ମେଡିକାଲ କଲେଜ ହଷ୍ଟେଲରେ ବାଘ ବୁଲୁଥିବା ଦେଖି ଆଇପିଏସ କହିଲେ ଏଭଳି କଥା…

Advertisment
ମେଡିକାଲ କଲେଜ ହଷ୍ଟେଲରେ ବାଘ ବୁଲୁଥିବା ଦେଖି ଆଇପିଏସ କହିଲେ ଏଭଳି କଥା…

ନୂଆଦିଲ୍ଲୀ: କର୍ଣ୍ଣାଟକର ଚାମରାଜନଗରରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମେଡିକାଲ କଲେଜ ହଷ୍ଟେଲରେ ଏକ ଚିତାବାଘ ଖୁବ ଆରାମରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଦୃଶ୍ୟ ସିସିଟିଭିରେ କୈଦ ହୋଇଯାଇଥିଲା।

ମେଡିକାଲ କଲେଜ ହଷ୍ଟେଲରେ ବୁଲୁଥିବା ଏହି ବାଘର ଭିଡିଓକୁ ବନ ସେବା ଅଧିକାରୀ ପରବୀନ କାସୱାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ଏକ କଳା ଚିତାବାଘ କଲେଜ ଯାଞ୍ଚ କରିବାକୁ ଯାଇ ପହଞ୍ଚିଛି। ଏହି ଭିଡିଓରେ ଆପଣ ନିଜ ଦେଖିପାରିବେ, କିଭଳି ଭାବେ ଏକ ଚିତାବାଘ ନିର୍ଭୟରେ ଏଣେତେଣ ବୁଲୁଛି।

ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ବାରମ୍ବାର ଦେଖାଯାଉଛି | ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବାଘ କଲେଜକୁ ଭର୍ତ୍ତି ପାଇଁ ଆସିଛି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe