ଯୁଗ ବଦଳିବା ସହ ବଦଳିଯାଇଛି ଶିକ୍ଷା ଓ ଶିକ୍ଷାଦାନର ପରିଭାଷା। ତାଳ ଦେଇ ବଦଳୁଛି ପାଠ୍ୟକ୍ରମ। ଜଣେ ଆଉ ସରକାରୀ ଚାକିରି ପ୍ରତି ମନ ବଳାଉ ନାହିଁ। ଭିଜୁଆଲ୍‌ ଇଫେକ୍ଟ୍‌, ପୋଷାକ ପରିଧାନର ଧାରା, ଡାଟା ସାଇନ୍ସ, ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହରଣ କରୁଛନ୍ତି। ଖାଲି ସେତିକି ନୁହଁ ଉତ୍ତମ ନିଯୁକ୍ତି ସୁଯୋଗ ପାଇବା ପାଇଁ ପିଲାମାନେ ଯୁଗ ଉପଯୋଗୀ ଶିକ୍ଷାକୁ ମଧ୍ୟ ଆପଣାଇଛନ୍ତି। ପାଠ୍ୟକ୍ରମରେ ପିଲାଙ୍କ ସ୍କେଲିଂ ଓ ସ୍କିଲିଂକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ତଥା ଡିଜିଟାଇଲାଇଜେସନ୍‌‌ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂଆ ପରିଚୟ ସୃଷ୍ଟି କରିପାରୁଛି। ତେବେ ଯୁଗ ଆବଶ୍ୟକ କରୁଥିବା ଶିକ୍ଷା ଓ ନିଯୁକ୍ତି ବିଷୟରେ କିଛି ଜାଣିବା।

Advertisment

ରୋବୋଟିକ୍‌‌ ଇଞ୍ଜିନିୟରିଂ

ବର୍ତ୍ତମାନ ସ୍ଥିତିରେ ମନୁଷ୍ୟର କାର୍ଯ୍ୟକୁ ସହଜ କରୁଛି ମେସିନ୍‌‌। ଏଥିପାଇଁ ନୂତନ ଉଦ୍ଭାବନର ସମ୍ଭାର ସୃଷ୍ଟି ହୋଇଛି। ଆଉ ଏଥିରେ ମୁଖ୍ୟ ଭୂମିକା ରୋବଟ୍‌‌ର ରହିଛି। ମନୁଷ୍ୟ ପରି ରୋବଟ୍‌‌ ମଧ୍ୟ ଅନେକ କାର୍ଯ୍ୟକୁ ସହଜରେ କରିପାରିଥାଏ। ତେବେ ସ୍ୱାସ୍ଥ୍ୟ, ଉଦ୍ୟୋଗ କମ୍ପାନି, ଶିଳ୍ପ କାରଖାନା, ଶିକ୍ଷା କ୍ଷେତ୍ରରେ ରୋବୋଟିକ୍ସ ସାଇନ୍ସର ଆବଶ୍ୟକତା ବଢ଼ିବାରେ ଲାଗିଛି। ଏ କ୍ଷେତ୍ରରେ ଅଧିକ ସୁଯୋଗ ରହିଥିବାରୁ ବର୍ତ୍ତମାନ ଯୁବପିଢ଼ି ରୋବୋଟିକ୍‌‌ ଇଞ୍ଜିନିୟରରେ କ୍ୟାରିଅର କରିବାକୁ ମନ ବଳାଉଛନ୍ତି।

ପୁଞ୍ଜି ବଜାରରେ କ୍ୟାରିଅର୍‌‌

ସେୟାର ମାର୍କେଟରେ ପଇସା ଲଗାଇବା ଆଜିର ପିଢ଼ି ପାଇଁ କିଛି ବଡ଼ କଥା ନୁହେଁ। ସେଥିପାଇଁ ଏହାକୁ ଅଧିକ ଗୁରୁତ୍ବ ଦେଇ କୋଟି କୋଟି ଟଙ୍କା କମାଇଥିବା ବେଳେ ଆଉ କିଛି ବୁଡ଼ିଯାଇ କ୍ଷତି ସହିଛନ୍ତି। ସେଥିପାଇଁ ଏହାକୁ କିପରି ଠିକ୍‌ରେ ପରିଚାଳନା କରିବାକୁ ହେବ ସେଥିପାଇଁ ମଧ୍ୟ କୋର୍ସ ବାହାରିଗଲାଣି। ତେଣୁ ଏ କ୍ଷେତ୍ରରେ କ୍ୟାରିଅର୍‌‌ କରିବାକୁ ହେଲେ ସ୍ୱତନ୍ତ୍ର ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି। ଯାହାକି ଡିଏଫ୍‌‌ଏମ୍‌‌ଏମ୍‌‌ ଅର୍ଥାତ୍‌‌ ଡିପ୍ଲୋମା ଇନ୍‌‌ ଫାଇନାନ୍ସିଆଲ ମାର୍କେଟିଂ ମ୍ୟାନେଜମେଣ୍ଟ। ଏହି ପାଠ୍ୟକ୍ରମରେ ପୁଞ୍ଜି ବଜାର (ସେୟାର ମାର୍କେଟ) ସମ୍ପର୍କରେ ସମସ୍ତ ବ୍ୟବହାରିକ ଜ୍ଞାନ ହାସଲ କରିବାର ସୁଯୋଗ ମିଳିଥାଏ। ଏମ୍‌‌ବିଏ, ବିବିଏ କରିଥିବା ଛାତ୍ରଛାତ୍ରୀ ତଥା ଅର୍ଥନୈତିକ ସେବାରେ ରୁଚି ରଖୁଥିବା କେହି ବି ଏହି ପାଠ୍ୟକ୍ରମରେ ଯୋଗଦାନ କରିପାରିବେ।

ରତ୍ନ ବିଜ୍ଞାନ ପ୍ରତି ଆକର୍ଷଣ

ଜେମ୍‌‌ ଷ୍ଟୋନ୍‌‌ ବା ରତ୍ନ ବିଜ୍ଞାନ ଅଧ୍ୟୟନକୁ ଇଂରାଜୀରେ କୁହାଯାଏ ‘ଜେମୋଲୋଜି’। ଜିୟୋ ସାଇନ୍ସରେ ଏହା ମିନେରୋଲୋଜିର ଏକ ଶାଖା। ରତ୍ନ ପଥରକୁ ଚିହ୍ନଟ କରିବାର ଏହା ହେଉଛି ଏକ ବିଦ୍ୟା। ଏ କ୍ଷେତ୍ରରେ କାମ କରୁଥିବା ପ୍ରଫେସନାଲ୍‌‌ ‘ଜେମୋଲୋଜିଷ୍ଟ’ ଭାବେ ପରିଚିତ। ସେମାନେ ପ୍ରାକୃତିକ ରତ୍ନକୁ ଚିହ୍ନଟ କରିବା ସହ ଏହାର ସମସ୍ତ ଟିପଣୀ ଉପରେ ମଧ୍ୟ ଶିକ୍ଷା ପାଇଥାଆନ୍ତି। ଯେକୌଣସି ବିଭାଗରେ ଯୁକ୍ତ ଦୁଇ ପାସ୍‌‌ କରିବା ଅନିବାର୍ଯ୍ୟ। ଏହା ପରେ ଜେମୋଲୋଜିରେ ସାର୍ଟିଫିକେଟ୍‌‌, ଡିପ୍ଲୋମା ଓ ଡିଗ୍ରୀ କୋର୍ସ କରିପାରିବେ। ସାର୍ଟିଫିକେଟ୍‌‌ କୋର୍ସ ଇନ୍‌‌ ଇଣ୍ଟରନ୍ୟାସନାଲ ସିଷ୍ଟମ୍‌‌ ଅଫ୍‌‌ ଡାଏମଣ୍ଡ୍‌‌ ଗ୍ରେଡିଂ, ଡିପ୍ଲୋମା ଇନ୍‌‌ ଜେମୋଲୋଜି ଆଦି ବିଭିନ୍ନ ପାଠ୍ୟକ୍ରମରେ ପିଲାମାନେ ନାମ ଲେଖାଉଛନ୍ତି।

ଆହୁରି ପଢ଼ନ୍ତୁ: Environmental warrior: ପରିବେଶ ଯୋଦ୍ଧା: ଶିମିଳିପାଳର ସୁରକ୍ଷା ସାଙ୍ଗକୁ ଶିକ୍ଷାଦାନ

ଟ୍ରେଣ୍ଡ୍‌ରେ ପ୍ରସାଧନ ବିଜ୍ଞାନ

ଷ୍ଟାଇଲିସ୍‌‌ ଓ ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ। ଏଥିପାଇଁ ଚାରିଆଡ଼େ ବିୟୁଟି ପାର୍ଲର୍‌, ସ୍ପା, କସ୍‌‌ମେଟିକ୍‌‌ କ୍ଲିନିକ୍‌‌ର ପରିମାଣ ବଢ଼ିବାରେ ଲାଗିଛି। ଏବେ ପ୍ରସାଧନ ବିଜ୍ଞାନ(କସମେଟୋଲୋଜି)ର ଭଲ ବ୍ୟବସାୟ ଅଛି। ତେବେ ଅନେକ ଯୁବପିଢ଼ି ଏହାକୁ କ୍ୟାରିଅର ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।  କସ୍‌‌ମେଟୋଲୋଜିଷ୍ଟ ଜଣକ ଶାରୀରିକ ରୂପ ଉପର ଗରୁତ୍ୱ ଦିଅନ୍ତି। ଅଲଗା ଅଲଗା ବିୟୁଟି ଥେରାପି ଦ୍ୱାରା ମୁହଁ, କେଶ ଓ ପୂରା ଶରୀରର ବିୟୁଟି ଟ୍ରିଟ୍‌‌ମେଣ୍ଟ ବା ସୌନ୍ଦର୍ଯ୍ୟକରଣ ଚିକିତ୍ସା କରାଯାଏ। କସ୍‌‌ମେଟୋଲୋଜିଷ୍ଟ ଏମିତି ବିୟୁଟି ସେବା ପ୍ରଦାନ କରନ୍ତି, ଯେଉଁଥିରେ କେଶର ଷ୍ଟାଇଲ, ମେକ୍‌‌ଅପ୍‌‌ ଓ ତ୍ୱଚାର ବିଭିନ୍ନ ସମସ୍ୟା ଦିଗରେ ବିଶେଷ ଦୃଷ୍ଟି ଦିଆଯାଇଥାଏ। 

ଆହୁରି ପଢ଼ନ୍ତୁ: Ram Temple Flag Hoisting Ceremony: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି : ରାମ ମନ୍ଦିର ଶିଖରରେ ହେବ ପତାକା ଉତ୍ତୋଳନ

ଏଥିକାଲ୍‌‌ ହ୍ୟାକିଂର ଚାହିଦା

ଇଣ୍ଟରନେଟ୍‌‌ ବ୍ୟବହାର ଯୋଗୁଁ ସମସ୍ତ ଗୋପନୀୟ ତଥ୍ୟ ଇଣ୍ଟରନେଟରେ ରହୁଛି। ସାଇବର୍‌‌ ଅପରାଧ ମଧ୍ୟ ଦିନକୁ ଦିନ ବୃଦ୍ଧିପାଉଛି। ଏହାକୁ ଧ୍ୟାନ ଦେଲେ ଇଣ୍ଟରନେଟ୍‌‌ ଠକେଇ ବା ସାଇବର କ୍ରାଇମକୁ ରୋକିବାକୁ ଏବେ ଡିଜିଟାଲ ଏକ୍ସପର୍ଟଙ୍କ ଚାହିଦା ବୃଦ୍ଧପାଇଛି। ସେଥିମଧ୍ୟରୁ ‘ଏଥିକାଲ୍‌‌ ହ୍ୟାକର୍ସ’ଙ୍କ ଭୂମିକା ଅଧିକ ରହିଛି। ଏମାନେ କମ୍ପ୍ୟୁଟର ସିଷ୍ଟମ ବା ୱେବସାଇଟକୁ ସୁରକ୍ଷା ଦେବା କାର୍ଯ୍ୟ କରିଥାଆନ୍ତି। ତେଣୁ ଏଥିକାଲ ହ୍ୟାକିଂ କୋର୍ସ ପରେ ଏହି କ୍ଷେତ୍ରରେ ଉତ୍ତମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଦ୍ୱାଦଶ ଏବଂ ସ୍ନାତକ ପଢ଼଼଼଼ା ପରେ ଏଥିକାଲ୍‌‌ ହ୍ୟାକର୍‌‌ରେ କ୍ୟାରିଅର କରିହେବ। ସାର୍ଟିଫାଏଡ୍‌‌ ଏଥିକାଲ୍‌‌ ହ୍ୟାକର୍‌‌, ସାଇବର୍‌‌ ଫୋରେନସିକ୍ସ ଆଣ୍ଡ୍‌‌ ଇନ୍‌‌ର୍ମେସନ୍‌‌ ସିକ୍ୟୁରିଟି, ସାର୍ଟିଫାଏଡ୍‌‌ କୋର୍ସ ଇନ୍‌‌ ସାଇବର୍‌‌ ଲ’, ସିସିଏନ୍‌‌ଏ ସାର୍ଟିଫିକେସନ୍‌‌, ସାର୍ଟିଫାଏଡ୍‌‌ ଇନ୍‌‌ର୍ମେସନ୍‌‌ ସିଷ୍ଟମ୍‌‌ ସିକ୍ୟୁରିଟି ପ୍ରଫେସନ୍‌‌, ପିଜି ଡିପ୍ଲୋମା ଇନ୍‌‌ ସାଇବର ଫରେନସିକ୍ସ, ପିଜି ଡିପ୍ଲୋମା ଇନ୍‌‌ ସାଇବର ଲ’ ଆଦି ପାଠ୍ୟକ୍ରମରେ ନାଁ ଲେଖାଇ ପାରିବେ। 

ଟୁରିଜିମ୍‌ ମ୍ୟାନେଜ୍‌ମେଣ୍ଟ୍‌

ପର୍ଯ୍ୟଟନ ପରିଚାଳନା ଅର୍ଥ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ କାର୍ଯ୍ୟକଳାପକୁ ପରିଚାଳନା କରିବା ଓ ତଦାରଖ କରିବା। ଏହା ଏକ ବହୁମୁଖୀ ଉଦ୍ୟୋଗ ଯାହା ଲୋକମାନଙ୍କୁ ପର୍ଯ୍ୟଟନ ଏବଂ ଆବାସ କ୍ଷେତ୍ରରେ ପରିଚାଳନା ପଦବୀ ହାସଲ କରିବା ପାଇଁ ଆବଶ୍ୟକ ତାଲିମ, ଦକ୍ଷତା ଏବଂ ବିଶେଷଜ୍ଞତା ପ୍ରଦାନ କରିଥାଏ। ଏଥିରେ ଆପଣ ସେଫ୍‌, ଇଭେଣ୍ଟ୍‌ ସ୍ପେଶାଲିଷ୍ଟ, ମେଣ୍ଟେନାନ୍ସ ଟେକ୍ନିସିଆନ୍, ଟୁର୍ ଗାଇଡ୍, ହୋଟେଲ ମ୍ୟାନେଜର, ଟ୍ରାଭେଲ ଏଜେଣ୍ଟ୍‌, ମାର୍କେଟିଂ ଡାଇରେକ୍ଟର ଭାବେ ଦାୟିତ୍ବ ତୁଲାଇପାରିବେ। ଭାରତୀୟ ପର୍ୟ୍ୟଟନ କ୍ଷେତ୍ର ୨୦୨୩ ଅଗଷ୍ଟରେ ବାର୍ଷିକ ୪୪ ପ୍ରତିଶତ ପ୍ରତିଭା ଚାହିଦା ବୃଦ୍ଧି ପାଇଛି। ଏଥିପାଇଁ ଆପଣଙ୍କୁ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟରେ ବି.ଏ, ଟୁରିଜିମ୍ ମ୍ୟାନେଜମେଣ୍ଟରେ ବିବିଏ।