କଳିଙ୍ଗା ଘାଟି, ଓଡ଼ିଶା ପାଇଁ ସତର୍କ ଘଣ୍ଟି… ଏବେଠୁ ସଚେତନ ନହେଲେ ଭୟଙ୍କର ହେବ ପରିଣାମ !

କଳିଙ୍ଗା ଘାଟିର ଭବିଷ୍ୟତକୁ ନେଇ ଏହି ଭୂସ୍ଖଳନ ବଡ଼ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଥିବା ବେଳେ ଏଭଳି ବଡ ଭୂସ୍ଖଳନ ଆଗାମୀ ଦିନରେ ଘଟିନପାରେ ବୋଲି ତାହା କିଏ କହିପାରିବ । ଉତ୍ତରାଖଣ୍ଡ ,ହିମାଚଳ, କାଶ୍ମୀର ଭଳି ଅବସ୍ଥା ନହେବା ଆଗରୁ ସମାଧାନ ଖୋଜିବା ନିହାତି ଜରୁରୀ....

New Project (4) (1)

ଭୁବନେଶ୍ବର: ପ୍ରଥମେ ସେପ୍ଟେମ୍ବର ୧୬ ତାରିଖରେ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ଘଟିଥିଲା । ଅପରାହ୍ଣ ୩ଟା ୪୫ରେ ବଣ ପାହାଡ ଘେରା କଳିଙ୍ଗା ଘାଟିରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ ଲୋକେ ଟିଭିରେ ଦେଖୁଥିବା ବେଳେ ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ଘଟିବା ପରେ ଭୟଙ୍କର ଭୂସ୍ଖଳନ ସମସ୍ତଙ୍କୁ ସ୍ତବ୍ଧ କରିପକାଇଥିଲା ଆଉ କଳିଙ୍ଗା ଘାଟିକୁ ନେଇ ସମସ୍ତଙ୍କର ଭିତରେ ଏକ ଭିନ୍ନ ଆତଙ୍କ ଦେଖାଦେଇଥିଲା । 

550226920_1916399298907449_1668166748634287723_n

ସ୍ଥିତିରେ ଟିକେ ସୁଧାର ଆଣିବାକୁ ଚେଷ୍ଟା କରାଯାଉଥିବା ବେଳେ, ଭାଙ୍ଗିଯାଇଥିବା ରାସ୍ତାକୁ ପୁଣି ଥରେ ନିର୍ମାଣ କରିବାକୁ ଉଦ୍ୟମ ଚାଲିଥିବା ବେଳେ ପୁଣି ୨୨ ତାରିଖ ଦିନ କଳିଙ୍ଗା ଘାଟିରେ ଅଘଟଣ ଘଟିଥିଲା । ପ୍ରବଳ ବର୍ଷା ପରେ ପୁଣି ଖସିଥିଲା ପଥର । ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ପଥର ଖସିଥିଲା । ପ୍ରବଳ ବର୍ଷା ଏବଂ ପଥର ଖସିବା କାରଣରୁ ବନ୍ଦ ହେଇଗଲା ନିର୍ମାଣ କାର୍ଯ୍ଯ । ଭୁସ୍ଖଳନ ପରେ ରାସ୍ତା କାମ ଚାଲିଥିବା ବେଳେ ପୁଣି ପାହାଡ ପାଣି ଆସି ସେସବୁ ଧୋଇ ନେଇଥିଲା ।

Kalinga

ତେବେ ବାରମ୍ବାର କଳିଙ୍ଗା ଘାଟିରେ ଅଘଟଣ ହେଉଥିବାରୁ ୩୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟି ଦେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । କଳିଙ୍ଗା ଘାଟିକୁ ନେଇ ସାଧାରଣରେ ଲୋକଙ୍କ ମନରେ କୋକୁଆ ଭୟ ଖେଳିଯାଇଥିବା ବେଳେ ବେଳ ହୁଁ ସାବଧାନ ହେବାକୁ ପଡିବ । କାରଣ ପ୍ରକୃତି କେତେବେଳେ କେଉଁ ରୂପ ଦେଖାଇବ ତାହା କହି ହେବନି । କଳିଙ୍ଗା ଘାଟି ଭୂସ୍ଖଳନ ଘଟଣା ଓଡିଶାକୁ ଏକ ଚେତାବନୀ କହିଲେ ଅତ୍ୟୁକ୍ତି ହେବନି । କଳିଙ୍ଗା ଘାଟିରେ କାହିଁକି ଏମିତି ଘଟିଲା, ଯଦି ଏହା ପଛର କାରଣ ନଖୋଜି ଏହାର ସମାଧାନ କରାନଯିବ ତେବେ ଏହା ଆଗାମୀ ଦିନରେ ଭୟଙ୍କର ରୂପ ଧାରଣ କରିପାରେ ବୋଲି ପରିବେଶବିତ ମାନେ ଆଶଙ୍କା କରିଛନ୍ତି । ପ୍ରକୃତି ସହ ଖେଳ ଖେଳିଲେ ପ୍ରକୃତି ଏହାର ଦଣ୍ଡ ଦେବ, ହୁଏତ ପ୍ରକୃତି ସହ ଖେଳ ଆଗାମୀ ଦିନରେ ମହଙ୍ଗା ପଡିପାରେ ବୋଲି କଳିଙ୍ଗା ଘାଟି ସତର୍କ ଘଣ୍ଟି ବଜାଇଥିବା ବେଳେ ଯଦି ଏ ଦିନରେ ଧ୍ୟାନ ନଦିଆଯାଏ ତେବେ ଆଗାମୀ ଦିନରେ ଓଡିଶାରେ ଉତ୍ତରାଖଣ୍ଡ, ହିମାଚଳର ଘଟଣାର ପୁନରାବୃତ୍ତି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଉଭୟ ସରକାର ଏ ଦିନରେ ଧ୍ୟାନ ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପରିବେଶବିତ୍ ମାନେ ଦାବି କରିଥିବା ବେଳେ ସ୍ଥାନୀୟ ଲୋକେ ଏବଂ ଓଡିଶାବାସୀ କଳିଙ୍ଗା ଘାଟିର ସୁରକ୍ଷା ଦିଗରେ ସଚେତନ ହେବାର ସମୟ ଆସିଛି ବୋଲି କୁହାଯାଉଛି । 

Screenshot 2025-09-24 211818

କଳିଙ୍ଗା ଘାଟିର ସୋନ୍ଦର୍ଯ୍ୟ, ଆଉ ଭବିଷ୍ୟତକୁ ନେଇ ଏହି ଭୂସ୍ଖଳନ ବଡ଼ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଥିବା ବେଳେ ଏଭଳି ବଡ ଭୂସ୍ଖଳନ ପ୍ରଥମ ବୋଲି କୁହାଯାଉଛି । ହେଲେ ଏହି ପ୍ରଥମ ଘଟଣା ଯେ ଦ୍ଵିତୀୟ, ଆଉ ତୃତୀୟ ହୋଇ ନପାରେ ତାହା କିଏ କହିପାରିବ । ଉତ୍ତରାଖଣ୍ଡ,ହିମାଚଳ, କାଶ୍ମୀର ଭଳି ଅବସ୍ଥା ନହେବା ଆଗରୁ ସମାଧାନ ଖୋଜିବା ନିହାତି ଜରୁରୀ.... ଆସନ୍ତୁ ଆମେ ସଚେତନ ହେବା, କଳିଙ୍ଗା ଘାଟିକୁ ସୁରକ୍ଷା ଦେବା ।

କଳିଙ୍ଗା ଘାଟି: ଭୂସ୍ଖଳନ ପଛର କାରଣ ?

ହିମାଚଳପ୍ରଦେଶ ଓ ଉତ୍ତରଖଣ୍ଡରେ ବାଦଲଫଟା ବର୍ଷାକୁ ମୋବାଇଲ୍ ଏବଂ ଟିଭିରେ ଦେଖୁଥିବା ଓଡିଶାବାସୀ, କଳିଙ୍ଗାଘାଟିର ଛାତି ଥରା ଦୃଶ୍ୟ ଦେଖି ଚକିତ ହୋଇଛନ୍ତି । ଶାନ୍ତ ଓ ଶୀତଳ ପରିବେଶ ଭରା ଏହି ପାହାଡ଼ ଉପରୁ ଏତେ ବଡ଼ଧରଣର ବିପଦ କେମିତି ମାଡ଼ି ଆସିଲା ତାହା ଆଲୋଚନାର ପ୍ରସଙ୍ଗ ପାଲିଟିଛି । ଆଉ ସ୍ଥାନୀୟ ଲୋକ ଯାହା କହିଛନ୍ତି ତାହା ଚିନ୍ତାଜନକ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼କୁ କାଟି ରାସ୍ତାକୁ ଓସାରିଆ କରାଯାଉଛି । ପାହାଡ଼କୁ କଟାଯିବା ଫଳରେ ଦୁର୍ବଳ ହେଉଛି ମୂଳ । ଲଗାଣ ବର୍ଷା ପରେ ଭୂସ୍ଖଳନ ହୋଇ ପ୍ରକୃତି ତାଣ୍ଡବ ରଚିଛି । ଅଭିଯୋଗ ହେଉଛି ଜଙ୍ଗଲିଆ ଅଂଚଳ ହୋଇଥିବାରୁ ବେଧଡ଼କ ଭାବେ ପାହାଡରୁ ପଥର ଚୋରି ଚାଲିଛି । ଡିନାମାଇଟ୍ ଲଗାଇ ବ୍ଲାଷ୍ଟିଂ କରାଯାଉଛି । ବଡ଼ ବଡ଼ ଗଛକୁ ବି କାଟି ଦିଆଯାଉଛି । ଯାହାଫଳରେ ପରିବେଶ ସନ୍ତୁଳନ ପ୍ରଭାବିତ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe