ନୂଆଦିଲ୍ଲୀ: ସମୟସମୟରେ ବୃଦ୍ଧ/ବୃଦ୍ଧାମାନେ ଏପରି କରିଛି କରି ଦେଖାଇଥାଆନ୍ତି ଯାହାକୁ ଯୁବକମାନେ କରିବାକୁ ସାହାସ କରିବେ ନାହିଁ। ନିକଟରେ ଜଣେ ବୃଦ୍ଧ ପାରାସୁଟିଂ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Advertisment

ବୟସ କେବଳ ଏକ ସଂଖ୍ୟା ଏହାକୁ  ୮୦ ବର୍ଷୀୟ ବୃଦ୍ଧ ବଲଦେବ ସିଂହ ନିକଟରେ ପ୍ରାମାଣ କରି ଦେଖାଇଛନ୍ତି। ବାତ୍ତା ଗ୍ରାମରେ ବସବାସ କରୁଥିବା ବଳଦେବ ସିଂହ ୪,୫୭୨ ମିଟର (୧୫,୦୦୦ ଫୁଟ) ଉଚ୍ଚତାରୁ ପାରାସୁଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ବୃଦ୍ଧଙ୍କ ଏଭଳି ସାହାସିକ କାମର ମୁହୂର୍ତ୍ତକୁ ଲୋକେ କ୍ୟାମେରାରେ କଏଦ କରିଥିଲେ। ଏହି ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଲୋକେ ବି ବୟସ ତୁଳନାରେ ବୃଦ୍ଧଙ୍କ କାମ ଓ ସାହାସକୁ ଭୁରିଭୁରି ପ୍ରଶଂସା କରିଛନ୍ତି।  

ଅଧିକପଢ଼ନ୍ତୁ:ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ପରିଚୟ ସୃଷ୍ଟି କରିପାରୁଛି ଡିଜିଟାଇଲାଇଜେସନ୍‌‌ ଶିକ୍ଷା

ପାରାସୁଟିଂ ସମୟରେ ନାତି ପ୍ରଶ୍ନର ଉତ୍ତର ଦେଲେ ଜେଜେବାପା

ପାରାସୁଟିଂ ପୂର୍ବରୁ ବଳଦେବ ସିଂହଙ୍କ ନାତି ଅଙ୍କିତ ଜେଜେବାପାଙ୍କୁ ପଚାରିଥିଲେ, ‘ଜେଜେବାପା ତୁମେ ଭୟଭୀତ କି? କିଛି ଅସୁବିଧା କି? ପାରାସୁଟିଂ ପାଇଁ ପ୍ରସ୍ତୁତ ତ? ଭୟଭୀତ ଅଛ ଯଦି ଓହରି ଆସ।’ ନାତିଙ୍କ ପ୍ରଶ୍ନର ହସିହସି ଉତ୍ତର ଦେଇ ବଳଦେବ ସିଂହ କହିଥିଲେ, "ମୁଁ ବଟ୍ଟା ଗାଁର ଜଣେ ହରିୟାଣାବି। ଈଶ୍ୱର ମଧ୍ୟ ମୋତେ ଭୟ କରନ୍ତି। ମୁଁ କୌଣସି ଜିନିଷକୁ ଭୟ କରେ ନାହିଁ। ସବୁ ପରିସ୍ଥିତିକୁ ସାହାସର ସହ ସାମ୍ନା କରିଛି ଓ କରିବି ମଧ୍ୟ। ତୁମେ ଦେଖ ଆଗକୁ କ’ଣ ହେଉଛି।" 

ବଳଦେବ ସିଂହ ପ୍ରତି ଘଣ୍ଟା ବେଗରେ ପ୍ରାୟ ୧୨୦ ମାଇଲ ତଳକୁ ଓହ୍ଲାଇଥିଲେ। ପାରାଚୁଟ୍ ଖୋଲିବା ପରେ ବୃଦ୍ଧ ଜଣକ ସୁରକ୍ଷିତ ଭାବରେ ଚଟାଣରେ ଅବତରଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଅଧିକପଢ଼ନ୍ତୁ:ପାକ୍ସ ସଂପାଦକ ଗିରଫ, ଗରିବ ଚାଷୀଙ୍କ ଠାରୁ ଆତ୍ମସାତ୍‌ କରିଥିଲେ ଟଙ୍କା