ଆଖି ବନ୍ଦ କରି ପାଠ ପଢ଼ନ୍ତି, ସୁରକ୍ଷିତ ସାଇକେଲ ଚଳାନ୍ତି, ବନ୍ଦ କୋଠରୀରେ ଲୁଚା ଯାଇଥିବା ଜିନିଷକୁ ସହଜରେ ଖୋଜି ବାହାର କରନ୍ତି ଏହି କୁନି ଝିଅ

ଆଖି ବନ୍ଦ କରି ପାଠ ପଢ଼ନ୍ତି, ସୁରକ୍ଷିତ ସାଇକେଲ ଚଳାନ୍ତି, ବନ୍ଦ କୋଠରୀରେ ଲୁଚା ଯାଇଥିବା ଜିନିଷକୁ ସହଜରେ ଖୋଜି ବାହାର କରନ୍ତି ଏହି କୁନି ଝିଅ

କାନପୁର: ଯେଉଁ କାମ ମନୁଷ୍ୟ ଖୋଲା ଆଖିରେ କରିପାରେ ନାହିଁ , ସେହି କାମକୁ ଗ୍ରାମୀଣ ଅଞ୍ଚଳର ୧୨ବର୍ଷୀୟ କୁନି ଝିଅଟି ଖୁବ୍‌ ସହଜରେ କରି ଦେଇଥାଏ। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏହି ଝିଅକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗ୍ରାମବାସୀ କହନ୍ତି, ଏହି ଝିଅଟି ସାଧାରଣ ଝିଅ ନୁହେଁ, ଏହା ଭିତରେ ଅସାଧରଣ ଶକ୍ତି ଲୁଚି ରହିଛି।

publive-image

ଏହି କୁନି ଝିଅଟିର ନାମ କାଜଲ । ବିଧନୁ ଅଞ୍ଚଳର କାକୋରି ଗ୍ରାମରେ କାଜଲ ନିଜ ମାମୁଁ ଜୟକରନ୍‌ଙ୍କ ସହିତ ପିଲାଟି ବେଳୁ ରହି ଆସୁଛନ୍ତି। ଭିମସେନ୍‌ ଅଞ୍ଚଳରେ ରହୁଥିବା କାଜଲଙ୍କ ପିତା ଓ ମାତା କହନ୍ତି, ଝିଅ ଆଖି ବନ୍ଦ କରି ପାଠ ପଢ଼ିବାଠାରୁ ଆରମ୍ଭ କରି, ନୋଟ ଗଣିବା, ସାଇକେଲ ଚଳାଇବା ସହିତ ଏକ ବନ୍ଦ କଠୋରୀରେ ଲୁଚାଇ ରଖିଥିବା ଜିନିଷକୁ ଖୁବ୍‌ ସହଜରେ ଖୋଜି ବାହାର କରି ଦେଇଥାଏ।

କାଜଲଙ୍କ ମାମାୁଁ ଜୟକରନ୍‌ କହନ୍ତି, ତିନିବର୍ଷ ପୂର୍ବେ ଗ୍ରାମକୁ ଜଣେ ବାବା ଆସିଥିଲେ, ଯିଏକି କାଜଲଙ୍କୁ ଦେଖି ଭବିଷ୍ୟବାଣୀ କରି କହିଥିଲେ, କାଜଲ ସାଧାରଣ ଝିଅ ନୁହେଁ। ଏହି ଝିଅ ଭିତରେ ଅସାଧାରଣ ପ୍ରତିଭା ରହିଛି। ଆଜି ଏହି ସନ୍ୟାସୀଙ୍କ କଥା ସତ ସାବ୍ୟସ୍ତ ହୋଇଛି। କାଜଲ ଏବେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe