ବାପାଙ୍କ ପଦାଙ୍ଗ ଅନୁସରଣ କରି ମା’ଙ୍କୁ କାଉଡ଼ିରେ ବସାଇ ଯାତ୍ରା କରୁଛନ୍ତି ଦୁଇଭାଇ

Advertisment

ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ବସବାସ କରୁଥିବା ଦୁଇଭାଇ ଆକାଶ ଠାକୁର ଓ ସୁମିତ ଠାକୁର ବୃଦ୍ଧ ମାଆ କିରଣ ଠାାକୁର(ବୟସ ୮୫ବର୍ଷ)ଙ୍କୁ  କାଉଡ଼ିରେ ବସାଇ ହରିଦ୍ୱାରରୁ ଗଙ୍ଗାଜଳ ଆଣିବାର ଯାତ୍ରାରେ ବାହରିଛନ୍ତି। 

ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ବସବାସ କରୁଥିବା ଦୁଇଭାଇ ଆକାଶ ଠାକୁର ଓ ସୁମିତ ଠାକୁର ବୃଦ୍ଧ ମାଆ କିରଣ ଠାାକୁର(ବୟସ ୮୫ବର୍ଷ)ଙ୍କୁ  କାଉଡ଼ିରେ ବସାଇ ହରିଦ୍ୱାରରୁ ଗଙ୍ଗାଜଳ ଆଣିବାର ଯାତ୍ରାରେ ବାହରିଛନ୍ତି। 

New Project (3)

ନୂଆଦିଲ୍ଲୀ: ଶ୍ରାବଣମାସ ଆରମ୍ଭ ହୋଇଗଲାଣି। ବିଭିନ୍ନ ସ୍ଥାନରେ ଶିବମନ୍ଦିରରେ ଭକ୍ତଙ୍କର ଲାଗିଛି ପ୍ରବଳ ଭିଡ଼। ଏହି ଭିଡ଼ ମଧ୍ୟରେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନଙ୍କ ସ୍ବାମୀ/ସ୍ତ୍ରୀଙ୍କ ପ୍ରତି ହେଉ ଅବା ବାପା ଓ ମା’ଙ୍କ ପ୍ରତି ଥିବା ଭକ୍ତିଭାବକୁ ଖୁବ ପ୍ରଶଂସା କରାଯାଉଛି।

ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ବସବାସ କରୁଥିବା ଦୁଇଭାଇ ଆକାଶ ଠାକୁର ଓ ସୁମିତ ଠାକୁର ବୃଦ୍ଧ ମାଆ କିରଣ ଠାାକୁର(ବୟସ ୮୫ବର୍ଷ)ଙ୍କୁ  କାଉଡ଼ିରେ ବସାଇ ହରିଦ୍ୱାରରୁ ଗଙ୍ଗାଜଳ ଆଣିବାର ଯାତ୍ରାରେ ବାହରିଛନ୍ତି। 
ପ୍ରତିଦିନ ସକାଳୁ ସେମାନେ ନିଜର ଯାତ୍ରା ଆରମ୍ଭ କରନ୍ତି ଏବଂ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଚାଲିଥାନ୍ତି । ରାସ୍ତାରେ ଯେଉଁଠି ବି ସନ୍ଧ୍ୟା ହୁଏ, ସେଠାରେ ଥିବା ଶିବିରରେ ଅଟକି ବିଶ୍ରାମ ନେଇଥାଆନ୍ତି।

ଦୁଇଭାଇଙ୍କ କହିବାନୁସାରେ, ‘ହରିଦ୍ୱାରରୁ ଗଙ୍ଗାଜଳ ଆଣିବାର ଇଚ୍ଛା ମା’ଙ୍କର ଅନେକଦିନରୁ ଥିଲା।  କିନ୍ତୁ ବାର୍ଦ୍ଧକ୍ୟ ଯୋଗୁଁ ସେ ଚାଲିବାକୁ ଅସମର୍ଥ  । ତେଣୁ ଆମେ ମା’ଙ୍କୁ ବୁଝାଇ କହିଥିଲୁ, ‘ତୁ ବ୍ୟସ୍ତ କାଇଁ ପାଇଁ ଆମେ ଦୁଇଭାଇ ଅଛୁ ତୋ ସାଥୀରେ। ତୋ ଆଶା ନିଶ୍ଚୟ ପୂରା‌ ହେବ।’ ମା’ଙ୍କ ଇଚ୍ଛା ପୂରା କରିବା ପାଇଁ ଆମେ ଏହି ଯାତ୍ରା ଆରମ୍ଭ କରିଛୁ।  ୨୫ ବର୍ଷ ପୂର୍ବେ ବାପା ମଧ୍ୟ ତାଙ୍କ ମାଆଙ୍କୁ ଠିକ୍ ଏହିପରି କାଉଡ଼ିରେ ବସାଇ ହରିଦ୍ୱାରରୁ ଗଙ୍ଗାଜଳ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe