ରେସ୍ତୋରାଁ ବନ୍ଦ ହୋଇଯିବା ପରେ ବାବା କା ଢ଼ାବାକୁ ଫେରିଲେ କ୍ରାନ୍ତି ପ୍ରସାଦ, କହିଲେ, ‘ମୁଁ ଏହିଠାରେ ହିଁ ଖୁସିରେ ଅଛି’

ରେସ୍ତୋରାଁ ବନ୍ଦ ହୋଇଯିବା ପରେ ବାବା କା ଢ଼ାବାକୁ ଫେରିଲେ କ୍ରାନ୍ତି ପ୍ରସାଦ, କହିଲେ, ‘ମୁଁ ଏହିଠାରେ ହିଁ ଖୁସିରେ ଅଛି’

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଦକ୍ଷୀଣ ଦିଲ୍ଲୀ ମାଲବୀୟ ନଗରରେ ବାବାଙ୍କ ଢ଼ାବା କାହାଣୀ ସାମ୍ନାକୁ ଆସିଥିଲା। ରାସ୍ତାପାର୍ଶ୍ବରେ ଏକ ଛୋଟ ଢ଼ାବା ଚଲାଉଥିବା କ୍ରାନ୍ତି ପ୍ରସାଦ ରାତାରାତି ଚର୍ଚ୍ଚାକୁ ଆସିଥିଲେ। ଜଣେ ଫୁଡ଼ ବ୍ଲଗର ତାଙ୍କର ଏକ ଭିଡିଓ କରିଥିଲେ, ଯେଉଁଥିରେ ୮୦ବର୍ଷର ବାପା କା ଢ଼ାବା ମାଲିକ କ୍ରାନ୍ତି ପ୍ରସାଦ କାନ୍ଦିକାନ୍ଦି କହୁଥି‌ଲେ ଲୋକମାନେ ତାଙ୍କ ଦୋକାନକୁ ଆସୁ ନାହାନ୍ତି। ସେଥିପାଇଁ ସେ ରୋଜଗାର ବି କରିପାରୁ ନାହାନ୍ତି।

ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ କ୍ରାନ୍ତି ପ୍ରସାଦଙ୍କର ଦୁଃଖ ସହି ନପାରି ସାହାଯ୍ୟର ହାତ ବଢ଼ାଇଥିଲେ। ଲୋକେ କ୍ରାନ୍ତି ପ୍ରସାଦଙ୍କୁ ଲକ୍ଷଲକ୍ଷ ଟଙ୍କା ଦାନ କରିଥିଲେ।

Why 'Baba ka Dhaba' is just a magic story, not the solution -Governance Now Governance Now

ଏହାର ଗୋଟିଏ ମାସ ପରେ ଖବର ଆସିଥିଲା କି ବାବା କ୍ରାନ୍ତି ପ୍ରସାଦ ଫୁଡ଼ ବ୍ଲଗର ଗୌରବ ବାସନଙ୍କ ନାମରେ ଅଭି‌ଯୋଗ ଆଣି କହିଥିଲେ କି ତାଙ୍କୁ ସାହାଯ୍ୟରେ ମିଳିଥିବା ଟଙ୍କାକୁ ସେ ହେରାଫେରି କରି ନେଇଛନ୍ତି।

କ୍ରାନ୍ତି ପ୍ରସାଦ ଲୋକଙ୍କ ଠାରୁ ପାଇଥିବା ସାହାଯ୍ୟରେ ନିଜର ଏକ ଘର କରିବା ସହିତ ଢ଼ାବା ନିକଟରେ ଏକ ରେସ୍ତୋରାଁ କରିଥିଲେ। ତେବେ କରୋନା ଦ୍ବିତୀୟ ଲହର ହେତୁ ଜାରି ହୋଇଥିବା ଲକଡାଉନ ପାଇଁ ରେସ୍ତୋରାଁ ବନ୍ଦ ରହିଥିଲା। ଯେଉଁଥିପାଇଁ ତାଙ୍କୁ କୌଣସି ପ୍ରକାର ରୋଜଗାର ହୋଇ ନଥିଲା। ଶେ‌ଷରେ ପୂର୍ବରୁ ଯେଉଁଠି ଢ଼ାବା କରିଥିଲେ ସେଇଠାକୁ ଚାଲି ଆସିଛନ୍ତି କ୍ରାନ୍ତି ପ୍ରସାଦ। ଆଉ କହିଛନ୍ତି, ସେ ଏଇଠି ହିଁ ଖୁସି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe