ଏହି ମହିଳା ସ୍ନାନ ପାଇଁ ଖର୍ଚ୍ଚ କରି ଥାଆନ୍ତି କୋଟିରୁ ଊର୍ଧ୍ୱ ଟଙ୍କା

Advertisment
ଏହି ମହିଳା ସ୍ନାନ ପାଇଁ  ଖର୍ଚ୍ଚ କରି ଥାଆନ୍ତି କୋଟିରୁ ଊର୍ଧ୍ୱ ଟଙ୍କା

ନୂଆଦିଲ୍ଲୀ: କମାଲିୟା ଜହୁର ନାମକ ଜଣେ ଯୁବତୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସ୍ୱାମୀ ଜଣେ ପାକିସ୍ଥାନୀ ହେବା ସହିତ ବିଟ୍ରେନ୍‌ର ଜଣେ କୋଟପତି ମଧ୍ୟ। ଯାହାଙ୍କ ନାମ ମୋହମ୍ମଦ ଜହୁର। କମାଲିୟା ଚର୍ଚ୍ଚାରେ ରହିବା କାରଣ ହେଉଛି ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ।

publive-image

୩୯ବର୍ଷୀୟା କମାଲିୟାଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଜୀବନଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବିବାହ ପୂର୍ବରୁ ତାଙ୍କର ନାମ ନତାଲିୟା ରମରେନ୍‌କୋବ ଥିଲା। ବିବାହ ପରେ ସେ ନିଜ ନାମକୁ ପରିବର୍ତ୍ତନ କରି କମାଲିୟା ରଖିଥିଲେ। ସେ ମେଡେଲିଂ ସହିତ ଗୀତ ଗାଇବାକୁ ଖୁବ୍‌ ଭଲ ପାଆନ୍ତି। କମାଲିୟାଙ୍କ ଜନ୍ମ ଋଷରେ ହୋଇଥିଲା।

ସୂଚନାଯୋଗ୍ୟ, କମାଲିୟା ନିଜ ସ୍ନାନ ସମୟରେ କୋଟିରୁ ଅଧକ ଟଙ୍କା ଖର୍ଚ୍ଚ କରିଥାଆନ୍ତି । ସେ ସେମ୍ପେନ୍‌ରେ ସ୍ନାନ କରିବାକୁ ଭଲ ପାଆନ୍ତି। ଯାହା ପାଇଁ ସେ କୋଟିକୋଟଇ ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଇ ନଥାଆନ୍ତି। ସେ ପ୍ରତିଦିନ ୫ହଜାର ଟଙ୍କାର ସେମ୍ପେନ୍‌ ସ୍ନାନ ପାଇଁ ବ୍ୟବହାର କରି ଥାଆନ୍ତି।

publive-image

କମାଲିୟା ଓ ମୋହମ୍ମଦଙ୍କ ୧୦ଟି ଘର ରହିଛି। ଏତଦ୍‌ବ୍ୟତୀତ ତାଙ୍କ ପାଖରେ ଘରୋଇ ଜେଟ ଓ ୫ମିଲିୟନ୍‌ ୟୁରୋର ୟାର୍ଟ ମଧ୍ୟ ରହିଛି। ସେ ୪୦ଲକ୍ଷ ଟଙ୍କାର ଘଡି ଓ ୪ଲକ୍ଷ ଟଙ୍କାର ଚଷମା ପିନ୍ଧି ଥାଆନ୍ତି। ଦୁହିଁଙ୍କର ଯାଆଁଳା ଝିଅ ଅଛନ୍ତି। ଯାହାଙ୍କ ନାମ ଅରବେଲା ଓ ମିରାବେଲା। କମାଲିୟା ଓ ମୋହମ୍ମଦଙ୍କ ଘରେ ୨୨ଜଣ କେୟାର ଟେକର ଅଛନ୍ତି, ଯାହାଙ୍କ ବାର୍ଷିକ ବେତନ ୧.୯୪କୋଟି ଟଙ୍କା ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe