କଳି ଯୁଗର ଶ୍ରବଣ କୁମାର: ମା’ଙ୍କ ସେବା ପାଇଁ ମୋଟା ଅଙ୍କର ପାରିଶ୍ରମିକ ପାଉଥିବା ଚାକିରି ଛାଡ଼ି ଦେଲା ପୁଅ

Advertisment
କଳି ଯୁଗର ଶ୍ରବଣ କୁମାର: ମା’ଙ୍କ ସେବା ପାଇଁ ମୋଟା ଅଙ୍କର ପାରିଶ୍ରମିକ ପାଉଥିବା ଚାକିରି ଛାଡ଼ି ଦେଲା ପୁଅ

zeenews.india.com

ଜଲପାଇଗୁରି: ମୈସୁରରେ ବସବାସ କରୁଥିବା ଡି କୃଷ୍ଣକୁମାର ମାତାଙ୍କର ସେବା କରିବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମା’ ପୁଅଙ୍କ ଭିତରେ ଥିବା ସ୍ନେହକୁ ଦେଖିଲେ ଆଖି ଭରି ଯିବ।

କଳି ଯୁଗର ଶ୍ରବଣ କୁମାର ଡି କୃଷ୍ଣକୁମାର ଏକ କର୍ପୋରେଟ୍ କମ୍ପାନିରେ ଟିମ୍ ଲିଡର ଭାବରେ କାମ କରୁଥିଲେ | ମୋଟା ଅଙ୍କର ଦରମା ପାଉଥିବା ସହିତ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିଲା | କିନ୍ତୁ ମନରେ କୌଣସି ପ୍ରକାର ଆତ୍ମସନ୍ତୋଷ ନଥିଲା | କାରଣ ସେ ତାଙ୍କ ମାଙ୍କର ସେବା କରିବାରେ ସମୟ ପାଉ ନଥି‌ଲେ। ସେଥିପାଇଁ ସେ ଚାକିରି ଛାଡିବାକୁ ସ୍ଥିର କରିଥିଲେ।

ଡି କୃଷ୍ଣକୁମାର ଚାକିରି ଛାଡି ନିଜ ମା‘ଙ୍କୁ ବିଭିନ୍ନ ସ୍ଥାନ ଭ୍ରମମଣରେ ନେବା ଆରମ୍ଭ କରିଥିଲେ। ୨୦୧୮ ଜାନୁଆରୀ ୧୬ ରେ ମା’ଙ୍କୁ ତୀର୍ଥ ସ୍ଥଳ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଏକ ଯାତ୍ରା ଆରମ୍ଭ କରିଥି‌ଲେ। ଏହି ଯାତ୍ରାର ନାମ ସେ ‘ ମାତୃ‌ ସେବା ସଂକଳ୍ପ ଯାତ୍ରା’ ରଖିଥିଲେ। ମା’ଙ୍କୁ ତୀର୍ଥ କରାଇବାର ଯାତ୍ରା ପାଖାପାଖି ତିନି ବର୍ଷ ପରେ ପୂରା ହୋଇଛି। ଏଥିପାଇଁ ତାଙ୍କୁ ସ୍କୁଟରରେ ୫୬,୫୨୨କିଲୋମିଟରରୁ ଅଧିକ ପଥ ଯାତ୍ରା କରିବାକୁ ପଡ଼ିଥିଲା।

ଡି. କୃଷ୍ଣକୁମାରଙ୍କ ମାତାଙ୍କ ନାମ ଚୁଡରତନା ଦେବୀ । ବିଶେଷ କଥା ହେଉଛି ଡି କୃଷ୍ଣକୁମାର ତାଙ୍କ ମାତାଙ୍କୁ ତୀର୍ଥ ଯାତ୍ରା କରିବା ପାଇଁ ନେବାରେ କୌଣସି ସାଧାରଣ ପରିବହନ ସେବାକୁ ବ୍ୟବହାର କରିନାହାଁନ୍ତି। ବରଂ ୨୦ ବର୍ଷ ପୂର୍ବେ ତାଙ୍କ ପିତା ତାଙ୍କୁ ଏକ ସ୍କୁଟର ଦେଇଥିଲେ। ସେ ଏହି ସ୍କୁଟରକୁ ନିଜ ମାଆଙ୍କୁ ବୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe