ସାମାଜିକ ଦୂରତା ନିୟମକୁ ନେଇ ଚର୍ଚ୍ଚାରେ ଦୋକାନୀଙ୍କ ସୃଜନଶୀଳତା; ମେସିନ୍‌ ଦଉଛି ଜିନିଷ, ଆଣୁଛି ଟଙ୍କା

ସାମାଜିକ ଦୂରତା ନିୟମକୁ ନେଇ ଚର୍ଚ୍ଚାରେ ଦୋକାନୀଙ୍କ ସୃଜନଶୀଳତା; ମେସିନ୍‌ ଦଉଛି ଜିନିଷ, ଆଣୁଛି ଟଙ୍କା

Logical Indian

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ସାମାଜିକ ଦୂରତା ଅନିବାର୍ଯ୍ୟ ହୋଇ ପଡ଼ିିଥିବା ବେଳେ ସାମାଜିକ ଦ୍ବରତା ବଜାୟ ରଖିବାକୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ପଦ୍ଧତି ଅବଲମ୍ବନ କରୁଛନ୍ତି। ଏ ନେଇ ଜଣେ ଦୋକାନୀଙ୍କ ସୃଜନଶୀଳତା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେ ଯଥେଷ୍ଟ ସାମାଜିକ ଦୂରତା ରଖି ନିଜ ଦୋକାନର ସାମଗ୍ରୀ ଗ୍ରାହକଙ୍କୁ ବଢ଼େଇ ଦେଉଥିବା ବେଳେ ଗ୍ରାହକଙ୍କ ଠାରୁ ମଧ୍ୟ ସମାନ ପଦ୍ଧତି ଅବଲମ୍ବନ କରି ଟଙ୍କା ଆଣୁଥିବା ଦେଖିବାକୁ ମିଳିଛି।

ଆପଣ ଭାବୁଥିବେ ଯେ ସାମାଜିକ ଦୂରତା ଅବଲମ୍ବନ କରିବାରେ ସୃଜନଶୀଳତା ପୁଣି କ’ଣ ଅ‌ାବଶ୍ୟକ? ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବ୍ୟକ୍ତି ଜଣକ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏକ ‘ଜୁଗାଡ଼ ମେସିନ୍‌’ ତିଆରି କରିଛନ୍ତି। ‌ଦୋକାନୀ ତିଆରିଥିବା ମେସିନ୍‌କୁ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣକ ଏକ ସାଇକେଲ୍‌ ଚକ, ପେଡାଲ୍, ଦୌଡ଼ି, ଡାଲା ଓ କିଛି ବେଞ୍ଚ୍‌ ବ୍ୟବହାର କରି ଏହି ମେସିନ୍‌ ତିଆରିଛନ୍ତି।

ଦୋକାନରେ ସାମାଜିକ ଦୂୂରତ୍ବ ବଜାୟ ରଖିବାକୁ ‌ବ୍ୟବହୃତ ହୋଇଥିବା ମେସିନ୍ ମଧ୍ୟରେ ଏହା ପ୍ରଥମ ନୁହେଁ। ପୂବରୁ ଜଣେ ମଦ ଦୋକାନୀ ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି ବ୍ୟବହାର କରିଥିବା ଏକ ମେସିନ୍‌ର ଭିଡିଓକୁ ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ସେୟାର୍‌ କରି ଲେଖିଥିଲେ ‘କ୍ଲେଭର୍‌ ବଟ୍‌ କ୍ରୁଡ୍‌’। ସେ ସମୟରେ ସେହି ଭିଡିଓଟି ମଧ୍ୟ ବେଶ୍‌ ଲୋକପ୍ରିୟ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe