ଗଙ୍ଗା ନଦୀ ଓଲଟା ବହିବ ଓ ଆକାଶରେ ୧୨ଟା ସୂର୍ଯ୍ୟ ଦିଶିବ, ସତରେ ଏପରି ହେବ କି?

Advertisment
ଗଙ୍ଗା ନଦୀ ଓଲଟା ବହିବ ଓ ଆକାଶରେ ୧୨ଟା ସୂର୍ଯ୍ୟ ଦିଶିବ, ସତରେ ଏପରି ହେବ କି?

ସତ୍ୟ, ତ୍ରେତେୟା, ଦ୍ୱାପର, କଳି। ଯୁଗ ପରେ ଯୁଗ, ଏହା ପ୍ରକୃତିର ରୀତି। ଗୋଟାଏ ଯୁଗର ଶେଷ ପରେ ଆରମ୍ଭ ହୁଏ ଆଉ ଏକ ଯୁଗ। ୩ଟି ଯୁଗର ଅବସାନ ପରେ ଏବେ ଆମେ କଳି ଯୁଗରେ ବଞ୍ଚିଛେ। ଏହି ଯୁଗ ବି ଶେଷ ହେବ। ପୁଣି ଥରେ ସତ୍ୟ ଯୁଗ ଆସିବ ବୋଲି ପୁରାଣରେ ବର୍ଣ୍ଣିତ। ତେବେ ପୁରାଣ ଶାସ୍ତ୍ର ଅନୁସାରେ କେଉଁ ସବୁ ସଂକେତ ଦେଖାଦେଲେ କଳି ଯୁଗ ସରିବାକୁ ବସିଲାଣି ବୋଲି ଭାବିନେବା ଆସନ୍ତୁ ସେ ସଂପର୍କରେ ଆଲୋଚନା କରିବା।

ଧୀରେ ଧୀରେ ମଣିଷ ଛେଳି, କୁକୁଡ଼ା, ହରିଣ ଆଦି ଅନ୍ୟ ପ୍ରାଣିଙ୍କ ପରି ଯେବେ ମଣିଷ ମାଂସ ଭକ୍ଷଣ କରିବ ସେତେବେଳେ କଳି ଯୁଗ ସରିବାକୁ ଆଉ ଅଳ୍ପ ବାକି ରହିଲା ବୋଲି ଭାବିନେବା ଉଚିତ୍‌।

publive-image

କଳିଯୁଗର ଶେଷ ବେଳକୁ ମଣିଷର ଆୟୁ କମି କମି ଆସି ସର୍ବାଧିକ ୧୨ ବର୍ଷ ବୟସରେ ପହଞ୍ଚିବ।

ଅଧାରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ଅସ୍ୱାଭାବିକ ଭାବେ ହେବ। ରୋଗ, ଦୁର୍ଘଟଣାର ମାତ୍ରା ଯେବେ ବଢ଼ିଯିବ ସେବେ କଳିଯୁଗ ଶେଷ ହୋଇ ଆସିଲାଣି ବୋଲି ଭାବି ନେବା ଉଚିତ।

publive-image

ସବୁ ଜଳୀୟ ସ୍ଥାନଗୁଡ଼ିକରୁ ପାଣି ସୁଖିଯିବ। ତାହା ବି ଯୁଗ ଶେଷର ଏକ ସଂକେତ। ଭୂଇଁରେ ଘାସ କଅଁଳିବ ନାହିଁ।

ପବିତ୍ର ଗଙ୍ଗା ନଦୀ ଓଲଟା ବହିବା ବି କଳି ଯୁଗ ଶେଷ ହେବାର ସୂଚନା ବୋଲି ପୁରାଣରେ କୁହାଯାଇଛି।

publive-image

ଭୂମିରେ ଆଉ କୌଣସି ବୃକ୍ଷ ବଞ୍ଚିବେ ନାହିଁ। ଫଳ, ଫୁଲ ଦେଖିବା ସ୍ୱପ୍ନ ହୋଇଯିବ ଯୁଗ ଶେଷ ବେଳକୁ।

କଳିଯୁଗ ଶେଷ ପୂର୍ବର ଶେଷ ରାତି ହେବ ସବୁଠାରୁ ଦୀର୍ଘ ରାତ୍ରୀ। ଏହି ରାତି ପରେ ୧୨ଟା ସୂର୍ଯ୍ୟ ଏକାକାଳୀନ କିରଣ ପକାଇ ପୃଥିବୀ ପୃଷ୍ଟରୁ ସବୁତକ ଜଳରାଶି ଶେଷିନେବେ। ସେଇଟି ଘଟିବ କଳିଯୁଗର ଅବସାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe