୫୦ବର୍ଷ ବୟସରେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ନିଜ ଇଚ୍ଛା ପୁରଣ କରିଛନ୍ତି ଏହି ପହିଲମାନ, ପ୍ରଥମ ଶ୍ରେଣୀରେ ହୋଇଛନ୍ତି ଉତ୍ତୀର୍ଣ୍ଣ

Advertisment
୫୦ବର୍ଷ ବୟସରେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ନିଜ ଇଚ୍ଛା ପୁରଣ କରିଛନ୍ତି ଏହି ପହିଲମାନ, ପ୍ରଥମ ଶ୍ରେଣୀରେ ହୋଇଛନ୍ତି ଉତ୍ତୀର୍ଣ୍ଣ

ମନରେ ଦୃଢ଼ ଇଚ୍ଛା ଶକ୍ତି ଏବଂ ଅଧ୍ୟବସାୟ ଥିଲେ ସମସ୍ତ ଅସମ୍ଭବକୁ ସମ୍ଭବ କରି ହୋଇଥାଏ ବୋଲି ପୁଣେ ମନପା ଦମକଳ ବିଭାଗର ଜଣେ କର୍ମୀ ସାବ୍ୟସ୍ତ କରିଛନ୍ତି। ଚୈାହାନ ନଗର ନିବାସୀ କୈଳାଶ ତୁକାରାମ ସିନ୍ଦେଙ୍କ
ବୟସ ୫୦ବର୍ଷ ପାଖାପାଖି ହେବ। ଏହି ବୟସରେ ସେ ଏସଏସସି ପରୀକ୍ଷାରେ ୬୧.୨୦ ପ୍ରତିଶତ ମାର୍କ ହାସଲ କରି ସଫଳତା ପାଇଛନ୍ତି ।

ତୁକାରାମ ସିନ୍ଦେ ୧୯୭୪ ମସିହାରେ ପର୍ବତୀ ସ୍ଥିତ ହୀରେ ବିଦ୍ୟାଳୟରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ, ହେଲେ ତାଙ୍କ ଘରର ପରିସ୍ଥିତି ଖରାପ ହେବାରୁ ତାଙ୍କୁ ପାଠପଢା ଛାଡିବାକୁ ପଡିଲା । କିନ୍ତୁ ୧୦ମ ପୁରା ନ କରିପାରିବାର କଷ୍ଟ ତାଙ୍କ ମନରେ ସବୁବେଳେ ରହୁଥିଲା । ପରେ ସେ ପୁଣେ ମନପା ଦମକଳ ବିଭାଗରେ ଫାୟାର ମ୍ୟାନ ପଦରେ ନିଯୁକ୍ତ ହେଲେ । ଚାକିରୀ ଓ ଘର ପରିବାର ସମ୍ଭାଳୁ ଥିବାରୁ ସେ ପାଠପାଢ଼ା ପୁରା କରିପାରି ନଥିଲେ।
ଦମକଳ ବିଭାଗର ମୁଖ୍ୟ ଦମକଳ ଅଧିକାରୀ ପ୍ରଶାନ୍ତ ରଣପିସେ ତାଙ୍କୁ ପ୍ରୋତ୍ସାହିତ କରି ଏସଏସସିର ଫର୍ମ ଭରିବାକୁ କହିଲେ ।

ସିନ୍ଦେ ବି ପାଠପାଢ଼ା ପୁରା କରିବା ଆଶାରେ ଫର୍ମ ଭରିଲେ ଏବଂ ପାଠପାଢ଼ାରେ ଲାଗିଗଲେ । ଶେଷର ପରୀକ୍ଷା ଦେଲେ ଏବଂ ଫାଷ୍ଟ କ୍ଲାସରେ ଉତ୍ତୀର୍ଣ୍ଣ ହେଲେ । ସିନ୍ଦେ ଏକ ଭଲ ପହିଲମାନ ଏବଂ ନିୟମିତ ରୂପେ ସେ ବ୍ୟାୟାମ କରନ୍ତି । ଏଥିପାଇଁ ସେ ଦମକଳ ବିଭାଗରେ ମଧ୍ୟ ବେଶ୍‌ ପରିଚିତ । ତାଙ୍କର ଦ୍ୱାଦଶ ଏବଂ ଆଗକୁ ଡିଗ୍ରୀ ହାସଲ କରିବାର ବି ଇଚ୍ଛା ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe