ସୁଯୋଗ ରହିବ। ତଥାପି, ୯୦ ପ୍ରତିଶତ ମାମଲାରେ ଦମ୍ପତି ପ୍ରାୟତଃ ଛାଡ଼ପତ୍ର ପାଇଥାନ୍ତି । କିନ୍ତୁ ଜଜ୍ ନୀଲିମା ସିଂଙ୍କ କୋର୍ଟର କାହାଣୀ ସମ୍ପୂର୍ଣ୍ଣ ବିପରୀତ। ନୀଲିମା ସିଂଙ୍କ କୋର୍ଟକୁ ଆସୁଥିବା ଅଧିକାଂଶ ଦମ୍ପତି ସମନ୍ୱୟ ରକ୍ଷା କରି ଖୁସିରେ ଘରକୁ ଫେରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe