ଭୁବନେଶ୍ବର: ହିନ୍ଦୁଧର୍ମରେ ବିଭିନ୍ନ ପ୍ରକାର ପରମ୍ପରା ରହିଛି । ଏହି ପରମ୍ପରା କେତେ ହଜାର ବର୍ଷରୁ ଆରମ୍ଭ ହୋଇଛି ଓ ତାହା ଆମ ବିଶ୍ବାସରେ ପାଲଟିଯାଇଛି । ଏମିତି ବହୁ କଥା ଅଛି ଯାହାକୁ ଆମେ ପାଳନ କରିଥାଉ ଓ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯେମିତି...
/filters:format(webp)/sambad/media/media_files/2025/11/10/coin-2025-11-10-17-51-35.jpeg)
ନଦୀରେ ମୁଦ୍ରା ପକାଇବା
କିଛି ମାନସିକ ପୂରଣ ପାଇଁ ହେଉ ଅବା କିଛି ପ୍ରଥା ପାଇଁ ଆମେ ନଦୀରେ ଟଙ୍କା ପକାଉଛେ । ଏହି ପ୍ରଥା ପଛରେ ଏକ ବଡ଼ କାରଣ ମଧ୍ୟ ଅଛି । ପୂର୍ବରୁ ତମ୍ବା ମୁଦ୍ରାର ପ୍ରଚଳନ ଥିଲା । ଏହି ତମ୍ବାର ମଧ୍ୟ ରହିଛି ଅନେକ ବିଶେଷ ଗୁଣ। ତମ୍ବା ଜୀବନ ଏବଂ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ ଥିଲା। ଏପରିକି ପୂର୍ବରୁ ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ କେବଳ ନଦୀର ପାଣିକୁ ହିଁ ବ୍ୟବହାର କରୁଥିଲେ । ଯେହେତୁ ଜଳକୁ ଶୁଦ୍ଧ କରିବାରେ ତମ୍ବା ଅତ୍ୟନ୍ତ ଉପକାରୀ, ତେଣୁ ଲୋକମାନେ ଯେତେବେଳେ ନଦୀ କିମ୍ବା ପୋଖରୀ ଦେଇ ଯାଉଥିଲେ, ସେମାନେ ତମ୍ବା ମୁଦ୍ରା ପକାଉଥିଲେ। ଆଜି, ତମ୍ବା ମୁଦ୍ରା ନାହିଁ, ତଥାପି ଲୋକମାନେ ସେହି ପୂର୍ବରୁ ପ୍ରଚଳିତ ପ୍ରଥାକୁ ଏବେ ବି ମାନୁଛନ୍ତି।
/filters:format(webp)/sambad/media/media_files/2025/11/10/child-2025-11-10-17-51-56.jpeg)
ପିଲାମାନଙ୍କ କାନଫୋଡ଼ା
ବିଜ୍ଞାନ କହୁଛି ଯେ କାନ ଫୋଡ଼ିବା ଫଳରେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ। ପିଲାମାନଙ୍କ ଚେହେରାରେ ଚମକ ଆଣିଥାଏ। ଏହି କାରଣରୁ ପିଲାମାନେ ଉତ୍ତମ ଜ୍ଞାନ ପ୍ରାପ୍ତ କରିନିଅନ୍ତି।
/filters:format(webp)/sambad/media/media_files/2025/11/10/pranam-2025-11-10-17-52-16.jpeg)
ବଡ଼ମାନଙ୍କର ପାଦ ଛୁଇଁବା
ପାଦ ଛୁଇଁବା ବେଳେ ବୈଦ୍ୟୁତିକ ଚୁମ୍ବକୀୟ ଶକ୍ତି ଆମ ଶରୀରକୁ ନୂତନ ଶକ୍ତି ପ୍ରଦାନ କରେ ଏବଂ ଆମକୁ ଶକ୍ତିଶାଳୀ, ସୁସ୍ଥ ଏବଂ ସକରାତ୍ମକ ଚିନ୍ତାଧାରାରେ ପରିପୂର୍ଣ୍ଣ କରେ। ଏହାଦ୍ବାରା ସମଗ୍ର ଶରୀରରେ ରକ୍ତ ସଞ୍ଚାଳନ ସମାନ ଭାବରେ ଆରମ୍ଭ ହୁଏ, ଯାହା ଶରୀରକୁ ଅଧିକ ଶକ୍ତିଶାଳୀ କରିଥାଏ ।
ଆହୁରି ପଢନ୍ତୁ-Home Remedy For Soft Lips: ଶୀତଦିନେ ଓଠ ଫାଠୁଛି କି? ଦାମୀ Lip Balm ପରିବର୍ତ୍ତେ ଆପଣାନ୍ତୁ ଘରୋଇ ଉପଚାର
ଭୋଜନ ଶେଷରେ ମିଠା ଖାଇବା
ମିଠା ଜାତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ ରହିଥାଏ। ଯାହା ପାଚନ କ୍ରିୟାକୁ ଧୀର କରିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ। ମିଠା ଖାଇବା ପରେ ମେରୋଟେନିନ ନାମକ ହରମୋନର ସ୍ତର ବୃଦ୍ଧି ପାଇଥାଏ। ଯେଉଁ କାରଣରୁ ମିଠା ଖାଇବା ପରେ ଆପଣଙ୍କୁ ଖୁସିର ଅନୁଭବ ହୋଥାଏ। ଯେଉଁ ସମୟରେ ଆପଣ ଅଧିକ ମାତ୍ରାରେ ଖାଦ୍ୟ ଖାଇ ଦେଇଥାଆନ୍ତି, ଅନେକ ସମୟରେ ବ୍ୟସ୍ତ ଭଳି ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆରାମ ଅନୁଭବ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ପେଟରେ ଜଳାପୋଡ଼ା କମ ହୋଇଥାଏ, ଏସିଡିଟି ମଧ୍ୟ ହୋଇନଥାଏ।
ତୁଳସୀକୁ ପୂଜା
ଶାସ୍ତ୍ରରେ ତୁଳସୀକୁ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଦିଆଯିବା ସହ ଏହାକୁ ଅତ୍ୟନ୍ତ ପ୍ରବିତ୍ର ବୋଲି ଧରାଯାଏ। ପ୍ରତ୍ୟେକ ହିନ୍ଦୁଙ୍କ ଘର ଅଗଣାରେ ତୁଳସୀ ଗଛ ରଖାଯାଇ ପୂଜା କରାଯାଇଥାଏ ତୁଳସୀ ପତ୍ର ବିନା ବିଷ୍ଣୁଙ୍କ ପୂଜା ହୋଇ ନଥାଏ। ଲୋକେ ଘରର ସୁଖ ଏବଂ ଦୁଃଖ ହଟାଇବା ପାଇଁ ତୁଳସୀର ପୂଜା କରିଥାନ୍ତି। ଏହାର ମୂଳରେ ପାଣି ଢାଳିଥାଆନ୍ତି। ଯଦି ଗ୍ରହ ଦଶା ପଡ଼ିଛି ଏହାକୁ ଠିକ କରିବା ପାଇଁ ସବୁଦିନ ତୁଳସୀ ମୂଳେ ପାଣି ଦିଆଯାଏ। ତୁଳସୀକୁ ଆମେ ସର୍ବଗୁଣ ଔଷଧ ବୋଲି କହିଥାଉ। ସର୍ଦ୍ଦି, କାଶ, ବଦହଜମୀ ବେଳେ ଏହି ପତ୍ର ଖାଇଥାଉ। ଏହାର ମାଟିକୁ ଆମେ ନଜର ହଟେଇବା ପାଇଁ ମୁଣ୍ଡରେ ମାରିଥାଉ।
ଆହୁରି ପଢନ୍ତୁ-Vijay Varma Sold Sim Card: ଘର ଚଳାଇବା ପାଇଁ ସିମ୍ କାର୍ଡ ବିକିବା ସହ କଲ୍ ସେଣ୍ଟରରେ କାମ କରିଥିଲେ ବିଜୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/10/sweet-2025-11-10-17-50-04.jpg)