ଝିଅ ଈଶାଙ୍କ ପ୍ରି-ଓଏଡିଂ ଉତ୍ସବରେ ଅମ୍ବାନୀଙ୍କୁ କରଣ ଜୋହର ପଚାରିଲେ ଏହି ସବୁ ପ୍ରଶ୍ନ, ସେ ଦେଲେ ମଜାଦାର ଉତ୍ତର

ଝିଅ ଈଶାଙ୍କ ପ୍ରି-ଓଏଡିଂ ଉତ୍ସବରେ ଅମ୍ବାନୀଙ୍କୁ କରଣ ଜୋହର ପଚାରିଲେ ଏହି ସବୁ ପ୍ରଶ୍ନ, ସେ ଦେଲେ ମଜାଦାର ଉତ୍ତର

ମୁମ୍ବାଇ: ମୁକେଶ ଓ ନୀତା ଅମ୍ବାନୀଙ୍କ ଏକମାତ୍ର ଝିଅ ଈଶା ଅମ୍ବାନୀଙ୍କ ପ୍ରି-ଓଏଡିଂ ଉତ୍ସବ ଉଦୟପୁରରେ ଆରମ୍ଭ ହୋଇଯାଇଛି। ଏହି ଉତ୍ସବରେ ମୁକେଶ-ନୀତା, ଶାହାରୁଖ୍‌-ଗୌରୀ ଓ ଐଶ୍ୱର୍ଯ୍ୟା-ଅଭିଷେକ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ତେବେ, ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଆୟୋଜନ କରିବାର ଦାୟିତ୍ୱ ନେଇଥିଲେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହାର।

ଏହି ଅବସରରେ କରଣ ଅମ୍ବାନୀ ସହ ଏକ ରାପିଡ୍‌ ଫାୟାର୍‌ ରାଉଣ୍ଡ୍‌ ଖେଳିଥିଲେ। ସେଥିରେ ଅମ୍ବାନୀଙ୍କୁ ପଚାରିଥିବା କିଛି ପ୍ରଶ୍ନର ଅମ୍ବାନୀ ବେଶ୍‌ ଚତୁରତାର ସହ ଉତ୍ତର ଦେଇ ମାହଲକୁ ଆକର୍ଷଣୀୟ କରିଥିଲେ।

କରଣ ପ୍ରଶ୍ନ କରିଥିଲେ ‘ଯଦି ଆପଣ ସକାଳୁ ନିଜକୁ ନୀତା ଭାବେ ପାଆନ୍ତି ତେବେ ପ୍ରଥମେ କ’ଣ କରିବେ?’ ଏହି ପ୍ରଶ୍ନରର ଉତ୍ତରରେ ଅମ୍ବାନୀ କହିଥିଲେ, ‘ପ୍ରଥମେ ମୋ ଉପରେ ଲାଗିଥିବା ସବୁତକ ଖାଦ୍ୟ କଟକଣାକୁ ମୁଁ ଉଠାଇ ଦେବି।’

ପୁଣି କରଣ ପ୍ରଶ୍ନ କରିଥିଲେ, ‘ଏଥର ନିର୍ବାଚନ କିଏ ଜିତିବ?’ ଏହାର ଏକ ଚତୁର ଉତ୍ତର ଦେଇ ଅମ୍ବାନୀ କହିଲେ, ‘କେଉଁ ଏକ ରାଜନୈତିକ ଦଳ।’

ଶେଷରେ କରଣ ପଚାରିଲେ ‘ଆନନ୍ଦ ପିରାମିଲ୍‌ ଓ ଆପଣଙ୍କ ମଧ୍ୟରେ କ’ଣ ସମାନତା?’ ଏହାର ସିଧା ଉତ୍ତର ଦେଇ ଅମ୍ବାନୀ କହିଛନ୍ତି, ‘ଆମେ ଦୁହେଁ ଖାଦ୍ୟ ପ୍ରେମୀ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe